ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖପରlଡିହି ଓ ଛତିଶଗଡ ଧୂମାଭଟା ଠାରେ ତେଲନଦୀରେ ପୋଲ ନିର୍ମାଣ କରିବା ନେଇ ଲୋକଙ୍କ ଦାବି

ସ୍ଥିତି ଅନୁଧ୍ୟାନ କଲେ ଝରୀଗାଁ ବିଧାୟକ ଓ ଓଏଲଆଇସି ଉପଦେଷ୍ଟା

ଚନ୍ଦାହାଣ୍ଡି-18/2(ମ ନି ସ )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଗମ୍ଭାରୀଗୁଡା ପଂଚାୟତର ଖପରlଡିହି ଗ୍ରାମ ଓଡ଼ିଶା ସରକାରଙ୍କ ତରଫରୁ ନିର୍ମାଣ ହେବାକୁଥିବl ତେଲନଦୀର ଖପରାଡିହି ରୁ ଛତିଶଗଡ଼ କୁ ସଂଯୋଗ କରୁଥିବା ତୁଠ ଠାରେ ବ୍ରିଜ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ସହ ଖୁବ ଶୀଘ୍ର ଟେଣ୍ଡର କରାଯିବା ନେଇ ସୂଚନା ମିଳିଛି l ଏହି ପରିପ୍ରେକ୍ଷୀରେ ଝରୀଗାଁ ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ମାଝୀ ଓ ଓଡ଼ିଶା ଉଠା ଜଳସେଚନ ନିଗମ ର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ ସ୍ଥାନ ପରିଦର୍ଶନ କରିଥଲେ ଏବଂ ଖୁବ୍ ଶୀଘ୍ର କାମ ଆରମ୍ଭ ହେବା ସହ ଓଡ଼ିଶା ଓ ଛତିଶଗ଼ଡ ମଧ୍ୟରେ ଯୋଗାଯୋଗ ର ସମ୍ପର୍କର ସେତୁ ଅହୁରି ସଦୃଢ ହେବା ସହ ଚନ୍ଦାହାଣ୍ଡି ଏକ ବ୍ୟବସାୟର ପେଣ୍ଠସ୍ଥଳୀ ହେବ ବୋଲି ପ୍ରକାଶ କରିଥଲେ l ଓଡିଶା ସରକାରଙ୍କ ଦ୍ୱାରା ନିର୍ମାଣ ହେଉଥିବା ସନ୍ଧିମୁଣ୍ଡା ଛତିଶଗଡ ଧୂରୁଆପଥରା ତେଲନଦୀ ଠାରେ ସେତୁ କାର୍ଯ୍ୟ,ଜାଗା ସମସ୍ୟା ଯୋଗୁଁ କାର୍ଯ୍ୟ ଆଗେଇବା ବଦଳରେ ଅଟକି ରହିଛି ଏବଂ ଖପରlଡିହି ଏବଂ ଛତିଶଗଡ ଆମେଡ଼ ରାସ୍ତା ଓ ପୋଲ ନିର୍ମାଣ ପାଇଁ ଜାଗା ସମସ୍ୟା ଦେଖା ଦେଇଥିଲା,ତେଣୁ ଏସବୁ ସମସ୍ୟା କାର୍ଯ୍ୟ ଆରମ୍ଭ ପରେ କୌଣସି ପ୍ରକାର ବ୍ୟତିକ୍ରମ ନହେବା ସେଥିପାଇଁ ଛତିଶଗଡ ଧୂମାଭଟା(ପଂଚାୟତ କରଲାଗୁଡା )ସ୍ଥାନୀୟ ବାସିନ୍ଦା ଓ ଖପରlଡିହି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିବା ବେଳେ ଲୋକେ ଖୁସି ହୋଇ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ବିଧାୟକ ଶ୍ରୀମାଝୀଙ୍କୁ କୃତଜ୍ଞତା ଜଣେଇବା ସହ ପୋଲ ନିର୍ମାଣ କାର୍ଯ୍ୟରେ କୌଣସି ପ୍ରକାର ପ୍ରତିବନ୍ଧକ ହେବ ନାହିଁ ବୋଲି ସ୍ଥାନୀୟ ଓ ଛତିଶଗଡ ଧୂମାଭଟା ବାସିନ୍ଦାଙ୍କ ସମେତ (କରଲାଗୁଡା ପଂଚାୟତ )ସରପଞ୍ଚ ଚୂଲେଶ୍ୱର ବିଶି ପ୍ରକାଶ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦାହାଣ୍ଡି ବ୍ଲକ୍ ବିଡ଼ିଓ ଧର୍ମରାଜ ମାଝୀ , ବିଭାଗୀୟ ଯନ୍ତ୍ରୀ , ବ୍ଲକ୍ ବିଜେଡି ସଭାପତି ଗୌର ହରି ନାୟକ, ଗମ୍ଭାରିଗୁଡା ସମିତି ସଭ୍ୟ ଗୌରୀ ନେଙ୍ଗି, ମୋତିଲାଲ ସାହୁ, ଠାକୁର ବୋଡ଼କିଆ, ମଳୟ ସୁନାନୀ ପ୍ରମୁଖ ଉପସ୍ଥିତ ଥିବା ବେଳେ,ଛତିଶଗଡ କର୍ଲାଗୁଡା ସରପଞ୍ଚ ଚୁଲେଶ୍ୱର୍ ବିଶି,ପଟେଲ ସେବନଲାଲ ଯାଦବ, ଗ୍ରାମ ପଂଚାୟତ ପିଇଓ ଅର୍ଜୁନ ନାୟକ,ୱାର୍ଡ ସଭ୍ୟ ହେମନ୍ତ ଯାଦବ, ତୁଳସୀ ହରପାଳ ଓ ଧନରାମ ହରପାଳ, ଲକ୍ଷ୍ମଣ ନାଗେଶ ତଥା ଗ୍ରାମର ଅନେକ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

ଚନ୍ଦାହାଣ୍ଡି  ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କୁ ବ୍ଲକ୍ ପ୍ରଶାସନ ଶୁଣୁନି,ଜନ ସାଧାରଣଙ୍କ ଅଭିଯୋଗ ଶୁଣିବ କିଏ

Sunil Chandra Nayak

ଓଡିଶା ଅମଲା ସଂଘର ସପ୍ତଦଶ ରାଜ୍ୟ ସମ୍ମିଳନୀ ଉଦଯାପିତ 

ପାଉଡର ମେଟାଲରଜି ଆଣ୍ଡ ସ୍ମାର୍ଟ୍ ମ୍ୟାଟେରିଆଲ ଉପରେ କର୍ମଶାଳା

masiha

Leave a Comment

error: Content is protected !!