ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରଶାନ୍ତ କୁମାର ନାଥ ଙ୍କ କବିତା // ମହାଶିବରାତ୍ରୀ

ମହାଶିବରାତ୍ରୀ

    ପ୍ରଶାନ୍ତ କୁମାର ନାଥ

ଆଜି ଶିବରାତ୍ରୀ ପଡୁଛି ଉଛୁଳି
     ଧରାରେ ତ ଶିଵ ନାମ
ଉପବାସ ରହି ପାଳୁଛନ୍ତି ଭକ୍ତେ
     ସାତ୍ଵିକ ଭାବନା କର୍ମ। 
ଶିବମୟ ଆଜି ହେଉଛି ଧରଣୀ
    ପଞ୍ଚାକ୍ଷର ମନ୍ତ୍ର ଧ୍ଵନି
ଭାବ ଭକତିରେ ଶରଣ ପସନ୍ତି
     ଭକ୍ତ ଜନ ଗୁଣି ଜ୍ଞାନୀ।
ମୋ ଗାଁ ମନ୍ଦିର ପଡୁଛି ଉଛୁଳି
    ଭକତଙ୍କ ଗହଳିରେ
ଧଵଳେଶ୍ଵରର ନାମେ ପ୍ରକଟିଛି
     ଧଵଳ ବର୍ଣ୍ଣ ମନ୍ଦିରେ। 
ଲାଗିଛି ଗହଳି ଗାଆଁ ଦାଣ୍ଡ ପୂରି
     ଜାଗରର ମହୋତ୍ସବ
ଭାଙ୍ଗ ପଣା ଖାଇ ଭକତ ବୋଲଇ
     ହର ହର ମହାଦେବ।
କାମ କ୍ରୋଧ ମୋହ ଜୀବନେ ଦୂରେଇ
     ମୋକ୍ଷ କର ମହେଶ୍ୱର
ତୁମେ ସଦା ଆମ ଜୀଵନେ ଭରସା
      ଦୁର୍ଦ୍ଦଶାକୁ କର ଦୂର। 
ଵସିଅଛ ପ୍ରଭୁ ଗ୍ରାମର ମୁଣ୍ଡରେ
    ନିଜ ଆସ୍ଥାନ ସମ୍ପାଦି
ତ୍ରିନେତ୍ରରେ ତୁମେ ସଵୁ ଦେଖୁଅଛ
     ଦୁଇ ଆଖି ଶମ୍ଭୁ ମୋଦି। 
ପବିତ୍ରତା ଭରି ଯାଉଛି ହୃଦୟେ
    ଆଜି ଏ ପବିତ୍ର ଦିନେ
ମହାଦୀପ ଭକ୍ତ ଦେଖିବ ତୁମର
     ଆଶା ଭରି ଅଛି ମନେ। 
ଆଶିଷର ଵାରି ଦିଅ ପ୍ରଭୁ ଢାଳି
     ମୋ ଗ୍ରାମ ବାସୀଙ୍କୁ ଭରି
ଏକ ମନ ଏକ ଚିତ୍ତରେ ରୁହନ୍ତି
    ଦୁଃଖ ନିଅ ସଵୁ ହରି। 
ତୁମରି ନାମରେ ଧ୍ଵଜା ଉଡୁଥାଉ
     ଭାରତର ଭୂମି କୋଳେ
ଵିଶ୍ଵ ସଂସାରର ଦୁଃଖ ହରିଯାଉ
     ତୁମରି ଆଶିଷ ବଳେ।।

ପ୍ରଶାନ୍ତ କୁମାର ନାଥ (ଜୁଣଗଡି)

ରାଜନଗର କେନ୍ଦ୍ରାପଡ଼ା

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ବିଦାୟ ବାଇଶି

Sunil Chandra Nayak

ରାକେଶ କୁମାର ମୁଦୁଲି ଙ୍କ କବିତା = ବାପା ମା ଆମ ଜୀବନ୍ତ ଠାକୁର 

masiha

ମହେଶ୍ବର ନାଥ ଙ୍କ କବିତା // ଦୁଇଟି ମୁହୂର୍ତ୍ତ

Sunil Chandra Nayak

Leave a Comment

error: Content is protected !!