ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସସ୍ମିତେଶ ସାହୁ ଙ୍କ କବିତା // ଶିବ ରାତ୍ରୀ

  ଶିବ ରାତ୍ରୀ

ଜୟ ଜୟ ପ୍ରଭୁ ହେ ଭୋଳାଶଙ୍କର
ଯିବି ମୁଁ ଆଜି ମହାଦେବ ମନ୍ଦିର
ଦେଖି ପବିତ୍ର ହେଵ ଆଖି ମୋର
ଜାଳିବି ତୁମ ପାଶେ ଭକ୍ତି ଜାଗର ।।
ଓଁ ନମଃ ଶିବାୟ ଜପ ମୁଁ କରିବି
ଶହେ ଆଠ ବେଲ ପତ୍ର ମୁଁ ତ ଦେବି
ଶିବ ପଞ୍ଚାକ୍ଷର ନାମ ମୁଁ ଗାଇବି
ତୁମ ପାଦେ ନିଜକୁ ମୁଁ ସମର୍ପିବି ।।
ହର ହର ମହଦେବ ଧ୍ଵନି ସାଥେ 
ମନ୍ଦିର ଉପରେ ମହାଦୀପ ଉଠେ 
କେତେ ଯେ ବିରଳ ସେହି ଦୃଶ୍ୟ ସତେ 
ଦେଖି ମନ ମୋ ଭକ୍ତିରେ ନାଚି ଉଠେ ।।
କରିଥିଲ ହଳାହଳ ବିଷ ପାନ
ଏବେ ବିଶ୍ଵ ଦ୍ଵନ୍ଦ କର ତୁମେ ପାନ
ଡମ୍ବୁର ନୃର୍ତ୍ୟରେ କରି କମ୍ପମାନ
ଜଗତେ କର ପ୍ରଭୁ ଶାନ୍ତି ସ୍ଥାପନ ।।
ବିଶ୍ଵ କାନ୍ଦେ ଗୁଳି ବାରୁଦ ଉପରେ
ହା ହା କାର ଶୁଭୁଛି ଯୁଦ୍ଧ ଭୂମିରେ 
ବାନ୍ଧି ଦିଅ ସଭିଙ୍କୁ ଶାନ୍ତି ମୈତ୍ରୀରେ
 ଏତିକି ପ୍ରାର୍ଥନା ମୋ ଶିବ ରାତ୍ରୀରେ ।।

ସସ୍ମିତେଶ ସାହୁ

 ଭୁବନେଶ୍ୱର

 

Related posts

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା _ଶୀତ ସକାଳ _

Sunil Chandra Nayak

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା l l ନୂଆ ସକାଳ l l

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା = ସମ୍ପର୍କ

Sunil Chandra Nayak

Leave a Comment

error: Content is protected !!