ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

କବିତା ସାହୁ   ଙ୍କ କବିତା // ଶିବରାତ୍ରୀ ଉଜାଗର 

ଶିବରାତ୍ରୀ ଉଜାଗର 

 

     କବିତା ସାହୁ  

ଫାଲଗୁନ ମାସ କୃଷ୍ଣପକ୍ଷ 
ଚତୁର୍ଦ୍ଦଶୀ ତିଥି ରାତିରେ।
ଦେବ ଦେବ ମହାଦେବଙ୍କର 
ହୁଏ ଜାଗର ଯାତରେ।
ମନ୍ଦିର ସାଜସଜ୍ଜା ଭଜନ କୀର୍ତ୍ତନ 
ମନେ ଭକତି ଭରେ।
ଦୋକାନ ବଜାର ବସେ ଭଳିଭଳି 
ଧୂପ ଦୀପ ଫୁଲ ଭୋଗ ରେ।
ରାତି ନ ପାହୁଣୁ ଗହଳି ଲାଗେ 
ହୁଏ ଭକତ ଭିଡରେ ।
ନରନାରୀ ନିଷ୍ଠା ନିର୍ଜଳାରେ 
ପୁଜନ୍ତି ଶିବ ପୟରେ।
ଶିବ ପଞ୍ଚାକ୍ଷର ମନ୍ତ୍ର ଶୁଭୁଥାଏ 
ମନକୁ ପବିତ୍ର କରେ। 
ନଡ଼ିଆ କଦଳୀ ବେଲପତର 
ଫଳମୁଳ କଞ୍ଚାକ୍ଷୀରେ।
ଅରଖ ଗୟସ କନିଅର ସାଥେ 
ଫୁଲଫଳ ଦୁଦୁରାରେ ।
ଶିବଙ୍କ ଶିରରେ କେତକୀ ପଳାଶ 
ଶୋଭା ବରଷକେ ଥରେ।
ନୀଳକଣ୍ଠଙ୍କର ମହାସ୍ନାହାନ ପୂଜା 
ବଡ ସିଂହାର ବେଶରେ।
କି ସୁନ୍ଦର ହୁଏ ମଙ୍ଗଳ ଆରତି
କର୍ପୁର ଆଳତିରେ।
ବାସୁଆ ସହିତ ଗଣେଶ କାର୍ତ୍ତିକ 
ପୂଜା ମାତା ଗୌରୀରେ।
ଭକତ ଦରଶନ କରନ୍ତି ମନ୍ଦିରେ 
ମହା ଆନନ୍ଦ ମନରେ।
ହରିହର ଭେଟ ହୁଅଇ ବାଟରେ 
ବାଜା ବାଣ ରୋଷଣୀରେ। 
ମନ୍ଦିର ବେଢାରେ ଜାଳିଣ ଜାଗର 
ଶିବ ମନ୍ତର ମନରେ। 
ଅଧ ରାତିରେ ମନ୍ଦିର ଚୁଡାକୁ 
ମହା ଦୀପ ଉଠେ ଧିରେ।
ଘଣ୍ଟ ଘଣ୍ଟି ହୁଳହୁଳି ହରିବୋଲ 
ଉଛୁଳି ଉଠେ ମନ୍ଦିରେ।
ଭକତି ଭାବରେ ଦୀପଟିଏ ଜାଳି 
ଘରେ ଅବା ମନ୍ଦିରରେ।
ହରହର ମହାଦେବ ଓଁ ନମଃ ଶିବାୟ 
ଜପୁଥାଅ ନିରନ୍ତରେ।
ଭକତ ଭାବନା ମନର କାମନା 
ଆଶୁତୋଷ ପୁରା କରେ।
ମିଛ କହିବନି ହିଂସା କରିବନି
ନ ଦେବ ଆଘାତ କାରେ।
ଈଶ୍ବରଙ୍କୁ ଚିନ୍ତି ମନରେ ବିଶ୍ୱାସି 
ପାଳି ରାତି ଉଜାଗରେ।
ବିଶ୍ବର କଲ୍ଯାଣ କର ଆଶୁତୋଷ 
କରୁଣା କୃପା ଦୃଷ୍ଟିରେ ।
ପ୍ରଭାତେ ସ୍ନାହାନ ଶିବ ଦରଶନ 
ଛଞ୍ଚା ଦେଇଣ ବ୍ରାହ୍ମଣେ। 
ବ୍ରତ ଭାଙ୍ଗିଥାଏ ପାଦୁକ ପାଇଣ 
ହରପାର୍ବତୀ ଦରଶନେ।

    ଜୟପୁର

Related posts

Poem of Prafulla Chandra padhi = In a desire to build

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଜଣାଣ

Sunil Chandra Nayak

ଆଜି ସାବିତ୍ରୀ ଓଷା… ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା

Sunil Chandra Nayak

Leave a Comment

error: Content is protected !!