ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମମତା ସାହୁ  ଙ୍କ କବିତା // ଆଜି ଜାଗର ପୂଜିବି ହର

 ଆଜି ଜାଗର ପୂଜିବି ହର

ଶିବଙ୍କ ମନ୍ଦିରେ ରହି ଉଜାଗର
ଜାଳିବି ଜାଗର ପୂଜିବି ମୁଁ ହର।।
ଉଜାଗର ରହି ଜାଳିଲେ ଜାଗର
ଜଟା ଧାରି ଶିବ ଯାଚିଦେବେ ବର।।
ଭକତଙ୍କ ଭିଡ ଶିବଙ୍କ ମନ୍ଦିର
ଶିବଙ୍କ ଦର୍ଶନେ ଭକତ ଅଧିର।।
ମହାଶିବରାତ୍ରି ପବିତ୍ର ପାର୍ବଣେ
ମହାପାପ କ୍ଷୟ ଶିବଙ୍କ ଦର୍ଶନେ।।
ଅରଖ କେତକି ଗଈଶ ଦୁଦୁରା
ଚମ୍ପା କନିଅର କେତେ ପୁଷ୍ପ ପରା।।
ଶହେଆଠ ବେଲ ପତ୍ର ଭକତିରେ
ଚଢାଇ ଦେବି ମୁଁ ଶିବଙ୍କ ମଥାରେ।।
ପଞ୍ଚାକ୍ଷର ମନ୍ତ୍ର ତୁଣ୍ଡେ ଗାଇ ଗାଇ
ଶିରେ ଢାଳୁଥିବି କଞ୍ଚାକ୍ଷୀର ମୁହିଁ।। 
ମହା ମୃତ୍ୟୂଞ୍ଜୟ ମନ୍ତ୍ରକୁ ଉଚାରି
ଭାବ ନୈବେଦ୍ୟ ଦେବିସିନା ଢାଳି।।
ଡମ୍ବରୁ ଧର ହେ ବିଭୂତି ଭୁଷଣ
ଦୟା କର ଆହେ ଜଗତ ତାରଣ।।
ଘୂମିତ ଲୋଚନ ଖର୍ପର ଗଉର
ଅଧର୍ମ ବିନାଶି ଅଧର୍ମ ଉଦ୍ଧାର।।
ଏ ଦୁଃଖ ରୁ ପାର କର ଉମା ବର
ଏତିକିମାଗୁଣି ତୁମ ପାଦେ ମୋର।।

        ମମତା ସାହୁ 

        ଗାଈଗାଁ, କଳାହାଣ୍ଡି

Related posts

ଜାନକୀ ମହାନ୍ତ ଙ୍କ କବିତା l l ମିତଣୀ ଲୋ ମିତଣୀ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା // ମହାଶିବରାତ୍ରୀ

Sunil Chandra Nayak

କବିତା – ବନ୍ଦେ ହିନ୍ଦୁସ୍ତାନ 

masiha

Leave a Comment

error: Content is protected !!