ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କପିଳାସ ଠାରେ ମହାଶିବରାତ୍ରୀ ଜାଗର ଅବସରରେ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ

ଢେଙ୍କାନାଳ ଜିଲ୍ଲା ୧୦୮ ଆମ୍ବୁଲାନ୍ସ ଷ୍ଟାଫ୍ (କର୍ମଚାରୀ)ଙ୍କ ଦ୍ଵାରା ପବିତ୍ର ମହାଶିବରାତ୍ରୀ ଜାଗର ଅବସରରେ ଏକ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ କପିଳାସ ପାହାଚ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲା ସମସ୍ତ ଆମ୍ବୁଲାନ୍ସ କର୍ମଚାରୀ ଦିନ ରାତି ସେବା ଯୋଗାଇ ଆସୁଥିବା ବେଳେ ପୁଣି  ଏହା ଏକ ନିଆରା ପ୍ରୟାସ । ଲୋକଙ୍କର ପ୍ରଶଂସା ଓ ଦହି ସର୍ବତ ର ସ୍ୱାଦ କପିଳାସ ଆସୁଥିବା ଭକ୍ତମାନଙ୍କ ମନ କିଣିଛି। ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଏହି ଦହି ସରବତ ପିଇ ତୃଷ୍ଣା ମେଣ୍ଟାଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଆମ୍ବୁଲାନ୍ସ ଷ୍ଟାଫ୍ ବେତୁଜୀ ପ୍ରସାଦ, ତପନ ମଲ୍ଲିକ, ଚନ୍ଦ୍ରଶେଖର ମାଟିଆ, ସମାଜସେବୀ ରାଜା ରାଉତ, ସ୍ବଚ୍ଛାସେବୀ ଅନୁଷ୍ଠାନ “ତୁଳସୀ” ର ସଭାପତି ଶ୍ରୀମତୀ ଲେଙ୍କା ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯକ୍ରମ ରେ ସହଯୋଗ କରିଥିଲେ।

ଢେ଼ଙ୍କାନାଳ ଗନ୍ଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ

Related posts

ଦେବ ସେନା ଭାଇ ମାନଙ୍କ ମିଳିତ ସହଯୋଗରେ ଗୋ ମାଫିଆଙ୍କ ଠାରୁ ଉଦ୍ଧାର ହେଲେ ଗୋମାତା

Sunil Chandra Nayak

ଜନ ସମ୍ପର୍କ ଯାତ୍ରା ଜରିଆରେ ଗାଁ ର ସମସ୍ୟା, ଲୋକଙ୍କ ସମସ୍ୟା ଶୁଣିଲେ ଧର୍ମଗଡ ବିଧାୟକ

Sunil Chandra Nayak

ଅବହେଳିତ ଅବସ୍ଥାରେ ପାଲା କଳାକାର 

Sunil Chandra Nayak

Leave a Comment

error: Content is protected !!