ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାନାରା ବ୍ୟାଙ୍କ ଆୟୋଜନ କରୁଛି ଦୁଇ ଦିନିଆ “ମେଗା ଲୋନ ଏକ୍ସପୋ”

କାନାରା ବ୍ୟାଙ୍କ, ସର୍କଲ୍ ଅଫିସ୍, ଭୁବନେଶ୍ୱର ଆୟୋଜନ କରୁଛି ଦୁଇ ଦିନିଆ “ମେଗା ଲୋନ ଏକ୍ସପୋ” | ଏହି ଏକ୍ସପୋ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଶ୍ରୀ ବି ଏଲ୍ ମୀନାଙ୍କ ନେତୃତ୍ୱରେ ଚଳିତ ବର୍ଷ ଫେବୃଆରୀ ୨୪ ରେ ଆରମ୍ଭ ହୋଇ ୨୫ ରେ ସରିବ | ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବିଲ୍ଡର୍ ଏବଂ ଯାନବାହାନ ଡିଲରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ଉତ୍ପାଦଗୁଡିକ ପ୍ରଦର୍ଶନ କରିବେ ଓ କ୍ରୟ ବିକ୍ରୟ ପାଇଁ କାନାରା ବ୍ୟାଙ୍କ ଦ୍ୱାରା ସହଜରେ ପ୍ରଦାନ କରାଯିବ |

ଜଣେଇଦେବାକୁ ଚାହୁଁ ଯେ କାନାରା ବ୍ୟାଙ୍କ ତାର ହାଉସିଂ, ଗାଡି ମୋଟର, ଶିକ୍ଷା ଓ ବନ୍ଧକ ଲୋନ ଉପରେ ସମସ୍ତ ଶୁଳ୍କ ଛାଡ଼ କରିଛି, ହେଲେ ଏହି ଅଫର କେବଳ ସୀମିତ ସମୟ ପର୍ଯ୍ୟନ୍ତ ବୈଧ ଅଟେ | କାନାରା ବ୍ୟାଙ୍କ, ଏହାର ମୁଖ୍ୟ ହିତାଧିକାରୀ ଓ ଗ୍ରାହକ ମାନଙ୍କ ପାଇଁ ଆଣିଛି ସର୍ବାଧିକ ଲାଭର ସୁଯୋଗ | ଆଶା କରାଯାଉଛି କି ଏହି ଏକ୍ସପୋରେ ଗ୍ରାହକମାନଙ୍କରେ ବିପୁଳ ସଂଖ୍ୟାରେ ଯୋଗଦାନ ରହିବ ଓ ଗ୍ରାହକମାନେ ନିଶ୍ଚିତ ଭାବରେ କାନାରା ବ୍ୟାଙ୍କର ଏହି ‘ରିଟେଲ୍ ଉତ୍ସବ ଅଫର୍’ ର ସମ୍ପୂର୍ଣ ଫାଇଦା ନେବେ | ଉଦ୍‌ଘାଟନୀ ଦିବସରେ, ଅର୍ଥାତ୍ ଫେବୃଆରୀ ୨୪ ରେ, କାନାରା ବ୍ୟାଙ୍କ ତାର ୮୦ ଜଣ ହିତାଧିକାରୀଙ୍କୁ ତାର ହାଉସିଂ, ଗାଡି ମୋଟର ଓ ଶିକ୍ଷା ଆଦି ପାଇଁ ଲୋନ ମଞ୍ଜୁରି କରିବ | 

ରିପୋର୍ଟ – ଅମୃତ ନନ୍ଦ

Related posts

ଧୋଡ୍ରା ଠାରେ ୨×୫ ଏମ୍ ଭି.ଏ, ୩୩/୧୧ କେ ଭି ପ୍ରାଥମିକ ସବ ଷ୍ଟେସନ ଶୁଭ ଉଦଘାଟନ 

masiha

ଗୋଲାମୁଣ୍ଡା ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବର୍ଣ୍ଣବୋଧ ଶିକ୍ଷା ର ପ୍ରସାର ପାଇଁ ପ୍ରୟାସ ଆରମ୍ଭ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

Sunil Chandra Nayak

Leave a Comment

error: Content is protected !!