ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସୁଆଣ୍ଡୋ ଗସ୍ତ

ତା ୨୩/୦୨/୨୦୨୩ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଆଣ୍ଡୋ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିଥିଲେ ! ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବକ୍ତବ୍ୟ ରେ କହିଛନ୍ତି ଯେ ଉତ୍କଳମଣିଙ୍କ ଜନ୍ମମାଟି ସୁଆଣ୍ଡୋକୁ ମୋର ପ୍ରଣାମ। ଗୋପବନ୍ଧୁଙ୍କ ପବିତ୍ର ଭୂମିକୁ ଆସି ମୁଁ ନିଜକୁ ଧନ୍ୟ ମନେ କରୁଛି। ଏହି ମହାପୁରୁଷଙ୍କ ଜନ୍ମମାଟିର ବିକାଶ #5T ଉପକ୍ରମରେ ଅତି ସୁନ୍ଦର ଭାବେ କରାଯାଇଥିବାରୁ ମୁଁ ବହୁତ ଖୁସି। ଏଥିରେ ଗୋପବନ୍ଧୁଙ୍କ ବିରାଟ ପ୍ରତିମୂର୍ତ୍ତି, ଷଠିଘର ଓ ସଂଗ୍ରହାଳୟ ପରି ବିଭିନ୍ନ ପଦକ୍ଷେପ ନିଆଯାଇଛି। ଗୋପବନ୍ଧୁଙ୍କ ସ୍ମୃତି ରକ୍ଷା ପାଇଁ ଯାହା କଲେ ବି କମ୍‌ ହେବ। ଓଡ଼ିଆ ଜାତି ସବୁବେଳେ ତାଙ୍କ ନିକଟରେ ଋଣୀ। ଓଡ଼ିଶାର ଶିକ୍ଷା, ସାହିତ୍ୟ ସଂସ୍କୃତି, ରାଜନୀତି, ସେବା ଓ ମାନବିକତାର ସେ ନୂଆ କୀର୍ତ୍ତି ସ୍ଥାପନ କରିଯାଇଛନ୍ତି। ଗୋପବନ୍ଧୁଙ୍କ ‘ଭାର୍ଗବୀ ସଂକଳ୍ପ’କୁ ଜୀବନର ବ୍ରତ କରି ଏକ ନୂଆ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତେ ଆଗେଇ ଆସନ୍ତୁ।

ରିପୋଟର ଧର୍ମେନ୍ଦ୍ର କୁମାର ପରିଡ଼ା

Related posts

ରାଜଧାନୀରେ ଖୋଲିଲା ଦେଶର ପ୍ରଥମ ଚାଉଳ ଏଟିଏମ୍

masiha

ଆଜିଠୁ ଚେକିଂ ହେବ ହାଇ ସିକ୍ୟୁରିଟି ନମ୍ବର , HSRP ନଥିଲେ ଗଣିବେ ୫ରୁ ୧୦ ହଜାର ଫାଇନ୍‌

Sunil Chandra Nayak

ପାଚିକା-ସହାୟିକାମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରଜ ଭେଟି,ଶାଢ଼ି ପାଇଁ ଦେଲେ ୫୦୦ ଟଙ୍କା ଭତ୍ତା

Sunil Chandra Nayak

Leave a Comment

error: Content is protected !!