ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତ୍ରିକୋଣୀୟ ପ୍ରେମରୁ ହତ୍ୟା,ନାବାଳକ ସହ ଚାରି କୋର୍ଟ ଚାଲାଣ

ଜୟପାଟଣା:୨୫/୦୨ // କେବେ ପ୍ରେମ ପାଇଁ ଅପହରଣ ତୋ କେବେ ହତ୍ୟା।ପ୍ରେମ ରେ ଅନ୍ଧ ହୋଇ ମଣିଷ ମଣିଷର ଜୀବନ ନେବାକୁ ପଛାଉ ନାହିଁ।ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ।ସୂଚନା ଅନୁଯାୟୀ ଗତ ୧୮ ତାରିଖରେ ଜୟପାଟଣା ଥାନା ପୋଲୋକାମୁଣ୍ଡା ଗ୍ରାମର ଜଣେ ୧୭ବର୍ଷୀୟ କଲେଜ ଛାତ୍ର ଦିଲୀପ ବାଗ ନିଖୋଜ ଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ତତ୍ପରତା ଦେଖାଇବା ସହ ତୁରନ୍ତ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ଜଣ ଙ୍କୁ ପ୍ରଥମେ ଅଟକ ରଖିଥିବା ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଜଣ ଙ୍କୁ ତଦନ୍ତ ପରିସରକୁ ଆଣିଥିଲା।ତଦନ୍ତ ରେ ଦୁଇ ଅଭିଯୁକ୍ତ ମୋହନ ମାଝୀ ଓ ନାବାଳକ ଡାକ୍ତର ନାଏକ ପ୍ରେମ ତ୍ରିକୋଣୀୟ ସମ୍ପର୍କ ରୁ ହତ୍ୟା କରିଥିଲୁ ବୋଲି ସ୍ୱୀକାର କରିଛନ୍ତି। ଜଣେ ଝିଅ କୁ ମୃତକ ଦିଲୀପ ଓ ମୋହନ ଭଲ ପାଉଥିବା ବେଳେ ଏହି ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେବା ସହ ହତ୍ୟାର ରୂପ ନେଇଥିଲା।୧୮ ତାରିଖ ଦିନ ମୋହନ ଓ ଡାକ୍ତର ମୃତ ଦିଲୀପ କୁ ଏକ ନାଳ କୁ ନେଇ ହତ୍ୟା କରିଥିଲେ।ପୁନଶ୍ଚ ଏକ ବାଦାମ ଚାଷ ଜମିରେ ଦେଇଥିବା ବରାଫାସ ରେ ଦିଲୀପ କୁ ନେଇ ଠେଲି ଚାଲି ଆସିଥିବାବେଳେ ବରାଫାସ ଦେଇଥିବା ନିକଟସ୍ଥ ଦରଲୀପଡା ଗାଁର ଦୁଇ ଚାଷୀ ଅବତାର ମାଝୀ ଓ ଚନ୍ଦ ମାଝୀ ମୃତକ ଦିଲୀପ କୁ ଦେଖି ଗୋଟିଏ ଦିନ ଲୁଚାଇବା ସହ ମୃତ ଦେହକୁ ନଦୀକୁ ଫୋପାଡ଼ି ଦେଇଥିଲେ।ପୋଲିସ ତଦନ୍ତ କରି ଅପରାଧରେ ବ୍ୟବହୃତ ଓ ବରାଫାସର ସମସ୍ତ ଜିନିଷ କୁ ଜବତ କରିଛି।ତେବେ ଶନିବାର ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଦୁଇ ଜଣକୁ ମିଶାଇ ମୋଟ ଚାରି ଜଣ କୁ କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ସୂଚନା ଦେଇଛିନ୍ତି। ଏହି ତଦନ୍ତରେ ଅଫିସର ଏସଆଇ ଅନୀଲ କୁମାର ପାଢୀ,ଏଏସଆଇ ତ୍ରିସେନ୍ଦ୍ର ପାତ୍ର,ବିନୟ କୁମାର ବାରା,ବିପିନ କୁମାର ଝରିଆ,ହାବିଲଦାର ନାକୁ ନାଏକ,କନେଷ୍ଟବଲ ଗୌତମ ଆଗୁପତ୍ର, ହୋମଗାର୍ଡ ପବିତ୍ର ପାତ୍ର ପ୍ରମୁଖ ସଦଳ ବଳେ ସଂଗଠିତ ହୋଇ ଜଟିଳ ପରିସ୍ଥିତି ଶ୍ରୁଷ୍ଟି କରିଥିବା ଘଟଣାର ସଫଳ ତଦନ୍ତ କରି ଆଭିଯୁକ୍ତ ମାନଙ୍କୁ ଠାବ କରିବାରେ ସଫଳ ହୋଇଥିଲେ ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାନେର ଠାରୁ କଲମପୁର ପର୍ଯ୍ୟନ୍ତ ହାତୀନଦୀ ଅବବାହିକାରେ ସ୍ଥାନେ ସ୍ଥାନେ ଚିନାବାଦାମ ଚାଷ ହେଉଛି । ଅଭିଯୋଗ ଅନୁଯାୟୀ ଏହି ଫସଲକୁ ଖାଇବା ପାଇଁ ବାରାହା ଗୁଡିକ ଆସିଥାନ୍ତି । ଏହାର ସୁଯୋଗ ନେଇ କିଛି ଚିନାବାଦାମ ଚାଷୀ ବାରାହା ମାରିବା ପାଇଁ କୌଶଳ ପ୍ରୟୋଗ କରି ଚାଷ ଜମି ଚାରିପଟେ ବୋତଲ ଗୁଡିକର ଅଗରେ ଖୋଲା ତାର ବିଛେଇ ବିଦ୍ୟୁତ ସଂଯୋଗ କରି ଦେଉଛନ୍ତି । ଯାହା ବାରାହା ଆସି କରେଣ୍ଟ୍ ସକ୍ ରେ ଫସି ଯାଉଛି । ଏହାର ମାଂସର ଚାହିଦା ବେଶୀ ଥିବାରୁ ଭଲ ବ୍ୟବସାୟ ହେଉଥିବା କୁହାଯାଉଛି । ଯଦି ବନ୍ୟଜନ୍ତୁ ମାନଙ୍କୁ ଏପରି ମରା ଯାଉଛି ତେବେ ନିଶ୍ଚିତ ଚିନ୍ତା ଜନକ । ଏତେ ସବୁ ଅଘଟଣ ଘଟୁଛି ବନ ବିଭାଗ ଅଧିକାରୀ ମାନଙ୍କର ଭୂମିକାକୁ ସାଧାରଣରେ ଆଲୋଚନା ହେଉଛି ।

ଜଗମୋହନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ

Related posts

ଦାଦନ ସର୍ଦ୍ଧାର ମାଡ଼ ରେ ଲହୁ ଲୁହାଣ ଶ୍ରମିକ …. ଥାନା ରେ ଲିଖିତ ଅଭିଯୋଗ ପରେ 2 ଦଲାଲ ଅଟକ..ମୁଖ୍ୟ ଅଭିଯୁକ୍ତ ଫେରାର

masiha

ଗଞ୍ଜେଇ ସହ ବାଇକ,ପିକ ଅପ୍ ଗାଡି ଜବତ : ୩ ବ୍ୟକ୍ତି ଗିରଫ

Sunil Chandra Nayak

ବାଦାମ ପାହାଡ଼ ଅଂଚଳରେ ଅବକାରୀ ବିଭାଗର ଚଢାଉ* ୮୭ ଲିଟରଦେଶୀ ରନ୍ଧା ମଦ ଜବତ ସହ ୫ ଜଣଙ୍କୁ ଗିରଫ

masiha

Leave a Comment

error: Content is protected !!