ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର 

ରୁପ୍ରା, ୨୫/୨ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ଦେଇ କେସିଙ୍ଗା ଯାଇଥିବା ପିଡବ୍ଲୁଡି ରାସ୍ତାର ଟୁଟିଙ୍ଗ ଓ ଯୁର୍କାଭାଡି ମଧ୍ୟରେ ଆଜି ଅପରାହ୍ନରେ ଏକ ବାଇକ ନଂ OD08 O 6749 ଦୁର୍ଘଟଣା ଗ୍ରସ୍ତ ହେବାରୁ ବାଇକ ଚାଳକ ଗୁରୁତର ଥିବା ଜଣାପଡିଛି। ସୂଚନା ମୁତାବକ କେସିଙ୍ଗା ବ୍ଳକ ଅଧିନ ଯୁର୍କାଭାଡି ଗ୍ରାମକୁ ନର୍ଲା ଅଞ୍ଚଳର ଜଣେ ଯୁବକ ବୈବାହିକ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ଆସିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି, ତେବେ ସେ ପ୍ରଚୁର ମଦ୍ୟପାନ କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି , ଦୁର୍ଘଟଣା ହେବା ଫଳରେ ଉକ୍ତ ବ୍ୟକ୍ତିଙ୍କ ଡାହାଣ କାନ ଛିଣ୍ଡି ଯାଇଥିବା ବେଳେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଦୁର୍ଘଟଣା ସ୍ଥଳରେ ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରେ ଆମ୍ବୁଲାନ୍ସ ଆସିବାରୁ ଗୁରୁତର ଥିବା ଯୁବକଙ୍କୁ ଚିକିତ୍ସା ନିମନ୍ତେ କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ଜଣାପଡିଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ଜୁନାଗଡ଼ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

masiha

ବ୍ରହ୍ମପୁର ମହାନଗରନିଗମର ଦଶମ ପୁସ୍ତକମେଳା ଉଦଯାପନୀ ସାରସ୍ୱତ ସମାରୋହରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ, ନିଶିଗନ୍ଧା ପ୍ରକାଶନୀ କୁ ସମ୍ମାନିତ କରାଯାଇଥିଲା

masiha

Leave a Comment

error: Content is protected !!