ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଘର ବ୍ଲକରେ ଗଠନ ହେଲା ସ୍ବଚ୍ଛାସେବୀ ସଙ୍ଗଠନ , ଏକତା ସାମାଜିକ ସଂଗଠନ ନାମରେ ନାମିତ 

ମାର୍ଚ୍ଚ ୯ ତାରିଖ ମାଗଣା ଚକ୍ଷୁ ଶିବିର ନିମନ୍ତେ ଦିନ ଧାର୍ଯ୍ୟ 

ରାଇଘର ୨୬/୨ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଠାରେ ଦୀର୍ଘ ବର୍ଷ ଠାରୁ ସମାଜ ସେବା କରି ଆସୁଥିବା ସଦସ୍ୟ ମାନଙ୍କୁ ନେଇ ଏକ ସ୍ବଚ୍ଛାସେବୀ ସଙ୍ଗଠନ ଗଠିତ ହୋଇଛି l ଏହାର ନାମ ଏକତା ସାମାଜିକ ସଂଗଠନ ନାମରେ ନାମିତ କରାଯାଇ ଥିବା ବେଳେ ଉକ୍ତ ସଂଗଠନ କମିଟିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଭିରେନ୍ଦ୍ରର ୟାଦବ,ଉପ ସଭାପତି ଭାବେ ଏମଡି ୟୁନୁସ୍ ରାଠୋର୍‌,ସଂପାଦକ ଭାବେ ଲକ୍ଷ୍ମୀକାନ୍ତ ଝାୱର୍‌,ସହ ସମ୍ପାଦକ ମନହର ଦଣ୍ଡସେନା ଓ କୋଷାଧ୍ୟକ୍ଷ ଭାବେ ନିରାକାର ରାଉତ ମନୋନିତ ହୋଇଛନ୍ତି l ମିଡିଆ ସଂଯୋଜକ ଭାବେ ସଞ୍ଜୟ ନାୟକ ସଙ୍ଗଠନ ଉପଦେଷ୍ଟା ଭାବେ ଶରତ ବାରିକ,କିରଣ କୁମାର ପଟ୍ଟନାୟକ ରହିଛନ୍ତି l ଅନେକ ବର୍ଷରୁ ଅଧିକାଂଶ ସମୟରେ କେତେ ବେଳେ ଖାଦ୍ୟ ବଣ୍ଟନ ତ କେତେବେଳେ କମ୍ବଳ ବଣ୍ଟନ ତ କେତେବେଳେ ରକ୍ତ ଦାନ ଶିବିର,ଚକ୍ଷୁ ଶିବିର ଭଳି ଅନେକ ସମାଜ ସେବା କରି ଆସୁଥିବା ସ୍ଥାନୀୟ ସାମ୍ବାଦିକ,ବ୍ୟବସାୟୀ,ଠିକାଦାର,ଯୁବକ ସଂଘ,ସରକାରୀ କର୍ମଚାରୀ ଅବସର ପ୍ରାପ୍ତ କର୍ମଚାରୀ ଭଳି ସମସ୍ତଙ୍କୁ ନେଇ ଏକତା ସାମାଜିକ ସଂଗଠନ ଗଠନ ହୋଇଛି l ଉକ୍ତ କମିଟି ଗଠନ ପରେ ଏକତା ସାମାଜିକ ସଂଗଠନ ପକ୍ଷରୁ ମାଗଣା ଚକ୍ଷୁ ଶିବିର ଆସନ୍ତା ମାର୍ଚ୍ଚ ମାସ ୯ ତାରିଖ ଗୁରୁବାର ଦିନ ଅନୁଷ୍ଠିତ ହେବ ଏଥି ସହ ଉକ୍ତ ଶିବିରରେ ମାଗଣା ରକ୍ତ ପରିକ୍ଷା ମଧ୍ୟ କରାଯିବ l ଏହି ସାମାଜିକ ସଂଗଠନ ଗଠନ ପରେ ଏହାର ଆଗାମୀ କାର୍ଯ୍ୟପନ୍ଥା ଉପରେ କମିଟି ଗୁରୁତ୍ୱ ଦେଇଛି l ଏହି ସଙ୍ଗଠନ ରେ ଅନେକ ସଦସ୍ୟ ସାମିଲ୍ ହୋଇଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୋଟିଆ ସୀମାନ୍ତ ଗ୍ରାମଗୁଡ଼ିକରେ ପ୍ରଶାସନିକ ଅଧିକାରୀଙ୍କ ସାମୁହିକ ଗସ୍ତ

Sunil Chandra Nayak

ବ୍ଲକ ସ୍ତରୀୟ କୃଷକ ଦିବସ ପାଳିତ

Sunil Chandra Nayak

ଶ୍ରୀ ଅନ୍ନ ଏବଂ ଭୁଲିଯାଇଥିବା ଖାଦ୍ୟ ୨୦୨୪ର ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ 

masiha

Leave a Comment

error: Content is protected !!