ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

ମ.ରାମପୁର,୨୬/୨(ମସୀହା): ମ.ରାମପୁର ନିକଟସ୍ଥ ବୁରାଟ ଗ୍ରାମରେ ହେବାକୁ ଥିବା ଷୋହଳ ପ୍ରହର ନାମଯଜ୍ଞ ପାଇଁ ଆଜି ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିିତ ହେଇଯାଇଛି । କର୍ତ୍ତା ଭାବରେ ଭଗବାନ ଜେନା ଓ ତାଙ୍କ ଧର୍ମ ପତ୍ନୀ ଫୁଲ ଜେନା ଦାୟିତ୍ୱ ନିର୍ବାହ କରୁଥିବାବେଳେ ପୂଜକ ତ୍ରିଲୋଚନ ଦାଶ,ଯୁଗଳ ପ୍ରହରାଜ, ପୀତାମ୍ବର ତ୍ରିପାଠୀ ଦାୟିତ୍ୱ ସଂପାଦନ କରୁଛନ୍ତି । ଆୟୋଜକ କମିଟୀ ଲଳିତ ସ୍ୱାଇଁ,ପୂର୍ଣର୍ଚନ୍ଦ୍ର ବିଶି,ହେମ ସାଗର ହେର୍ଣ୍ଣା ଙ୍କ ନେତୃତ୍ୱରେ କଳସ ଯାତ୍ରା ଉତ୍ତେଇ ନଦୀଠାରୁ ଆରମ୍ଭ କରି ବୁରାଟ ଗ୍ରାମ ପରିକ୍ରମା କରିଥିଲା । କଳସ ଶୋଭାଯାତ୍ରାରେ ବିଭିନ୍ନ ସଂକୀର୍ତ୍ତନ ଦଳ , ଶ୍ରୀରାମକୃଷ୍ଣ ଆଶ୍ରମ ଘୁମୁରା ଦଳ ସାମିଲ ହେଇଥିଲେ । ଷୋହଳ ପ୍ରହର ନାମ ଯଜ୍ଞ ଆସନ୍ତାକାଲି ଠାରୁ ଦୁଇ ଦିନ ଧରି ମହାସମାରୋହରେ ପାଳିତ ହେବ । ଏଥିରେ କଳାହାଣ୍ଡି,ବଲାଙ୍ଗିର,ବରଗଡ଼ ଜିଲ୍ଲାରୁ ପାଂଚଟି ମହିଳା ସଂକୀର୍ତ୍ତନ ଦଳ ସହିତ ସର୍ବମୋଟ ୧୧ ଗୋଟି ସଂକୀର୍ତ୍ତିନ ଦଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସମସ୍ତ କାର୍ଯ୍ୟକ୍ରମରେ ଗ୍ରାମର ମର୍ଦ୍ଧରାଜ ସ୍ୱାଇଁ, ବିରଞ୍ଚି ବେହେରା,ଗୋଲାପ ସ୍ୱାଇଁ,ବୁଡ଼ୁ ମାଝୀ,କୃଷ୍ଣଚନ୍ଦ୍ର ଜେନା, ରମେଶ ଚନ୍ଦ୍ର ବଗର୍ତ୍ତୀ,ମନୋଜ ଘଡ଼େଇ,ନରେଶ ଗଉଡ, ମୀନକେତନ ଜେନା,ପର୍ଶୁରାମ ବେହେରା,ହରି ପଧାନ ପ୍ରମୁଖ ସହଯୋଗ କରିଥିଲେ ।

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଦ୍ବାଦଶୀ ତିଥୀ ରବିବାରରେ ବାବା ନୃସିଂହନାଥ ପୀଠରେ ପୂଜାର୍ଚ୍ଚନା

masiha

ପାହାଡ଼ ଶିଖରରେ ଡୋକରି ଦେବୀଙ୍କ ଚୈତ୍ର ଯାତ୍ରା ରେ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

masiha

ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା

Leave a Comment

error: Content is protected !!