ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଦେବୋତ୍ତର ବିଭାଗର ନିଲାମ ବିଜ୍ଞପ୍ତି ସୃଷ୍ଟି କରିଛି ଜନ ଅସନ୍ତୋଷ

ଢେ଼ଙ୍କାନାଳ(ମ ସୀ ହା) ଗତ ୨୪ ତାରିଖରେ ଢେ଼ଙ୍କାନାଳ ଦେବୋତ୍ତର ବିଭାଗର ବିଭିନ୍ନ ପୀଠରେ ଥିବା ଭୋଗ ଦୋକାନ ଓ ଅନ୍ୟାନ୍ୟ ସଇରାତ ଗୁଡ଼ିକର ନିଲାମ ନୋଟିସ ବାହାରିଛି । ସବୁ ବର୍ଷ ଭଳି ନିଲାମ ନୋଟିସରେ ଚଳିତ ବର୍ଷ କପିଳାସ ପୀଠରେ ଏକ ନୂଆ ସଇରାତ ର ନିଲାମ ତାଲିକାରେ ବାହାରିଛି । ଯାହାକି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି ।ସେଗୁଡିକ ହେଉଛି କପିଳାସ ଆସୁଥିବା ଯାତ୍ରୀ ମାନେ ରାସ୍ତା କଡ଼ରୁ ବୁଲା ବିକାଳୀଙ୍କ ଠାରୁ “କାକୁଡି” କିଣିବା ଓ କିଛି ବୁଲା ବିକାଳୀ ସ୍ଥାନୀୟ କାଷ୍ଠ ର ହସ୍ତଶିଳ୍ପ ବୁଲେଇ ବିକିବା ଓ ଚାବି ରିଙ୍ଗ ରେ ଯାତ୍ରୀଙ୍କ ନାମ ଲେଖିବା କାମକରି ନିଜର ଗୁଜୁରାଣ ଚଳାଉ ଥିବା ବୁଲା ବିକାଳୀ ଙ୍କୁ ନିଲାମ ପରିସର ଭୁକ୍ତ କରିବା । ଏହି ନିଲାମ ନୋଟିସ ଯୋଗୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । 

କପିଳାସ ପୀଠରେ ଯେଉଁ ଦୋକାନ ଗୁଡ଼ିକୁ ବିଭାଗ ନିଲାମ କରୁଛି ସେଥିରୁ କେବଳ ଭୋଗ ଦୋକାନ କୁ ଛାଡ଼ିଦେଲେ ଆଉ କୌଣସି ଦୋକାନର ସ୍ଥାୟୀ ଗୃହ ନାହିଁ ।ଦେବୋତ୍ତର ବିଭାଗ ବର୍ଷ କୁ ଥରେ ନିଲାମ କରି ଟଙ୍କା ନେଇଗଲା ପରେ କିଏ କେଉଁଠି ଦୋକାନ କଲା ତାର ଦାୟୀତ୍ୱ ନିଅନ୍ତି ନାହିଁ। ଫଳରେ ଯିଏ ଯେଉଁଠି ପାଇଲା ଦୋକାନ କରି ମନ୍ଦିର ର ପରିବେଶ କୁ ନଷ୍ଟ କରନ୍ତି । କିଏ ମନ୍ଦିର ମୁଖଶାଳା ପାଖରେ ଗୁଟକା ବିକିଲାଣୀ ତ ଆଉ କିଏ ଯାତ୍ରୀ ବିଶ୍ରାମ ଗୃହରେ ଅବଢ଼ା ଅନ୍ନ ବିକ୍ରି କଲାଣି । ଏ ସବୁ ର କିଛି ବ୍ୟବସ୍ଥା ନାହିଁ । ଠାକୁର ଙ୍କ ର ଏହି ଦୋକାନ ନିଲାମରେ ଲକ୍ଷ ଲକ୍ଷ ଟଙ୍କା ଆୟ ହେଉଥିଲେବି ସେହି ଦୋକାନ ଗୁଡିକ ବ୍ୟବସ୍ଥିତ ନୁହେଁ । ଏବେ ଏଥିରେ କାକୁଡି ଦୋକାନ , କାଠ ହସ୍ତ ଶିଳ୍ପ ଦୋକାନ , ଚାବି ରିଙ୍ଗ ଦୋକାନ ନିଲାମ କରି ବୁଲା ବିକାଳୀ ଙ୍କୁ ଅନୁମତି ଦେଲେ ସେ ଯାଇ ଠାକୁରଙ୍କ ବେଢ଼ା ଭିତରେ ଯେ ବିକ୍ରି ନକରିବେ ତାହା କହି ହେବ ନାହିଁ । ଏଠି ପ୍ରଶ୍ନ ଉଠୁଛି ଯେ କପିଳାସ ଠାକୁରଙ୍କର କଣ ଏତେ ଅଭାବ ଯେ କାକୁଡି ଦୋକାନ ନିଲାମ ହେବ ? କପିଳାସ ପାଦ ଦେଶରେ ଏବେ ଠାକୁରଙ୍କ ଜମି ବେଦଖଲ ହୋଇ ବିରାଟ ବିରାଟ କୋଠା ତିଆରି ହେଉଛି । ରାଜ୍ୟ ବାହାରର ଲୋକ ଆସି ଠାକୁର ଙ୍କ ଜାଗା ମାଡ଼ି ବସି କୁକୁଡ଼ା ଫାର୍ମ କଲେଣି । ତାହା ଦେବୋତ୍ତର ବିଭାଗ କର୍ମଚାରୀଙ୍କ ଦୃଷ୍ଟିରେ ପଡୁ ନାହିଁ। କିନ୍ତୁ କାକୁଡି ଦୋକାନୀ ଓ ବୁଲା ବିକାଳୀ କେଉଁଠି ଦୁଇ ପଇସା ରୋଜଗାର କରୁଛନ୍ତି ତାହା ଉପରେ ନଜର ପଡୁଛି । ଦେବୋତ୍ତର ଅଧିକାରୀ ଓ ଜିଲ୍ଲାପାଳ କପିଳାସ ରେ ହେଉଥିବା ଏହି ଅବ୍ୟବସ୍ଥା ସମ୍ବନ୍ଧ ରେ ଜାଣି ନାହାନ୍ତି ତାହା କହିବା ଠିକ୍ ନୁହେଁ ।ସବୁ ଜାଣି ଶୁଣି ଅଜଣା ହେଉଛନ୍ତି । ତେଣୁ ଜିଲ୍ଲାପାଳ ତୁରନ୍ତ ଏହି ଅବ୍ୟବସ୍ଥା ର ପ୍ରତିକାର ନକଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ଯେ ମୁଣ୍ଡ ନ ଟେକିବ ତାହା କହି ହେବ ନାହିଁ ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

SPREADING LIGHT BEYOND THE WALLS

Sunil Chandra Nayak

ପଦ୍ମାବତୀ ପଟେଲ ପ୍ରକୃତି ବନ୍ଧୁ ପୁରସ୍କାର ମନୋନୀତ

ଅବକାରୀ ଧରପଗଡ, ୩ ଗିରଫ 

masiha

Leave a Comment

error: Content is protected !!