ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖପ୍ରାଖୋଲ ପୋଲିସ ଜବତ କଲା ନକଲି ନୋଟ୍‌, ଜଣେ ଗିରଫ

ଖପ୍ରାଖୋଲ ପୋଲିସ ଜଣକୁ ନକଲି ନୋଟ୍‌ କାରବାରରେ ଗିରଫ କରିବା ସହ ତାଙ୍କ ପାଖରୁ ନକଲି ନୋଟ୍‌ ବରାମଦ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଲାଠୋର ଥାନା ଅନ୍ତର୍ଗତ ପିପଲବାହାଲ ଗ୍ରାମ ହନୁମାନ ମନ୍ଦିରପଡାର ବ୍ରହ୍ମା ମେହେର(୩୨) ଏକ ସ୍ପ୍ଲେଣ୍ଡର ପ୍ଲସ୍‌ ବାଇକ୍‌ ନଂ ଓଡି ୨୬ଇ ୨୨୯୩ ଯୋଗେ ଆସି କପସିପାଲି ଗ୍ରାମର ଗୋଟିଏ ଦୋକାନରେ କିଛି ସାମଗ୍ରୀ କିଣି ନକଲି ନୋଟ୍‌ ଦେବାପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଦୋକାନୀ ନକଲି ନୋଟ୍‌ ବୋଲି ଜାଣିପାରି ସାମଗ୍ରୀ ଦେଇ ନଥିଲେ । ସେଇଠୁ ଅଭିଯୁକ୍ତ ଖପ୍ରାଖୋଲକୁ ଆସି ଗୋଟିଏ ଦୋକାନରେ ପୁଣି ନକଲି ନୋଟ୍‌ର କାରବାର କରୁଥିବା ବେଳେ କେହି ଜଣେ ଖପ୍ରାଖୋଲ ଥାନାକୁ ଖବର ଦେବାରୁ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ତାଙ୍କ ପାଖରୁ ନକଲି ୫୦୦ ଟଙ୍କିଆ ନୋଟ୍‌ ୭ଟି, ୨୦୦ ଟଙ୍କିଆ ନୋଟ ୭ଟି, ୧୦୦ ଟଙ୍କିଆ ନୋଟ ୧୧ଟି, ୨ଟି ଏଟିଏମ କାର୍ଡ, ଗୋଟିଏ ମୋବାଇଲ ଓ କିଛି ଦାମୀ ସାବୁନ ଏବଂ ବାଇକ୍‌ ଜବତ କରି ଅଭିଯୁକ୍ତକୁ ଥାନାକୁ ଆଣି ଅଧିକ ତଦନ୍ତ ପାଇଁ ପଚରାଉଚରା କରୁଥିବା ପୋଲିସ ସୂତ୍ରରୁ ଜଣାଯାଇଛି । ଏନେଇ ଖପ୍ରାଖୋଲ ଥାନା କେସ୍‌ ନଂ ୩୩/୨୩ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁଥିବା ଖପ୍ରାଖୋଲ ଥାନା ଏସ୍‌ଆଇ ଗୋପୀନାଥ ମହାକୁଡ଼ ପ୍ରକାଶ କରିଛନ୍ତି । ନକଲି ନୋଟ୍‌ କାରବାରରେ ଆହୁରି ବହୁତ ଲୋକ ସାମିଲ ହୋଇଥିବା ନେଇ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରୁଥିବା ଜଣାପଡିଛି।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଜୁନାଗଡ଼ ଥାନା-  ଜାରିଙ୍ଗ ଠାରେ  ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାର ରାୟ ପ୍ରକାଶ , ୬ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରକ୍ତ ଜିଲ୍ଲା ଦୌରାଜଜ୍…

masiha

ନବଜାତ ଶିଶୁପୁତ୍ର ଅଲୋଡା ! ଶିଶୁର ମୃତଦେହକୁ ଝୁଣୁଥିବା କୁକୁର ମୁହଁରୁ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର 

ଡାବୁଗାଁ ବ୍ଳକରେ ୪ ବର୍ଷ ନାବାଳିକାକୁ ଦୁଷ୍କର୍ମ, ନାବାଳକ ଗିରଫ 

Leave a Comment

error: Content is protected !!