ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖପ୍ରାଖୋଲ ପୋଲିସ ଜବତ କଲା ନକଲି ନୋଟ୍‌, ଜଣେ ଗିରଫ

ଖପ୍ରାଖୋଲ ପୋଲିସ ଜଣକୁ ନକଲି ନୋଟ୍‌ କାରବାରରେ ଗିରଫ କରିବା ସହ ତାଙ୍କ ପାଖରୁ ନକଲି ନୋଟ୍‌ ବରାମଦ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଲାଠୋର ଥାନା ଅନ୍ତର୍ଗତ ପିପଲବାହାଲ ଗ୍ରାମ ହନୁମାନ ମନ୍ଦିରପଡାର ବ୍ରହ୍ମା ମେହେର(୩୨) ଏକ ସ୍ପ୍ଲେଣ୍ଡର ପ୍ଲସ୍‌ ବାଇକ୍‌ ନଂ ଓଡି ୨୬ଇ ୨୨୯୩ ଯୋଗେ ଆସି କପସିପାଲି ଗ୍ରାମର ଗୋଟିଏ ଦୋକାନରେ କିଛି ସାମଗ୍ରୀ କିଣି ନକଲି ନୋଟ୍‌ ଦେବାପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଦୋକାନୀ ନକଲି ନୋଟ୍‌ ବୋଲି ଜାଣିପାରି ସାମଗ୍ରୀ ଦେଇ ନଥିଲେ । ସେଇଠୁ ଅଭିଯୁକ୍ତ ଖପ୍ରାଖୋଲକୁ ଆସି ଗୋଟିଏ ଦୋକାନରେ ପୁଣି ନକଲି ନୋଟ୍‌ର କାରବାର କରୁଥିବା ବେଳେ କେହି ଜଣେ ଖପ୍ରାଖୋଲ ଥାନାକୁ ଖବର ଦେବାରୁ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ତାଙ୍କ ପାଖରୁ ନକଲି ୫୦୦ ଟଙ୍କିଆ ନୋଟ୍‌ ୭ଟି, ୨୦୦ ଟଙ୍କିଆ ନୋଟ ୭ଟି, ୧୦୦ ଟଙ୍କିଆ ନୋଟ ୧୧ଟି, ୨ଟି ଏଟିଏମ କାର୍ଡ, ଗୋଟିଏ ମୋବାଇଲ ଓ କିଛି ଦାମୀ ସାବୁନ ଏବଂ ବାଇକ୍‌ ଜବତ କରି ଅଭିଯୁକ୍ତକୁ ଥାନାକୁ ଆଣି ଅଧିକ ତଦନ୍ତ ପାଇଁ ପଚରାଉଚରା କରୁଥିବା ପୋଲିସ ସୂତ୍ରରୁ ଜଣାଯାଇଛି । ଏନେଇ ଖପ୍ରାଖୋଲ ଥାନା କେସ୍‌ ନଂ ୩୩/୨୩ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁଥିବା ଖପ୍ରାଖୋଲ ଥାନା ଏସ୍‌ଆଇ ଗୋପୀନାଥ ମହାକୁଡ଼ ପ୍ରକାଶ କରିଛନ୍ତି । ନକଲି ନୋଟ୍‌ କାରବାରରେ ଆହୁରି ବହୁତ ଲୋକ ସାମିଲ ହୋଇଥିବା ନେଇ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରୁଥିବା ଜଣାପଡିଛି।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ସ୍ତ୍ରୀ କୁ ପେଟ୍ରୋଲ ଢାଳି ପୋଡି ମାରିବା ଅଭିଯୋଗରେ ଅଭିଯୁକ୍ତ ସ୍ଵାମୀ କୋର୍ଟ ଚାଲାଣ

Sunil Chandra Nayak

ଭିଜିଲାନସ୍ ଜାଲରେ ଭବାନୀପାଟଣା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ସହକାରୀ ପ୍ରିୟଙ୍କା ଜେନା ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ…

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ସହିତ ସ୍କୁଟି ଜବତ, ୦୨ ଗିରଫ 

masiha

Leave a Comment

error: Content is protected !!