ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମପାହାଡରେ ଆମ ପୁଲିସ ସମିତି ବୈଠକ

 ମୟୂରଭଞ୍ଜ – (ମସିହା)ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ଥାନା ପରିସରରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଦାମପାହାଡ ଥାନା ଅଧିକାରୀଣି ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ବାଦାମପାହାଡ ପୋଲିସ କର୍ମଚାରୀଙ୍କ ସହିତ ସମ୍ବାଦିକ, ସମାଜସେବୀ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ହୋଇଥିଲେ। ବୈଠକରେ ମୁଖ୍ୟତଃ ସଡ଼କ ସୁରକ୍ଷା, ରାତ୍ରି କାଳୀନ ପେଟ୍ରୋଲିଂ , ଚୋରି ଡକାୟତି ରୋକିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବୈଠକରେ ପୋଲିସ ଏ ଏସ୍ ଆଇ ବିଚିତ୍ରା ନନ୍ଦ ନାଏକ, ସମ୍ବାଦିକ ସଞ୍ଜୟ କୁମାର ମହାକୁଡ, ରଞ୍ଜିତ କୁମାର ମଣ୍ଡଳ, ଲକ୍ଷ୍ମଣ ମାର୍ଣ୍ଡି ଯୋଗଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିମଳ ସ୍ୱାଇଁ, ନରେନ୍ଦ୍ର ଲୋହାର, ଅଭିଷେକ ସାହୁ, ରନି ଦାସ, ଦିଲ୍ ବାହାଦୁର, ଦୀପୁ ପୃଷ୍ଟି , ସେକ୍ ମେହମୁଦ୍,ରାଜେନ୍ଦ୍ର ବାରିକ ଏବଂ ରମିଜ୍ ରାଜା ପ୍ରମୁଖ ବୈଠକରେ ଉପସ୍ଥିତ ରହି ଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସୁବର୍ଣ୍ଣରେଖା ରାଇବଣିଆ ରୋଟାରୀ କ୍ଲବକୁ ଜିଲ୍ଲା ଗଭର୍ଣ୍ଣର ମନୋଜ ତ୍ରିପାଠୀଙ୍କ ପରିଦର୍ଶନ ଓ ଦୁଇଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ

ତୁଲାପଡା ଧାନମଣ୍ଡିରୁ ୭୯ ବସ୍ତା ଧାନ ଜବତ

Sunil Chandra Nayak

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!