ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡଙ୍ଗା ସିଲ ଠୁଁ ବିଜାପଦର ରାସ୍ତା ଓ ସଂଯୋଗକାରୀ ବ୍ରିଜ ନିର୍ମାଣ କରିବାକୁ ଦାବୀ

ତେନ୍ତୁଳିଖୁଣ୍ଟି ୨୭/୦୨/୨୩ – ତେନ୍ତୁଳିଖୁଣ୍ଟି ବ୍ଳକର ସଦର ପଞ୍ଚାୟତ ର ଡଙ୍ଗାସିଲ ଗ୍ରାମ ର ରାସ୍ତା  ଦେଇକି ଯାଉଥିବା ବିଜାପଦର ରାସ୍ତା  ପାଦ ଚଲା ରହିଛି।ଗାଡି ମଟର ଯିବା ରାସ୍ତା ହୋଇ ପାରି ନାହିଁ।ଡଙ୍ଗାସିଲ ଠାରୁ ଅଳ୍ପ ଦୁରରେ ଏକ ନାଳ ରହିଯାଇଛି ବ୍ରିଜ ନ ଥିବାରୁ ରାସ୍ତା ହୋଇ ପାରୁ ନାହିଁ। ସେହି ନାଳ ରେ ପାଣି ସବୁବେଳେ ରହିଥିବାରୁ  ରାସ୍ତା ହୋଇ ପାରୁନାହିଁ ।ବର୍ଷ ବର୍ଷ ବିତିଯାଇଥିଲେ ବି ଏହି ନାଳ ରେ ବ୍ରିଜ ତିଆରି ହୋଇ ପାରୁ ନାହିଁ।ସରକାର ଙ୍କ ତରଫରୁ ମନରେଗା ଯୋଜନାରେ କୋଟି କୋଟି ଟଙ୍କା ବ୍ଲକ, ପଂଚାୟତ ରେ କାମ ହେଉଛି ମାତ୍ର ବାରମ୍ବାର ଏହି ରାସ୍ତା କୁ ନେଇ  ଡଙ୍ଗାସିଲ ଗ୍ରାମବାସୀ ଙ୍କ ତରଫରୁ ଗ୍ରାମସଭା ପଲିସଭା ରେ ଦାବି କରୁଥିଲେ ବି କୌଣସି ଅଧିକାରୀ ଙ୍କ ଦୃଷ୍ଟି ନ ପଡିବା ପରିତାପର ବିଷୟ ବୋଲି ବରିଷ୍ଠ ନେତା ତଥା ସାମାଜିକ କାର୍ଯ୍ୟକର୍ତ୍ତା ଭୀମ ପାଣିଗ୍ରାହୀ କହିଛନ୍ତି ।ଏହି ରାସ୍ତା ହେଲେ ବିଜାପଦର ଗ୍ରାମବାସୀ ଓ ଡଙ୍ଗା ସିଲ ମାଲବନ୍ଦ ଗ୍ରାମବାସୀ ଉପକୃତ ହେବେ ଓ ଏହି ଅଞ୍ଚଳ ର ପାନୀୟ ଜଳ ସ୍ୱାସ୍ଥ୍ୟସେବା ଭଳି ଅନେକ ସମସ୍ୟା ସମାଧାନ ହେବ ବୋଲି ଜଣାପଡିଛି।ଗ୍ରାମବାସୀ ମାନେ ହେଲେ କିଶୋର ନାୟକ,ଫୁଲମତି ଯାନୀ, ଶଙ୍କର ନାୟକ,ମକୁନ୍ଦ ଯାନୀ, ଡମୁ ଯାନୀ, ଜାମୁଲି ଯାନୀ ଏହି ନାଳ ରେ ବ୍ରିଜ ତିଆରି କଲେ ପାଦ ଚଲା ରାସ୍ତା ରୁ ଗାଡି ମଟର ଚଲା ରାସ୍ତା ହୋଇଯିବ ବୋଲି ଗ୍ରାମବାସୀ କହିଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବ୍ରିଜ ଓ ରାସ୍ତା କରିବାକୁ ସ୍ଥାନୀୟ ବିଧାୟକ ଓ ସାଂସଦ ସମାଧାନ କରିବାକୁ ଉଦ୍ୟମ କରିବେ ବୋଲି ଗ୍ରାମବାସୀ ଓ ସମାଜିକ କାର୍ଯ୍ୟକର୍ତ୍ତା ଆଶାବାନ ଅଛନ୍ତି।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ଅଟୋ ଚାଳକଙ୍କ ପାଇଁ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ଉମୁରାହାଣ୍ଡି ଗ୍ରାମର ୪୦ ବର୍ଷ ରୁ ଉର୍ଦ୍ଧ ହେବ ପୁଝାରୀ ମାନଙ୍କ ସମସ୍ୟା କୁ ସମାଧାନ କଲା ପୋଡ଼ାଗଡ଼ ଚେରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାବୃନ୍ଦ

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ରରେ ଏକ ଦିବସୀୟ ବ୍ଳକ ସ୍ତରୀୟ ଦକ୍ଷତା ପ୍ରଶିକ୍ଷଣ ଶିବିର 

Sunil Chandra Nayak

Leave a Comment

error: Content is protected !!