ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାତୃଭାଷା ଦିବସ ଅବସରରେ ସାହିତ୍ୟିକ କବି ବନ୍ଧୁ ପରିବାରର କବିତା ଆସର

ବାଲେଶ୍ୱର : ସାହିତ୍ୟିକ କବି ବନ୍ଧୁ ପରିବାର,ବାଲେଶ୍ବର ତରଫରୁ ମାତୃଭାଷା ଦିବସ ଉପଲକ୍ଷେ ଲିଖିତ ଶିଶୁ କବିତା ସାପ୍ତାହିକ ରବିବାସରୀୟ ଆସର , ଆଭାସୀ ଆଲୋଚନା ଚକ୍ର ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ପରିବାରର ସଭାପତି ଦେବେନ୍ଦ୍ର ନାଏକ ମହୋଦୟ ସଭାପତିତ୍ଵ କରି ସ୍ଵାଗତ ଅଭିଭାଷଣ ରଖିଥିବା ବେଳେ ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ର ଉପସ୍ଥିତ ସମସ୍ତ ସ୍ରଷ୍ଟାଙ୍କୁ ସ୍ବାଗତ ଶୁଭେଚ୍ଛା ଜଣାଇବା ସହ ଅନୁଷ୍ଠାନର ତୃତୀୟ ଅର୍ଘ୍ୟ ଶିଖା ପର୍ଯ୍ୟାବରଣ ବିଶେଷାଙ୍କ ଉପରେ ସମ୍ୟକ୍ ଆଲୋଚନା ସହ କାର୍ଯ୍ୟକ୍ରମ ଆଭିମୁଖ୍ୟ ଓ ମୁଖ୍ୟ ଅତିଥି ଙ୍କୁ ସ୍ବାଗତ କରିଥିଲେ । ମଞ୍ଚ ଉପସ୍ଥାପକ ରଞ୍ଜନ କୁମାର ମହାନ୍ତି ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ ।ମୁଖ୍ୟ ଅତିଥି ସମସ୍ତଙ୍କର ଆକର୍ଷଣ , ସାହିତ୍ୟ ବିଭୁତି ପଦ୍ମଶ୍ରୀ ହଳଧର ନାଗ ମହୋଦୟ ନିଜର ଦୀକ୍ଷାନ୍ତ ଅଭିଭାଷଣରେ ଓଡ଼ିଆ ଭାଷା ସାହିତ୍ୟର ବିକାଶ ସମ୍ପର୍କରେ ସମସ୍ତଙ୍କର ମୁଖ୍ୟ ଭୂମିକା ଆବଶ୍ୟକ ଓ ସାହିତ୍ୟିକ ମାନଙ୍କୁ ଶ୍ରେଷ୍ଠ ବୋଲି ବିବେଚନା କରିଥିଲେ । ଉଦାହରଣ ମାଧ୍ୟମରେ ଜଗନ୍ନାଥ ଦାସ,ବାଲ୍ମୀକି, ବ୍ୟାସ,ବଳରାମ ଦାସ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ । ତାଙ୍କର ଶ୍ରେଷ୍ଠ ମହାସତୀ ଉର୍ମିଳା ଙ୍କ ଉପରେ ପ୍ରଥମ ସର୍ଗ ବିସ୍ତାରିତ ଭାବରେ ବଖାଣି ଥିଲେ ।

ପରବର୍ତ୍ତୀ କାର୍ଯ୍ୟକ୍ରମ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।ଯାଜପୁର ଜିଲ୍ଲାର ପ୍ରତିମା ଶତପଥୀ,ନବରଙ୍ଗପୁରର ସାଗର କୁମାର ପରିଡ଼ା, କଟକର ମନୋରମା ମହାପାତ୍ର ପଦ୍ମଶ୍ରୀ ହଳଧରଙ୍କ ଉପରେ କବିତା ପାଠ କରିଥିଲେ। ମୁମ୍ବାଇର ଶ୍ରୀମତୀ ସ୍ନେହ ମିଶ୍ର ଅତ୍ୟନ୍ତ ଉପାଦେୟ ମାତୃଭାଷା ଉପରେ କବିତା ପାଠ କରିବା ସହ ନିର୍ମଳ ନାୟକ , ସଦାଶିବ ଶ୍ରୀଚନ୍ଦନ , ଭରତ ଚରଣ ବେହେରା, ରମାକାନ୍ତ ମାହାଳି, ଗୀତାଞ୍ଜଳି ପୃଷ୍ଟି, ରୀତା ଅପରାଜିତା ମହାନ୍ତି, ତପନ କୁମାର ବିଶ୍ବାଳ,ନଗେନ୍ଦ୍ର କୁମାର ରାଉତ, ସଂଗ୍ରାମ କିଶୋର ପରିଡ଼ା, ବିପିନ ବିହାରୀ ବାରିକ, ପ୍ରଫୁଲ୍ଲ କୁମାର ଦାସ, ବିଶ୍ବେଶ୍ବର ମାଝୀ, ବିନୋଦିନୀ ଦାଶ,ଜିତେନ୍ଦ୍ର କୁମାର ଗିରି,ନୀଳକାନ୍ତି ପଟ୍ଟନାୟକ, ନିବାଶ ନାୟକ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ହୃଦୟ ରଞ୍ଜନ ପରିଡ଼ା, ପ୍ରଶାନ୍ତ କୁମାର ନାଥ,ରଞ୍ଜନ କୁମାର ମହାନ୍ତି, ତୃପ୍ତି ରଞ୍ଜନ ରାଉତ, ପ୍ରତାପ ଚନ୍ଦ୍ର ରାଉତ, ବାଲେଶ୍ବରରୁ ଯୁବକବି ଦେବାଶିଷ ,ରତିନାରାୟଣ ରାଉତ, ନିର୍ମଳ ବାରିକ, ବଦ୍ରିନାରାୟଣ ମହାନ୍ତି,କ୍ଷଣପ୍ରଭା ସାହୁ, ଘାନାରୁ ତପନ କୁମାର ପଣ୍ଡା ଇତ୍ୟାଦି ବିଭିନ୍ନ ସ୍ଥାନର ସାହିତ୍ୟିକ ବନ୍ଧୁମାନେ ଯୋଡି ହୋଇ ମାତୃଭାଷା ଦିବସ ଉପଲକ୍ଷେ କବିତା ପାଠ କରିଥିଲେ ।ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ବିପିନ ବିହାରୀ ବାରିକ କବିତା ଗୁଡିକର ସମୀକ୍ଷାୟନ ମତାମତ ରଖିଥିଲେ ।ସାଗର କୁମାର ପରିଡ଼ା କବିତା ଆସରକୁ ସଂଯୋଜନା କରି,ଧନ୍ୟବାଦ ଅର୍ପଣ କରିଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ ମନ୍ତ୍ର କରିଥିଲେ ।ଶେଷରେ ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ଅନୁମୋଦନରେ ସଭା ସାଙ୍ଗ ହୋଇଥିଲା ।

Related posts

ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ

Sunil Chandra Nayak

ଡାବୁଗାଁ ରେ ମା ଦୂର୍ଗାଙ୍କ ଅଷ୍ଟମୀ ପୂଜା

Sunil Chandra Nayak

ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଆନିମଲ୍‌ ହେଲ୍ପ ଲାଇନ

Leave a Comment

error: Content is protected !!