ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ମୋଟ୍ରାଣୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, କ୍ଵାଟରରେ ମହିଚଲା 

ମୋଟେର,୨୭/୦୨ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ମଣ୍ଡି ପଡିଆ ଠାରେ ମା ମୋଟ୍ରାଣୀ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଶନିବାର ମା ମୋଟ୍ରାଣୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷକ ରାମନାରାୟଣ ପୁଝାରୀ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବିନୋଦ ପଟେଲ, ହିରଣ୍ୟ ବେହେରା, ପରମେଶ୍ୱର ପାଳ ଯୋଗ ଦେଇ ଖେଳାଳୀ ଓ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ l ଉଦଘାଟନୀ ମ୍ୟାଚ ମହିଚଲା ବୁଢାରଜା ଓ ଠେଲକୋମୁଣ୍ଡା ଏକାଦଶ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ମହିଚଲା ବ୍ୟାଟିଙ୍ଗ କରି ଦଶ ଓଭରରେ ୪ ୱିକେଟ ହରାଇ ୧୩୮ରନ ସଂଗ୍ରହ କରିଥିଲା । ଜବାବରେ ଠେଲକୋମୁଣ୍ଡା ଏକାଦଶ ୭ ୱିକେଟ ହରାଇ ୭୪ ରନ କରିପାରିଥିଲା l ଆଜିର ଖେଳକୁ ବରିଷ୍ଠ ଖେଳାଳୀ ଦେବେନ୍ଦ୍ର ଶବର ଓ ପିଣ୍ଟୁ ଦାସ ପରିଚାଳନା କରିଥିଲେ l ରାମ ନାରାୟଣ ପୁଝାରୀ ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ବିନୋଦ ଶବର ସ୍କୋର ବୋର୍ଡ ସମ୍ଭାଳି ଥିଲେ l ମା ମୋଟ୍ରାଣୀ କ୍ରିକେଟ କ୍ଳବର ସୁଶୀଲ ପଟେଲ, ଡିସେମ୍ବର ଭୋଇ, ଲଳିତ ରଣା, ସୌରଭ ଦାସ, ରୋହିତ ପୁଝାରୀ, ମଣ୍ଟୁ ଦାସ, ବବଲୁ ପୁଝାରୀ, ମଧୁସୂଦନ ମାଝୀ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

ମସିହା ନିଉଜ ସର୍ଭିସ୍ 

Related posts

ନର୍ଲା କ୍ରିକେଟ କ୍ଳବ ତରଫରୁ ରାଜ୍ୟ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ରେ ଟିଟିଲାଗଡ଼ ଟିମ ଫାଇନାଲ୍ ରେ ପ୍ରବେଶ

Sunil Chandra Nayak

ଡ଼ୁମାଡ଼ଙ୍ଗର ଠାରେ DPL କ୍ରିକେଟ ଟୁର୍ନାମେଣ୍ଟ  

ଶହୀଦ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

masiha

Leave a Comment

error: Content is protected !!