ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତି ର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ 

ମୟୂରଭଞ୍ଜ -୨୮/୨/୨୩ // ସଦ୍ୟ ସମାପ୍ତ ହୋଇଥିବା ଓଡ଼ିଶାର ଶୀର୍ଷ ସମବାୟ ସମିତି ଗୁଡ଼ିକର ନିର୍ବାଚନରେ ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତି ର ନିର୍ଦେଶିକା ଭାବେ ମୟୂରଭଞର ରାଇରଙ୍ଗପୁର ନିବାସୀ ଶ୍ରୀମତୀ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ବନ୍ଦରେ ୩ ନମ୍ବର ଜୋନରୁ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ପଟ୍ଟନାୟକ ନିର୍ବାଚିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି।।

  ଏହା ପୂର୍ବରୁ ମଧ୍ୟ ସେ ବାମନ ଘାଟି ଗୃହନିର୍ମାଣ ସମବାୟ ସମିତି ର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ପଟ୍ଟନାୟକ ରାଇରଙ୍ଗପୁର ନିବାସୀ ବିଶିଷ୍ଟ ସମାଜସେବୀ ତଥା ବାମନ ଘାଟି ଗୃହ ନିର୍ମାଣ ସମବାୟ ସମିତି ର ସଭାପତି ଡ଼ଃ ବିଚିତ୍ରାନନ୍ଦ ପଟ୍ଟନାୟକଙ୍କ ଧର୍ମପତ୍ନୀ ଅଟନ୍ତି । ସେ ଜଣେ ଅମାୟିକ, ସରଳ , ସ୍ନେହଶୀଳା, ମହିଳା ତଥା ଗୃହିଣୀ ଅଟନ୍ତି । ଅନ୍ୟ ପକ୍ଷରେ ସେ ଜଣେ ଉଚ୍ଚ ଶିକ୍ଷିତା, ଲେଖିକା , ସାହିତ୍ୟିକା ମଧ୍ୟ ଅଟନ୍ତି । ସେ ଅନେକ ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ମାନଙ୍କ ସହ ସଦା ସର୍ବଦା ଜଡ଼ିତ ରହି ଜନ କଲ୍ୟାଣ କାର୍ଯ୍ୟ ରେ ନିୟୋଜିତ ଅଛନ୍ତି।। ଶ୍ରୀମତୀ ପଟ୍ଟନାୟକ ଏହି ସଫଳତା ନିମନ୍ତେ ବାମନଘାଟି ଗୃହ ନିର୍ମାଣ ସମବାୟ ସମିତି ର ସମସ୍ତ ସଦସ୍ୟ ସଦସ୍ୟା ତଥା ଶୁଭେଚ୍ଛୁ ଓ ହିତାକାଙ୍ଖୀ, ବୁଦ୍ଧିଜୀବୀ ମାନଙ୍କୁ ନିଜର ଗଭୀର କୃତଞ୍କତା ଜଣାଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଲୋକପ୍ରିୟ ବିଜ୍ଞାନ ସାହିତ୍ୟ ସମାଜକୁ ସଚେତନ କରିଥାଏ ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ବିଜ୍ଞାନ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ

Sunil Chandra Nayak

ଜଳବାୟୁ ପରିବର୍ତ୍ତନ ଚ୍ୟାଲେଞ୍ଜ ମଧ୍ୟରେ ସସ୍ଥାୟୀ କୃଷି ଓ କମନ୍ସ ସୁରକ୍ଷା ପାଇଁ ସାମୁହିକ ସଂକଳ୍ପ

ବିଧାୟକଙ୍କ ଦ୍ୱାରା ଆଜି ୩ଟି ସ୍ଥାନରେ ରାସ୍ତା କାମର ଶିଳାନ୍ୟାସର ସୁଭ ଉଦ୍ଘାଟନ 

masiha

Leave a Comment

error: Content is protected !!