ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାଙ୍କ କର୍ମଚାରୀ ନେତା ସାଥୀ ଅରୁଣ ଦାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା/ ଆମ୍ବାଗାନନିକଟସ୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ରେ ରାଉରକେଲା ବ୍ୟାଙ୍କ କର୍ମଚାରୀ ସମନ୍ବୟ ସମିତି ର ସଭାପତି ସାଥୀ ଅରୁଣ ଦାସଙ୍କ ବିୟୋଗରେ ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଛି। ସାଥୀ ଦାସ ୨୬.୦୨.୨୩ ରେ ବାଙ୍ଗାଲୋର ରେ ଚିକିତ୍ସାଧିନ ଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ସେ ସମନ୍ବୟ ସମିତି ର ସଭାପତି, ୟୁବିଆଇଇଏ ର ପୂର୍ବତନ ସଭାପତି ତଥା ନିଖିଳ ଓଡିଶା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କର୍ମଚାରୀ ସଂଘର ସମ୍ମାନିତ ସଦସ୍ୟ ଥିଲେ। ସାଥୀ ପଶୁପତି ନାଥ ଚାଟାର୍ଜୀ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା ରେ ପ୍ରଥମେ ସାଥୀ ସ୍ବର୍ଗତ ଦାସଙ୍କୁ ଶ୍ରଦ୍ଧା ଜଣାଇ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସାଥୀ ଜେ ପି ସିଂ, ସାଥୀ ଶୁଭକାନ୍ତ ବୋଇତି, ସାଥୀ ସଙ୍ଗୀତା ମହାନ୍ତି, ସାଥୀ ଚନ୍ଦ୍ରମଣି ମାଝୀ, ସାଥୀ ମହମ୍ମଦ ୟୁନୁସ, ସାଥୀ ସିଦ୍ଧାର୍ଥ କାନୁନଗୋ, ସାଥୀ ରାହୁଲ ବରୁଆ, ସାଥୀ ଅବିନାଶ କୁମାର ପ୍ରମୁଖ ସ୍ବର୍ଗତ ଦାସଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସଭାପତି ଶ୍ରୀ ଚାଟାର୍ଜୀ ସ୍ବର୍ଗତ ଦାସଙ୍କ ସ୍ମୃତି ଚାରଣ କରିବା ସହ ୟୁବିଆଇଇଏ ଅନ୍ୟତମ ପୂର୍ବତନ ସଭାପତି ସାଥୀ ଦେବ ନାୟକ ଙ୍କ ପ୍ରେରିତ ଶ୍ରଦ୍ଧା ବାର୍ତ୍ତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ଦାସ, ସଜନ ପତି, ପରେଶ ବିଶ୍ଵାଳ, ଶିବ ବଡାଇକ, ବିକ୍ତା ଧୋବିଗାରୁଡ଼ି, ଶୁକ୍ରୁ ସୋରେନ, ସୁଭାଷ ପାଲ, ଅଞ୍ଜଳି କିସପଟ୍ଟା, ମମତା ମହାନ୍ତି, ରବୀନ୍ଦ୍ର ଗୌଡ଼, ମହେନ୍ଦ୍ର ନାଏକ, ଏନି କେରକେଟା, ସୁରେଶ କିଶାନ, ମନିଷା ଟୋପ୍ପୋ, ପୁନମ ତିର୍କି, ଏଲିଜାବେଥ ଲାକ୍ରା, ସନ୍ତୋଷିନୀ ସୋରେନ, ଶୁଭେନ୍ଦ୍ର ପରିଡ଼ା, ଅର୍ଣ୍ଣବ ଚୌଧୁରୀ, ଧ୍ରୁବ ଚରଣ ବାରା ଶ୍ରଦ୍ଧାଞ୍ଜଳି ସଭା ରେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନିଆଁ ରେ ପୋଡି ହୋଇ ଗର୍ଭବତୀ ମହିଳା ଗୁରୁତର 

Sunil Chandra Nayak

ଅଶାସ୍ତ୍ରୀୟ ରଥଯାତ୍ରାକୁ ନେଇ ଅସନ୍ତୋଷ, ଜଗନ୍ନାଥ ପରମ୍ପରା ସୁରକ୍ଷା ପାଇଁ ଦାବି

ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ଗଙ୍ଗାଧର ମେହେରଙ୍କ ରଚିତ କବିତା ଆବୃତ୍ତି ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!