ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବନ୍ୟଜନ୍ତୁ ଶିକାରୀ ଗିରଫ

ଡାବୁଗାଁ, ୨୮/୨ (ମ.ନି.ସ.)- ସୋମବାର ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ର ମଇଦଲପୁର ସେକ୍ସନ ଅଧୀନ ବାର୍ଲି ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଶିକାରୀ କୁ ଡାବୁଗାଁ ବନ ବିଭାଗ ଗିରଫ କରିଛି | ସୂଚନାଯୋଗ୍ୟ:- ମଇଦଲପୁର ସେକ୍ସନ ଅଧୀନ ବାର୍ଲି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବନ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ଦେଖିଥିଲେ ଯେ ୨ ଜଣ ଯୁବକ ବନ୍ଧୁକ ଧରି ବନ୍ୟଜନ୍ତୁ ଶିକାର ପାଇଁ ଯାଉଥିଲେ | ବନ ବିଭାଗ କର୍ମଚାରୀ ମାନେ ଦେଖି ୨ ଯୁବକଙ୍କୁ ଗୋଡାଇ ଥିଲେ | ଏହି ସମୟରେ ଜଣେ ଯୁବକ ଫେରାର ହୋଇଯାଇଥିଲେ | ଅନ୍ୟ ଜଣେ ଯୁବକଙ୍କୁ ବନ ବିଭାଗ କର୍ମଚାରୀ କାବୁ କରିଥିଲେ | ଉକ୍ତ ଅଭିଯୁକ୍ତ ବଡ ବାର୍ଲି ଗ୍ରାମର ବେଶୁ ଜାନୀ (୩୫) ଙ୍କୁ ଗିରଫ କରାଯାଇଛି | ତାଙ୍କ ଠାରୁ ୧ ଟି ଦେଶୀ ବନ୍ଧୁକ, ୧ କୁରାଢି ଜବତ କରାଯାଇଛି | ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗ ସୂଚନା ଦେଇଛନ୍ତି | ଏଥିରେ ମଇଦଲପୁର ସେକ୍ସନ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ବସନ୍ତ କୁମାର ନାୟକ ଓ ପର ଫରେଷ୍ଟ୍ରୀ କର୍ମଚାରୀ ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବେଆଇନ ମଦ ଓ ନଲି ପଞ୍ଜାବରେ ବାମନଘାଟୀ ଉପଖଣ୍ଡ; ୭ ଜଣଙ୍କୁ ବାନ୍ଧିଲା ଅବକାରୀ ବିଭାଗ

masiha

ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କ ହତ୍ୟା ଘଟଣାର ସିନ୍ ରିକ୍ରିଏସନ ଦେଖାଇଲା ଅଭିଯୁକ୍ତ

Sunil Chandra Nayak

ପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ଅଭିଯୋଗ 

masiha

Leave a Comment

error: Content is protected !!