ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲୀ ଭାଲୁ ଆକ୍ରମଣରେ ବ୍ୟକ୍ତି ଗୁରୁତର

ଲାଞ୍ଜିଗଡ଼,୨୮/୦୨(ମନିସ )- ଲାଞ୍ଜିଗଡ଼ ବ୍ଲକ ତଥା ବିଶ୍ବନାଥପୁର ବନାଞ୍ଚଳ ମୁଷାନାଳ ସେକ୍ସନ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତ ମଠାଗୁଡ଼ା ଗାଁର ବୁଦା ମାଝୀ ନାମକ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ! ତେବେ ଗୁରୁତର ଭାବେ ତାଙ୍କୁ ପରିବାର ଓ ଗାଁ ଲୋକେ ଉଦ୍ଧାର କରି ଘରକୁ ନେଇ ଆସିଥିବାବେଳେ ଜଣେ ଘରୋଇ କ୍ବାକଙ୍କ ଦ୍ବାରା ଚିକିତ୍ସା କରାଉଥିବା ଜଣାପଡ଼ିଛି ! ସୂଚନା ଅନୁଯାୟୀ, ବୁଦା ମାଝୀ ତାଙ୍କ ସ୍ତ୍ରୀ ନାଙ୍ଗ ମାଝୀଙ୍କ ସହିତ କର୍କାମସ୍କା ଗାଁ ନିକଟସ୍ଥ ବିଲ ପଟେ କୌଣସି କାମରେ ଯାଇଥିବାବେଳେ ଏକ ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ! ଘଟଣାସ୍ଥଳରେ ସ୍ବାମୀ-ସ୍ତ୍ରୀଙ୍କ ଚିତ୍କାର ଶୁଣି କର୍କାମସ୍କା ଓ ମଠାଗୁଡ଼ା ଗାଁର ଲୋକେ ଦୌଡ଼ି ଆସିବାରୁ ଭାଲୁଟି ଜଙ୍ଗଲ ଆଡ଼େ ପଳାଇଯାଇଥିଲା ! ଏହାପରେ ଲୋକେ ତାଙ୍କୁ ଉଦ୍ଧାର କରି ଆଣିବା ସହ ଯୋଗାଯୋଗ ଅଭାବରୁ ଚିକିତ୍ସା ପାଇଁ ବାହାରକୁ ନେଇ ପାରିନଥିବାବେଳେ ଜଣେ କ୍ବାକଙ୍କ ଦ୍ବାରା ତାଙ୍କର ଚିକିତ୍ସା କରାଉଥିବା ଜଣାପଡ଼ିଛି ! ତେବେ ତାଙ୍କ ଅବସ୍ଥା ସ୍ଥିର ଥିବାବେଳେ ତାଙ୍କର ଉଚ୍ଚତର ଚିକିତ୍ସାର ଆବଶ୍ୟକତା ରହିଛି ! ଏଣୁ ବନ ବିଭାଗ ପକ୍ଷରୁ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବି ହେଉଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଜନସାଧାରଣଙ୍କ ସମସ୍ୟାର ସମାଧାନ ନିଜେ ଉପସ୍ଥିତ ରହି ସମାଧାନ କଲେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ 

masiha

ଭୂତପୂର୍ବ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କୁ ଶ୍ରଦ୍ଧାଂଜଳି

masiha

ବିଜେପି ସଦସ୍ୟ ଓ ଗ୍ରାମ ଯୁବକ ମାନଙ୍କ ସହଯୋଗରେ ୪୦୦ ଗଛ ବୃକ୍ଷ ରୋପଣ

Sunil Chandra Nayak

Leave a Comment

error: Content is protected !!