ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୁମାଛି ଆକ୍ରମଣ ରେ ମହିଳା ଗୁରୁତର

ପାପଡାହାଣ୍ଡି 01/03, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ଚାଉରିଆଗୁଡା ଗ୍ରାମରେ ମହୁମାଛି ଆକ୍ରମଣରେ ବୁଧବାର ଜଣେ ମହିଳା ଗୁରୁତର ହୋଇଛନ୍ତି | ଗୁରୁତର ମହିଳା ପାପଡାହାଣ୍ଡି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସିତ ହେଉଛନ୍ତି | ସୂଚନା ଅନୁଯାୟୀ ଜଟାଵାଲ ଗ୍ରାମର ଦଶମୀ ଗୋହଲ (50) ସକାଳେ ପନିପରିବା ଆଣିବା ପାଇଁ ଚାଉରିଆଗୁଡା ଆମ୍ବ ତୋଟା କୁ ଯାଇଥିଲେ | ଏହି ସମୟରେ ମହୁମାଛି ତର୍କିତ ଭାବେ ଏହି ମହିଳା ଜଣ କୁ ଆକ୍ରମଣ କରିଥିଲା, ନିଜ ଜୀବନ ବଂଚେଇବା କୁ ଚେଷ୍ଟା କରି ଏହି ମହିଳା ଜଣ ଗାଁ ଭିତରକୁ ଦୌଡ଼ି ପଳାଇଥିଲେ | ଗ୍ରାମବାସୀ ଏହା ଦେଖିବା ପରେ ଏହି ମହିଳା ଜଣ କୁ ଉଦ୍ଧାର କରିଥିଲେ | ଗୁରୁତର ମହିଳା କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଆଣି ଭର୍ତ୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ ମହିଳା ଜଣ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଡାକ୍ତର ସୂଚନା ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପଞ୍ଚଭୂତରେ ବିଲୀନ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖାଗ୍ନି ଦେଲେ ପୁଅ ଵିଶାଳ

Sunil Chandra Nayak

ମାନ୍ୟବର ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

masiha

ଆଧୁନିକ ନାଟକର ବାର୍ତ୍ତାବହ କାଳୀଚରଣ ପଟ୍ଟନାୟକ ଓ ରକ୍ତମାଟି ସଂପର୍କରେ ଆଲୋଚନାଚକ୍ର

Sunil Chandra Nayak

Leave a Comment

error: Content is protected !!