ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମ ପାହାଡ଼ରେ ପରିମଳ ବ୍ୟବସ୍ଥା ବିପର୍ଯ୍ଯସ୍ତ

ବାଦାମ ପାହାଡ଼ରେ ପରିମଳ ବ୍ୟବସ୍ଥା ବିପର୍ଯ୍ଯସ୍ତ

ମୟୂରଭଂଜ – ୨୦/୦୬ — ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର କୁସୁମୀ ବ୍ଲକ ବାଦାମ ପାହାଡ଼ ଅଞ୍ଚଳରେ ଭୃଷୁଡି ପଡ଼ିଛି ପରିମଳ ବ୍ୟବସ୍ଥା ନାଳ,ନଦ୍ଧମା,ବସ୍ତି କେମ୍ପ କଲୋନୀ, ହାଟସାହି, ବାଦାମ ପାହାଡ଼ ବଜାର,ସିପିହାଟି,ଇନ୍ଦ୍ରାକଲୋନୀ, ବାଲିଆପାଟ, ଏବଂ ବାଦାମ ପାହାଡ଼ ଆଖପାଖ ଅଞ୍ଚଳରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଭର୍ତ୍ତି ହୋଇରହିଥିବା ନଜିର ଆସିଛି ନା ପଡୁଛି ବ୍ଲିଚି,ନା ହେଉଛି ସଫେଇ ପ୍ରଧାନମନ୍ତ୍ରୀ କହୁଛନ୍ତି ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ନାମକୁ ମାତ୍ର ସଫେଇ କାର୍ଯ୍ୟକ୍ରମ ପାଇଁ ସରକାରଙ୍କୁ କୋଟି କୋଟି ଟଙ୍କା ଆସୁଥିବା ବେଳେ କୁଆଡେ ଯାଉଛି ସେ ଟଙ୍କା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଏନେଇ ୧୭ ତାରିଖ ସମ୍ବାଦ ଖବରକାଗଜ ରେ ପ୍ରକାଶ ପାଇବା ପରେ ନାମକୁ ମାତ୍ର ବାଦାମ ପାହାଡ଼ ମୁଖ୍ୟ ବଜାର ରେ ସଫା ହୋଇନଥିବା ଅଳିଆ ଗଦା ଉପରେ ନାମକୁ ମାତ୍ର ବୁନ୍ଦାଏ ବୁନ୍ଦାଏ ପକେଇ ଦେଇ ଚାଲିଗଲେ ଏମିତିକି ବର୍ଷ ବର୍ଷ ଧରି ପ୍ରତି ଗାଁ ଗଣ୍ଡାରେ ବ୍ଲିଚି ପଡୁଥିବାରୁ ପାଣି ବିଶୋଧନ ହୋଇପାରୁନି ଯାହାଫଳରେ ବାଦାମ ପାହାଡ଼ ଅଞ୍ଚଳରେ ଡେଙ୍ଗୁ,ଓଡାଇରିଆ ଭଳି ମାରାତ୍ମକ ରୋଗ ବ୍ୟାପିଚାଲିଛି ଦୁଇଦିନ ପୂର୍ବରୁ ଡେଙ୍ଗୁ ରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅଧିକାଂଶ ଡେଙ୍ଗୁ ଆକ୍ରାନ୍ତରେ ଶିକାର ହୋଇଥିବା ଅଭିଯୋଗ ଆସୁଛି ଏବଂ ପ୍ରତି ଗାଁ ଗଣ୍ଡାରେ ୪ ରୁ ପାଞ୍ଚଜଣ ଲେଖାଏଁ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳୁଛି ବାଦାମ ପାହାଡ଼ ଅଞ୍ଚଳରେ ପ୍ରାୟ ୫୦୦୦ ହଜାରରୁ ଉର୍ଦ୍ଧ୍ଵ ଜନସଂଖ୍ୟା ଥବା ଜଣାପଡିଛି ବର୍ଷ ବର୍ଷ ଧରି ବସ୍ତି କେନାଲ ଗୁଡିକ ନା ହେଉଛି ମରାମତି ନା ହେଉଛି ସଫେଇ ପ୍ରଶାସନ କୁ ବାରମ୍ବାର କେନାଲ ମରାମତି, ଏବଂ ସଫେଇ କରିବା ପାଇଁ ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କଲାପରେ ମଧ୍ୟ ଫଳ ଶୁନ ପ୍ରତି କେନାଲ ଡେନ ଗୁଡିକ ରେ ଟ୍ରିପ ଟ୍ରିପ ଅଳିଆ ଜମା ହୋଇଥିବା ଦେଖିବାକୁ ମିଳିଛି! ଏଣୁ ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି ବର୍ଷ ବର୍ଷ ଧରି ବିଶୋଧନ ହେଉନଥିବା ପାଣି ପିଇ ଅଧିକାଂଶ କିଡନୀ ରୋଗରେ ମଧ୍ୟ ଶିକାର ହେଉଥିବା ନଜିର ଆସିଛି ଏନେଇ ଆର ଡବ୍ଲୁ ଏସ ଏସ କନିଷ୍ଠ ଯନ୍ତ୍ରୀ ଅନିଲ ନାଏକ ଙ୍କୁ ପଚାରିବାରୁ ସେ କହିଲେ ସଫେଇ କାର୍ଯ୍ୟକ୍ରମ ଆମର ନୁହେଁ ଏଣୁ ଆମେ ବ୍ଲିଚି ପକେଇଛୁ ବୋଲି ସେ କହିଲେ ଏଣୁ ଏଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବିହେଉଛି

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କର୍ଲାପାଟ୍ ଅଭୟାରଣ୍ୟର ଜଙ୍ଗଲୀ ମୂଳକରେ ବଞ୍ଚିବାର ରାହା ଖୋଜୁଛନ୍ତି ଆଦିବାସୀ

Sunil Chandra Nayak

ଓସା ର ୧୫ତମ ରାଜ୍ୟସମ୍ମିଳନୀ ରେ ପୁଣି ଚମକିଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

masiha

ରୁପ୍ରା ଠାରେ ଖୋଳିଲା ଭୂମି ଭାରତ ଗ୍ୟାସ ଗ୍ରାମିଣ ବିତରକ 

Leave a Comment

error: Content is protected !!