ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହାବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଯୁବ ସଂସଦ ଅନୁଷ୍ଠିତ 

ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲା ର ଦଶ ଗୋଟି ବ୍ଲକ ତଥା ମହାବିଦ୍ୟାଳୟ ଗୁଡିକରୁ ତିନିଶହ ଯୁବକ ଯୁବତୀଙ୍କୁ ନେଇ ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ନେହୁରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଯୁବ ସଂସଦ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଯୁବ କେନ୍ଦ୍ର ସ୍ବେଛାସେବୀ ବାଣୀପ୍ରିୟା ପାତ୍ର ଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ଵାଳ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବି.ରମେଶ ଉଦଘାଟନୀ ଉତ୍ସବ ରେ ଅଧ୍ୟକ୍ଷତା କରି ନେହୂରୁ ଯୁବ କେନ୍ଦ୍ର ର ବର୍ଷ ତମାମ କରାଯାଇଥିବା କାର୍ଯ୍ୟକ୍ରମ ଗୁଡ଼ିକର ବିବରଣୀ ପ୍ରଦାନ କରିଥିଲେ। ମାନନୀୟ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଶିବିରର ଉଦଘାଟନ କରି ଯୁବ ସମାଜ କୁ ଉଚିତ୍ ମାର୍ଗ ଚୟନ କରି ଯୁବ ଶକ୍ତି କୁ ବିକଶିତ କରିବା ପାଇଁ ଏହା ପ୍ରକୃଷ୍ଟ ସମୟ ଓ ଏହାର ସଠିକ ଉପଯୋଗ କରିବାକୁ ଯୁବ ସମାଜ କୁ ଆହ୍ଵାନ କରିଥିଲେ। ସମ୍ନାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଅନ୍ୟା ଦାଶ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ସ୍ୱର୍ଣ୍ଣଲତା ବିଶ୍ୱାସ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ ବିଜୟ କୁମାର ମିଶ୍ର ଯୋଗଦେଇ ଯୁବ ସମାଜ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମ ର ପରିଚାଳନାରେ ଥିଲେ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତ୍ତା। ଶେଷରେ ଜିଲ୍ଲା ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରୁ ଫେରିଥିବା ୪ ଜଣ ପ୍ରତିଯୋଗୀ ନିଜ ନିଜ ବକ୍ତୃତା ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ର ରାଜନୀତି ବିଭାଗ ଦ୍ବାରା ଯୁବ ସଂସଦ ର ଆୟୋଜନ ହୋଇଥିଲା ଏବଂ ଏହାକୁ ପରିଚାଳନା କରିଥିଲେ ଅଧ୍ୟାପକ ହରିଶ୍ଚନ୍ଦ୍ର ଶବର। ଏହାପରେ ବିଭିନ୍ନ ଦଳ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଯୁବ ସମାଜ ର ବିକାଶରେ ସମାଜ ଓ ରାଷ୍ଟ୍ରର ବିକାଶ ନିହିତ ଅଛି ଓ ସମସ୍ତେ ଏ ଦିଗରେ କାର୍ଯ୍ୟ କରି ଜିଲ୍ଲା ଯୁବ ସମାଜ କୁ ଆଗକୁ ନେବାପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ବାଲେଶ୍ୱର ଗ୍ରସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

ଵହଳଦା ତହସିଲ ଠାରୁ ଅଗ୍ନିଶମ କାର୍ଯ୍ୟାଳୟ ରାସ୍ତା ମରଣଯନ୍ତା ; ମରାମତି ପାଇଁ ଗ୍ରାମବାସୀଙ୍କ ଦାବି 

masiha

ଗାଁ କଲ୍ୟାଣ ସଫେଇ ପଇସା ଯାଉଛି କୁଆଡେ ?

masiha

Leave a Comment

error: Content is protected !!