ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଧଡ଼କ ଚାଲିଛି ବାଲି ଚୋରା ଚାଲାଣ , ରାଜସ୍ୱ ବିଭାଗୀୟ ଅଧିକାରୀ ନିଘା ନାହିଁ ?

ନବରଙ୍ଗପୁର,(ମ ନି ସ) ଦିନ ଦି ପହରେ ଚାଲିଛି ଖଣି ଖାଦାନ ଲୁଟ ପ୍ରଶାସନ ନିଘୋଡ ନିଦରେ ଶୋଇଛି ,ଏହି ଭଳି ନବରଙ୍ଗପୁର ଜିଲ୍ଳା ରେ ନୂଆ କଥା ନୁହେଁ ପୂର୍ବରୁ ନବରଙ୍ଗପୁର ତହସିଲ ଓ ପାପଡାହାଣ୍ଡି ପରେ ଏବେ ନନ୍ଦାହାଣ୍ଡି ତହସିଲ ରେ ଦେଖିବାକୁ ମିଳଛି। ବିଭିନ୍ନ ସମୟରେ ଅଭିଯୋଗ ହେଲେ ମଧ୍ୟ ବନ୍ଦ ହୋଇ ପାରୁନି ବାଲି ଚୋରା ଚଲାଣ l ଦିନ ଦି ପହରେ ଟ୍ରକ ଟ୍ରକ ବାଲି ଉଠାଣ ହେଉଛି, କିନ୍ତୁ ବିଭାଗୀୟ ଅଧିକାରୀ ଙ୍କ ଦୁଷ୍ଟି ରେ ପଡୂନାହିଁ l ଇନ୍ଦ୍ରାବତୀ ନଦୀ ଠାରେ ରହି ଥିବା ବାଲି ଖାଦାନ କୁ ଏବେ ବାଲି ମାଫିଆ ମାନଙ୍କ ଲୋଳୁପ ଦୁଷ୍ଟି ପଡିଛି l ଦିନ କୁ ଦିନ ଖାଲି ହେବାରେ ଲାଗିଛି ଇନ୍ଦ୍ରାବତୀ ନଦୀ ର ବାଲି ଭଣ୍ଡାର l ଦିନକୁ ଦିନ ଶହ ଶହ ଗାଡି ବାଲି ଚୋରା ଚଲାଣ ହେଉଛି l ଏଥିପ୍ରତି ପ୍ରଶାସନ ନିରବ କାହିଁକି ତାକୁ ନେଇ ଉଠିଛି ପ୍ରଶ୍ନ l ବାଲି ଚାଲାଣ ଉପରେ ରୋକ୍ ଲଗାଇବାକୁ ସାଧାରଣ ରେ ଚର୍ଚ୍ଚାର ଧରିଛି, ଏ ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ଅଜବ ନିୟମ ବଖାଣି ଥିଲେ। ଏହା ବର୍ତ୍ତମାନ ର କଥା ନୁହେଁ ପୂର୍ବରୁ ଚାଲିଛି ଆମେ ବାରଣ କରିବା ସମ୍ଭବ ନୁହେଁ ବୋଲି ରୋକ୍ ଠକ୍ ସୁଚନା ଦେଇଛନ୍ତି।

ନବରଙ୍ଗପୁର ଜିଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ

Related posts

ତିର୍ତ୍ତୋଲରୁ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଦୁଇଟି ହାଇୱା ଜବତ !

ଦିନ ଦ୍ଵିପ୍ରହରରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୁତ୍ତ 

masiha

ଦେଶୀ ବନ୍ଧୁକ ତିଆରି କାରଖାନା ଠାବ : ୩ଟି ଦେଶୀ ବନ୍ଧୁକ ସହ ବ୍ୟବହୃତ ସାମଗ୍ରୀ ଜବତ : ଜଣେ ଗିରଫ

Leave a Comment

error: Content is protected !!