ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଧଡ଼କ ଚାଲିଛି ବାଲି ଚୋରା ଚାଲାଣ , ରାଜସ୍ୱ ବିଭାଗୀୟ ଅଧିକାରୀ ନିଘା ନାହିଁ ?

ନବରଙ୍ଗପୁର,(ମ ନି ସ) ଦିନ ଦି ପହରେ ଚାଲିଛି ଖଣି ଖାଦାନ ଲୁଟ ପ୍ରଶାସନ ନିଘୋଡ ନିଦରେ ଶୋଇଛି ,ଏହି ଭଳି ନବରଙ୍ଗପୁର ଜିଲ୍ଳା ରେ ନୂଆ କଥା ନୁହେଁ ପୂର୍ବରୁ ନବରଙ୍ଗପୁର ତହସିଲ ଓ ପାପଡାହାଣ୍ଡି ପରେ ଏବେ ନନ୍ଦାହାଣ୍ଡି ତହସିଲ ରେ ଦେଖିବାକୁ ମିଳଛି। ବିଭିନ୍ନ ସମୟରେ ଅଭିଯୋଗ ହେଲେ ମଧ୍ୟ ବନ୍ଦ ହୋଇ ପାରୁନି ବାଲି ଚୋରା ଚଲାଣ l ଦିନ ଦି ପହରେ ଟ୍ରକ ଟ୍ରକ ବାଲି ଉଠାଣ ହେଉଛି, କିନ୍ତୁ ବିଭାଗୀୟ ଅଧିକାରୀ ଙ୍କ ଦୁଷ୍ଟି ରେ ପଡୂନାହିଁ l ଇନ୍ଦ୍ରାବତୀ ନଦୀ ଠାରେ ରହି ଥିବା ବାଲି ଖାଦାନ କୁ ଏବେ ବାଲି ମାଫିଆ ମାନଙ୍କ ଲୋଳୁପ ଦୁଷ୍ଟି ପଡିଛି l ଦିନ କୁ ଦିନ ଖାଲି ହେବାରେ ଲାଗିଛି ଇନ୍ଦ୍ରାବତୀ ନଦୀ ର ବାଲି ଭଣ୍ଡାର l ଦିନକୁ ଦିନ ଶହ ଶହ ଗାଡି ବାଲି ଚୋରା ଚଲାଣ ହେଉଛି l ଏଥିପ୍ରତି ପ୍ରଶାସନ ନିରବ କାହିଁକି ତାକୁ ନେଇ ଉଠିଛି ପ୍ରଶ୍ନ l ବାଲି ଚାଲାଣ ଉପରେ ରୋକ୍ ଲଗାଇବାକୁ ସାଧାରଣ ରେ ଚର୍ଚ୍ଚାର ଧରିଛି, ଏ ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ଅଜବ ନିୟମ ବଖାଣି ଥିଲେ। ଏହା ବର୍ତ୍ତମାନ ର କଥା ନୁହେଁ ପୂର୍ବରୁ ଚାଲିଛି ଆମେ ବାରଣ କରିବା ସମ୍ଭବ ନୁହେଁ ବୋଲି ରୋକ୍ ଠକ୍ ସୁଚନା ଦେଇଛନ୍ତି।

ନବରଙ୍ଗପୁର ଜିଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ

Related posts

କାମାକ୍ଷା ନଗର ଅଂଚଳ ରେ ସଶସ୍ତ୍ର ଡକାୟତି ଓ ଲୁଟ ଘଟଣା ରେ ପାଞ୍ଚ ଗିରଫ ଓ ମାରଣାସ୍ତ୍ର ଜବତ ପ୍ରେସ୍ର ମିଟ ରେ S. D. P. O ଙ୍କ ସୂଚନା     

Sunil Chandra Nayak

ଯାତ୍ରା ଦେଖା ବେଳେ ଗଣ୍ଡଗୋଳ ହୋଇ ଛୁରାମାଡ, ୩ ଜଣ ଗୁରୁତର , ୨ ଆହତ

masiha

ପୋଲିସ ର ଚଢ଼ାଉ ୬୨୨ଟି ନିସାଯୁକ୍ତ ଇଂଜେକସନ ଜବତ

masiha

Leave a Comment

error: Content is protected !!