ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଦୋନ୍ନତି ସମୟ ସୀମାରେ କୋହଳ ପାଇଁ ରାୟଗଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ କୃତଜ୍ଞତା

ରାୟଗଡ଼ା ତା ୨.୩.୨୦୨୩ // ଶିକ୍ଷକ ମାନଙ୍କ ପଦୋନ୍ନତିରେ ସମୟ ସୀମାକୁ କୋହଳ କଲେ ସରକାର । ଏଥିପାଇଁ ଏକ ବିଜ୍ଞପ୍ତି ଗତ ତା ୨୭.୨.୨୦୨୩ ରିଖ ଦିନ ପତ୍ର ସଂଖ୍ୟା ୪୬୦୭ ରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତରଫରୁ ଜାରି କରାଯାଇଅଛି । ପ୍ରତି ଶିକ୍ଷକ ପଦବୀରେ ଆବାସ ଅବଧି ୫୦ଶତକଡା କୋହଳ କରିଥିବାରୁ ରାଜ୍ୟରେ ପ୍ରାୟ ୫୪୦୦୦ ଶିକ୍ଷକ ଉପକୃତ ହେବା ବେଳେ ରାୟଗଡ଼ା ଜିଲ୍ଲାରେ ପ୍ରାୟ ୨୦୦୦ ଜଣ ବିଭିନ୍ନ ବର୍ଗର ଶିକ୍ଷକ ଉପକୃତ ହେବେ । 

ରାୟଗଡ଼ା ଜିଲ୍ଲାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦବୀ ୫୩୨ ଥିବା ବେଳେ ସର୍ବାଧିକ ବିଦ୍ୟାଳୟ ବିନା ପ୍ରଧାନ ଶିକ୍ଷକ ଚାଲୁଅଛି । ଏହି ବିଜ୍ଞପ୍ତି ବଳରେ ଚତୁର୍ଥ ବର୍ଗ ଶିକ୍ଷକ ବୃନ୍ଦ ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି ପାଇଲେ ଲେବୁଲ ୫ ବି ଓ ୫ଏ ବର୍ଗର ଶିକ୍ଷକ ମଧ୍ୟ ଉକ୍ତ ଖାଲି ସ୍ଥାନକୁ ପଦୋନ୍ନତିରେ ଯିବେ । ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ଏଭଳି ଦାବି ଏକ ମାସ ମଧ୍ୟରେ ସରକାର ପୂରଣ କରିଥିବାରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ମାନ୍ୟବର ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ତଥା ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ରାୟଗଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରାଯାଇଅଛି । ରାଜ୍ୟ ଶିକ୍ଷକ ସଂଘ ସଭାପତି ହୃଦାନନ୍ଦ ଦ୍ବିବେଦୀ ଉପ ସଭାନେତ୍ରୀ ସଂଗୀତା ଦାସ, ମହାସଚିବ ଚାରୁବାଳା ମହାପାତ୍ର, ଆଞ୍ଚଳିକ ସମ୍ପାଦକ ସୁରେନ୍ଦ୍ର କୁଲଦୀପ ସମେତ ସମସ୍ତ ରାଜ୍ୟ କର୍ମକର୍ତ୍ତାଙ୍କ ପ୍ରଚେଷ୍ଟା କୁ ଜିଲ୍ଲା ଶିକ୍ଷକ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି । କସ୍ତୁରୀ ନଗର ଦଶମ ଗଳି ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ପ୍ରେସ ବୈଠକରେ ଆବାହକ ଜିଲ୍ଲା ସମ୍ପାଦକ ନିଳାଞ୍ଚଳ ମିଶ୍ର, ଉପ ସଭାନେତ୍ରୀ ବି ସୁଜାତା, ଉପସଭାପତି ଦୀପକ ରାଉତ, କାର୍ଯ୍ୟକାରି ସଭାପତି ନରେଶ ସିଂ, ସଂଗଠନ ସମ୍ପାଦକ ସାନନ୍ଦ ବେନିଆ, କାର୍ଯ୍ୟକାରୀ ସମ୍ପାଦକ ମହେନ୍ଦ୍ର ବାଗ, ଯୁଗ୍ମ ସମ୍ପାଦିକା ଅଞ୍ଜଳି ଶତପଥୀ, ରାୟଗଡ଼ ସଦର ବ୍ଲକ୍ ସଭାପତି ସଦାନନ୍ଦ ନାଏକ, ସମ୍ପାଦକ ଦୁର୍ଗା ସନ୍ୟାସୀ ବେହେରା, ଯୁଗ୍ମ ସମ୍ପାଦକ ରାଜେଶ ସ୍ୱାଳସିଂ ପ୍ରମୁଖ ଅନେକ ସଙ୍ଘୀୟ କର୍ମକର୍ତ୍ତା ଉପସ୍ଥିତ ରହି ଏହାର ଭୂୟସୀ ପ୍ରଶଂସା କରିଥିଲେ । ଏହା ଦ୍ବାରା ବିଦ୍ୟାଳୟ ଗୁଡ଼ିକର ପଦବୀ ମାନ ପୂରଣ ହେବା ସହ ଗୁଣାତ୍ମକ ଶିକ୍ଷାରେ ସହାୟକ ହେବ ବୋଲି ଜିଲ୍ଲା ସମ୍ପାଦକ ନୀଳାଚଳ ମିଶ୍ର ପ୍ରକାଶ କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ତରଫରୁ ଏହା କିପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରାଯାଉଅଛି , ତାହା ଦେଖିବାର ଅଛି ବୋଲି କେତେକ ଶିକ୍ଷକ ମତବ୍ୟକ୍ତ କରିଛନ୍ତି ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ

କେଇଟା ମାସ ଯାଇନି ରାସ୍ତା ରୁ ଉଠିଲାଣି ପିଚୁ: ଦୋଷ ଲଦି ଦାୟିତ୍ଵମୁକ୍ତ ସଭିଏଁ

masiha

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳର ସହକାରୀ ଶିକ୍ଷକ କିରଣ କଣ୍ଟା,ଭୂପେନ୍ଦ୍ର ସିଂହ ମାଝୀଙ୍କର ସ୍ଥାନାନ୍ତର ଓ ଜ୍ୟୋତି ରଞ୍ଜନ ନାୟକ,ନଳିନୀ ବେହେରା ଓ କାର୍ଯ୍ୟାଳୟ ସହକାରୀ ଅଜିତ କୁମାର ବାରିକଙ୍କ ଯୋଗଦାନ ଉପଲକ୍ଷେ ବିଦାୟକାଳୀନ ଓ ସ୍ଵାଗତ ସମ୍ୱର୍ଦ୍ଧନା ସଭା -୨୦୨୫ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!