ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ୟ ବିବାହ ରୋକିଲା ପ୍ରଶାସନ

ତେନ୍ତୁଳିଖୁଣ୍ଟି -୦୨/୦୩/୨୩ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ଗ୍ରାମର ଜଣେ ଯୁବକ ଙ୍କ ସହ ପ୍ରେମ ସମ୍ପର୍କ ଯୋଗୁ ମାଲକାନଗିରି ର ନାବାଳିକା ପୂଜାରିଗୁଡା ଆସିଯାଇ ଥିଲା। ପୂଜାରିଗୁଡା ର ଜମାଦାର ଜାନୀ ଙ୍କ ପୁଅ ବିଭୀଷଣ(୧୮) କୁ ମାଲକାନଗିରି ର ପନ୍ଦର ବର୍ଷୀୟ ନାବାଳିକା ପୂଜାରିଗୁଡା ଆସିଥିବା ଖବର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କୌଣସି ସୂତ୍ର ରୁ ଖବର ପାଇ ସୁପରଭାଇଜର ସବିତା ଉପାସୀ ଓ ସବିତା ମଲିକ ଓ ତେନ୍ତୁଳିଖୁଣ୍ଟି ପୋଲିସ ସହ ଗ୍ରାମରେ ପହଂଚି ଝିଅ କୁ ବୁଝାଇଥିଲେ। ସରପଞ୍ଚ ,ୱାର୍ଡ ସଭ୍ୟ ତଥା ପରଜା ସମାଜ ର କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଝିଅ କୁ ବୁଝାଇ ଅଠର ବର୍ଷ ହେଲେ ବିବାହ କରିବାକୁ ରାଜି କରାଇ ତାର ମା ଘର କୁ ପଠାଇଛନ୍ତି। ସେହିଭଳି କୁକୁଡ଼ା ବାଇ ଗ୍ରାମ ପଞ୍ଚାୟତ ର ବିଜରାଗୁଡା ର ଆକାଶ କନ୍ଧ ପାନ (15) ଙ୍କ ସହ ଉକ୍ତ ଗ୍ରାମର ଚଉଦ ବର୍ଷ ଛ ମାସ ର ନାବାଳିକା ପ୍ରେମ ବିବାହ କରିବା ଘଟଣାରେ ମଧ୍ୟ ସି ଡି ପି ଓ ସୁରମା ମହାପାତ୍ର ଓ ତାଙ୍କ ଟିମ ହସ୍ଥକ୍ଷେପ ପରେ ବାଲ୍ୟ ବିବାହ ରୋକା ଯାଇ ପାରିଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମୋ ସ୍କୁଲ ଅଭିଯାନରେ ବ୍ୟାପକ ଦୁର୍ନୀତି ନେଇ ତଦନ୍ତ ଆରମ୍ଭ

masiha

ବସ୍ତା ରେ ରାମ ନବମୀ ଉପଲକ୍ଷେ ବିଶାଳ ବାଇକ୍ ଶୋଭାଯାତ୍ରା 

Sunil Chandra Nayak

ନର୍ଲା ପଞ୍ଚାୟତ ଡିଗ୍ରୀ କଲେଜରେ ନୂତନ ସଭାପତି ମନୋନୀତ

Leave a Comment

error: Content is protected !!