ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନବାବିବାହିତା ସ୍ତ୍ରୀ ନିଖୋଜ, ଥାନାରେ ଏତଲା

 ଚନ୍ଦାହାଣ୍ଡି(ମନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ବୋରିଗୁଡା ଗ୍ରାମ ର ନବ ବିବାହିତା ବହୁ ସାଇରା ବାନୋ (୨୨) ବୁଧବାର ରାତିରେ କୁଆଡେ ଘରୁ ଚାଲି ଯାଇଥିବା ନେଇ ତାଙ୍କ ସ୍ୱାମୀ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି ।ଏ ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି । ଏତଲା କୁ ଭିତ୍ତି କରି ଚନ୍ଦାହାଣ୍ଡି ଥାନା ମିସିଙ୍ଗ କେସ ନଂ 6/23 ନୁସାରେ ଏକ ନିଖୋଜ ମାମଲା ରୁଜ୍ଜୁ କରି ତଦନ୍ତ ଭାର ଏଏସ ଆଇ ବସନ୍ତ କୁମାର ସ୍ୱାଇଁ ଙ୍କୁ ହସ୍ତାନ୍ତର କରିଛନ୍ତି ।

ପୁଲିସ ସୂତ୍ର ଅନୁସାରେ ବୋରିଗୁଡା ଗ୍ରାମର ଶେଖ ଫାରୁକ ଗତ ଡିସେମ୍ବର ମାସରେ ଛତିଶଗଡ଼ ଗରିୟାବନ୍ଦ ଜିଲ୍ଲା କୁସୁମଖୁଣ୍ଟା ଗ୍ରାମର ଅନବର ଖାନ ଙ୍କ ଝିଅ ସାଇରା ବାନୋ କୁ ବିବାହ କରିଥିଲେ l ଫାରୁଖ ନିଜର ନବବିବାହିତା ସ୍ତ୍ରୀ ଙ୍କ ସହ ବେଶ ହସଖୁସିରେ ରହୁଥିଲେ l ସବୁଦିନ ପରି ଗତ ବୁଧବାର ଦିନ ଖାଇ ପିଇ ସ୍ୱାମୀ ସ୍ତ୍ରୀ ସାଙ୍ଗ ରେ ଶୋଇ ଥିଲେ l ସକାଳେ ଉଠିକି ଫାରୁଖ୍ ତାଙ୍କ ସ୍ତ୍ରୀ ସାଇରା ବାନୋ କୁ ଘରେ ନପାଇ ସେ ବିଭିନ୍ନ ସ୍ଥାନ ରେ ଖୋଜା ଖୋଜି କରିବା ସହ ସାଇରା ବାନୋ ଙ୍କ ବାପଘର ସମେତ , ତାଙ୍କ ସମର୍କୀୟ ଙ୍କ ସହ ଯୋଗାଯୋଗ କରିଥିଲେ l ସେଠାରେ ମଧ୍ୟ ତାଙ୍କର କୌଣସି ଖବର ନ ମିଳିବାରୁ ,ସେ ତାଙ୍କ ସମର୍କୀୟ ମାନଙ୍କ ସହ ଚନ୍ଦାହାଣ୍ଡି ଥାନା ରେ ଏକ ଲିଖିତ ଅଭିଯୋଗ ଦେଇଥିଲେ l ସାଇରା ବାନୋ କାହା ସହ ପ୍ରେମ ସମ୍ପର୍କ ରଖି ଘରୁ ଚାଲି ଯାଇଥିବା ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି । ଅନ୍ୟପଟେ ଘରୁ ଟଙ୍କା ଏବଂ ସୁନାଗହଣା ସାଙ୍ଗରେ ନେଇକି ଯାଇଥିବା ନେଇ ଫାରୁଖ ପ୍ରକାଶ କରିଛନ୍ତି  

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଯୁବତୀଙ୍କୁ ଗଣଦୁଷ୍କମ ଘଟଣା ଜଣେ ଅଭିଯୁକ୍ତ ଗରିଫ ,୨ ଫେରାର

masiha

ବେଆଇନ ଦେଶି ବନ୍ଧୁକ ଓ ଜୀବଜନ୍ତୁ ଶିକାର ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ବନବିଭାଗ

Sunil Chandra Nayak

କଳାହାଣ୍ଡି:ଜାତୀୟ ରାଜପଥ କଡରୁ ମିଳିଲା ପୋଲିସ ଏଏସଆଇ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ହତ୍ୟା କି ଦୁର୍ଘଟଣା ତଦନ୍ତ ଜାରି….

masiha

Leave a Comment

error: Content is protected !!