ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହରାଞ୍ଚଳରେ କାମ କରୁଥିବା ୩୧ ମିଶନ ଶକ୍ତି ଗୋଷ୍ଠୀ ସହଭାଗୀମାନଙ୍କୁ ଆଜି ସାଇକେଲ ବଣ୍ଟନ

କାମାକ୍ଷାନଗର (ମନିସ )3/3/23 //ଓଡ଼ିଶାର ସମସ୍ତ ସହରାଞ୍ଚଳରେ ମିଶନ ଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ସାଇକେଲ ଵଣ୍ଟନ ପ୍ରକ୍ରିୟା ଚାଲିଥିଲାଵେଳେ ଆଜି ଦିବା ୧ ଘଟିକା ସମୟରେ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣ ଠାରେ ନଗରପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡା,ଉପ-ନଗରପାଳ ଶ୍ରୀମତୀ ସକୁନ୍ତଳା ସେଠୀ,ପ ସମସ୍ତ କାଉନସିଲର ବୃନ୍ଦ ଏବଂ ନାର୍ଵାହୀ ଅଧିକାରୀ ଶ୍ରୀଯୁକ୍ତ ଯତିନ୍ଦ୍ର ଦାସ ଙ୍କ ସଦୟ ଉପସ୍ଥିତରେ ବିଦ୍ଧଵଦ୍ଧ ଭାବରେ ସାଇକେଲ ବଣ୍ଟନ ପ୍ରକ୍ରିୟାକୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରାଵାସହିତ ସହରର ମିଶନ ଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ୩୧ ଟି ସାଇକେଲ ବଣ୍ଟନ କରିଛନ୍ତି ।

କାମାକ୍ଷାନଗର ସହରରେ ମିଶନ ଶକ୍ତି ଆହାର,କଠିନ ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ,ଜଳସାଥି, ସ୍ବଚ୍ଛସାଥି ଆଦି ଅନେକ କାମ ମଧ୍ୟ କରୁଛନ୍ତି। ମା’ମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମିଶନ ଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ସାଇକେଲ ପ୍ରଦାନ କରିଵା କେବଳ ସହର ନୁହେଁ ସମସ୍ତ ସହରାଞ୍ଚଳ ପାଇଁ ମଧ୍ୟ ଉପଲବ୍ଧି ।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପୋଢ଼ବଳି ସହ ଶେଷ ହେଲା ନିୟମରଜା ପରବ  ୧୧୨ ଆଦିବାସୀ ଗାଁରୁ ସାମିଲ ହେଲେ ଶହ ଶହ ଡଙ୍ଗରିଆ କନ୍ଧ ପରିବାର

masiha

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ରରେ ଏକ ଦିବସୀୟ ବ୍ଳକ ସ୍ତରୀୟ ଦକ୍ଷତା ପ୍ରଶିକ୍ଷଣ ଶିବିର 

Sunil Chandra Nayak

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ରୋଷେୟା ଏବଂ ସେବାୟତ ସଂଘର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

masiha

Leave a Comment

error: Content is protected !!