ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସନ୍ତ ମଲ୍ଲିକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା/ ଯୁବ ହଷ୍ଟେଲ ରାଉରକେଲାର ପ୍ରତିଷ୍ଠାତା ସମାଜସେବୀ ବସନ୍ତ ମଲ୍ଲିକଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସେକ୍ଟର ୩ ସ୍ଥିତ ମାନବ ସେବା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଯୁବ ହଷ୍ଟେଲ ରାଉରକେଲାର ଉପସଭାପତି ତଥା ଷ୍ଟିଲ ଟାଉନସିପର ସିଜିଏମ ପ୍ରତାପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ ହଷ୍ଟେଲର ରାଜ୍ୟ ଉପସଭାପତି ଗଣେଶ ବାଗାଡିଆ ଓ ଅନ୍ୟମାନେ ସ୍ବର୍ଗତ ମଲ୍ଲିକଙ୍କ ସ୍ମୃତି ଚାରଣ ସହ ତାଙ୍କର ଅନୁଷ୍ଠାନ ପ୍ରତି ଅବଦାନକୁ ମନେ ପକାଇଥିଲେ । ସମାଜସେବା କୁ ଗୁରୁତ୍ବ ଦେଉଥିବା ସ୍ବର୍ଗତ ମଲ୍ଲିକଙ୍କ ଅପୂର୍ଣ୍ଣ ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ସହ ସଭ୍ୟଙ୍କ ମଧ୍ୟରେ ସମନ୍ବୟ ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଡଃ ଶକ୍ତିପ୍ରସାଦ ସାମନ୍ତରାୟ, ଏସ କେ ରାୟ, ନିରଞ୍ଜନ ସାମଲ, ନିରଞ୍ଜନ ବେହେରା, ସଚ୍ଚିଦାନନ୍ଦ ଲେଙ୍କା, ସରୋଜ ପଟ୍ଟନାୟକ, ସମରକାନ୍ତ ମଲ୍ଲିକ, ସୁଚିତ୍ରା ମଲ୍ଲିକ, ଲୁଶି ଦାଶ, ପି ପ୍ରଫୁଲ୍ଲ ପାତ୍ର, ମୀନାକ୍ଷୀ ପାଢୀ, ସଲିଳ ସାହୁ, ପି ସି ମିଶ୍ର, ସୁରେଶ ମାଝୀ, ଏସ କେ ଅଧିକାରୀ, ନୀଳମଣି ମହାପାତ୍ର,ଅନୁପମ ଗୁପ୍ତା, ମମତା ସାମଲ,ଅମିତାଭ ଠାକୁର, ରାଜେଶ ଅଗ୍ରୱାଲ,ଶ୍ରୀମା ଦାଶ, ବି ବି ମହାନ୍ତି, ପି ସି ନାୟକ, ଟୁନା ମହାନ୍ତି, ପାୟଲ ବାସୁ, ବିଶାଲ, ସୁନନ୍ଦା ସାମଲ, ସାଜି, କନିଷ୍ଠ ବସନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିବା ବେଳେ ସ୍ବର୍ଗତ ମଲ୍ଲିକଙ୍କ କନ୍ୟା ସାଗରିକା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବର୍ଷେ ହେଲା ଅଙ୍ଗନବାଡି କର୍ମୀ ଅନୁପସ୍ଥିତି ଥିବାରୁ ଅନ୍ଧାରରେ ଛୁଆଙ୍କ ଭବିଷ୍ୟତ

masiha

ଭାଲୁ ଆକ୍ରମଣ ଜଣେ ଗୁରୁତର

Sunil Chandra Nayak

୧- ଆସିକା ଚିନିଶିଳ୍ପରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଦ୍ଵାରା ଦଶକୋଟି ନିଶାମୁକ୍ତି ପ୍ରତିଜ୍ଞା, ୨- ନିଶାମୁକ୍ତି ଭାରତ ଅଭିଯାନ ସଚେତନତା, ୩- ସାଇବର ମାମଲାରେ ଯୁବକ ଗିରଫ  

Sunil Chandra Nayak

Leave a Comment

error: Content is protected !!