ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେଲୁଆ ଗ୍ରାମର ମତଦାନ କେନ୍ଦ୍ର ପରିବର୍ତ୍ତନ, ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତି

ଥୁଆମୂଳ ରାମପୁର: ମସିହା :- ଅନେକ ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମଗୁଡିକର ବିକାଶ ନାଁରେ ବିନାଶ ହେବାରେ ଲାଗିଛି, ଗାଁର ବିକାଶ ନେଇ ଆଉ କେତୋଟି ନିର୍ବାଚନ ହେବ। ଆଉ କେତେ ଦିନ ପରେ ଦୁର୍ଗମ ଅଞ୍ଚଳର ବିକାଶ ହେବ ସେବିଷୟରେ ଅନେକ ଲୋକଙ୍କ ପ୍ରଶ୍ନ ରହିଛି, ହେଲେ ଏହାର ଉତ୍ତର କାହା ପାଖରେ ନାହିଁ, ସରଳ ମଣିଷକୁ କିଛି ଟଙ୍କା ଦେଇ ତାଙ୍କର ଭୋଟ ହାତେଇ ନେତା ମାଲାମାଲ ହେଉଛନ୍ତି।କିନ୍ତୁ ଗରିବ କୁ ସେହି ଗରିବ ହୋଇ ରହିଛନ୍ତି ଅଧିକାଂଶ ଗ୍ରାମବାସୀ, ସେମାନଙ୍କ ମୌଳିକ ସୁବିଧା ସୁଯୋଗ ପାଇ ପାରୁନାହାନ୍ତି।ଗାଁକୁ ରାସ୍ତା ଖଣ୍ତେ ଏଯାଏଁ ହୋଇପାରୁନାହିଁ। ତା’ଛଡା ସେମାନଙ୍କ ମତଦାନ କେନ୍ଦ୍ର ନିଜ ଗ୍ରାମରେ ରହିବା ବଦଳରେ ତାକୁ ଅନ୍ଯତ୍ର ପରିବର୍ତ୍ତନ କରାଯାଉଛି। ଯାହାକି ପ୍ରଶାସନ ର ସୁବିଧା ପାଇଁ। ନିର୍ବାଚିତ ରାଜନେତା ଦେଖିଶୁଣି ଚୂପରହିବା ଦୁଃଖର ବିଷୟ ହୋଇପଡିଛି। ଗ୍ରାମବାସୀ ଅନ୍ଯତ୍ର ସ୍ଥାନକୁ ଯାଇ ମତଦାନ କରିବେ ଏହି ଭଳି ଅନେକ ଗ୍ରାମ ରହିଛି ସେଥିମଧ୍ୟରୁ ଏଠାରେ ଏକ ଉଦାହରଣ ଦିଆଯାଇଛି। ଯାହାକି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ୍ ନାକରୁଣ୍ତି ଗ୍ରାମପଞ୍ଚାୟତ ଅଧିନରେ ରହିଥିବା କେଲୁଆ ଗ୍ରାମ,କେଲୁଆ ଗ୍ରାମକୁ ଚାରିଦିଗରେ ପାହାଡ ଘେରିରହିଛି ତାମଧ୍ଯ ଭାଗରେ ରାସ୍ତାନଥିବା ସ୍ଥାନରେ ଏହି କେଲୁଆ ଗ୍ରାମ ଅବସ୍ଥିତ, କେଲୁଆ ଗ୍ରାମରେ ମତଦାନ କେନ୍ଦ୍ର ଆଗରୁ ରହିଥିଲା। ଏବେ ଆଉ ଗ୍ରାମରେ ମତଦାନ କେନ୍ଦ୍ର ନାହିଁ, ଯାହାଫଳରେ ଗ୍ରାମବାସୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେମାନେ ୬ କିଲୋମିଟର ଚାଲିଚାଲି ପାହାଡ ପର୍ବତ ଡେଇଁ ପାହାଡର ପାଦଦେଶରେ ଥିବା ଟୁରିଭେଜି ଗୁଡା ଗ୍ରାମରେ ଥିବା ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବେ। ଯାହାଫଳରେ ଅସହାୟ ଗରିବ ବୃଦ୍ଧବୃଦ୍ଧା ପାହାଡ ଓହ୍ଲାଇ ମତଦାନ କରିବା ପାଇଁ ଯିବାକୁ ସମ୍ଭବ ହେଉନାହିଁ। ଅନେକ ଲୋକ ଏହି ପବିତ୍ର ମତଦାନରୁ ବାଦପଡୁଛନ୍ତି। ନିଜ ଗ୍ରାମ କେଲୁଆ ଠାରେ ଯଦି ମତଦାନ କେନ୍ଦ୍ର ନ ହେବ ତେବେ କେଲୁଆ ବାସିନ୍ଦା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଉପରେ ପ୍ରଶାସନ ଦୃଷ୍ଟି ଦେଇ ସୁବ୍ଯବସ୍ତା କରିବା ପାଇଁ ଦାବି ହେଉଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଦୁଇ ବାଇକ ମୁହାଁମୁହିଁ ଧକ୍କା , ଜଣେ ମୃତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ସାରସଗୁଡା ଗ୍ରାମରେ ଷୋହଳ ପ୍ରହର ନାମ ଯଜ୍ଞ ଶୁଭାରମ୍ଭ  

Sunil Chandra Nayak

Leave a Comment

error: Content is protected !!