ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରତିମା ଶତପଥି ଙ୍କ କବିତା = ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ଙ୍କ ଜୟନ୍ତୀ ଉପଲକ୍ଷେ

ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ

 ଙ୍କ ଜୟନ୍ତୀ ଉପଲକ୍ଷେ

ପ୍ରତିମା ଶତପଥି

ମାର୍ଚ୍ଚ ମାସର ପାଞ୍ଚ ତାରିଖ ଟି 
      ଜନ୍ମ ଦିବସ ତୁମର
ଉତ୍କଳର ବରପୁତ୍ର ବିଜୁ ବାବୁ
       ଘେନ ମୋର ନମସ୍କାର.
ତୁମ ଜନ୍ମ ଦିନ ପଞ୍ଚାୟତରାଜ
       ଦିବସ ରୂପେ ପାଳିତ
କରୁଛନ୍ତି ସର୍ବେ ତୁମରି ସ୍ମୃତିରେ
      ଶ୍ରଦ୍ଧାରେ ହେ ଭୂମିପୁତ୍ର.
ନିର୍ଭୀକ, ସାହସୀ, ଦକ୍ଷ ରାଜନେତା
      ତୁମ ପରି କେହି ନାହିଁ
ଝଡର ଈଗଲ ପ୍ରବାଦ ପୁରୁଷ
      ନାମ ଥିଲ ତୁମେ ବହି
ସୁଦକ୍ଷ ପାଇଲଟ ଭାବରେ ତୁମେ 
     ଇଣ୍ଡୋନେସିଆକୁ ଯାଇ
ଆକାଶ ପଥରେ ଗୃହବନ୍ଦୀ ନେତା ଙ୍କୁ 
     ଆଣିଥିଲ ଉଡାଇ.
ଯେତେ ରାଜନେତା ଥିଲେ ଓଡ଼ିଶାରେ 
       ସବୁଠୁ ତୁମେ ଅଲଗା
ମୋ ଓଡିଶା ବୋଲି ତୁମରି ମୁହଁରେ
       ଥାଏ ଯେ ସଦା ସର୍ବଦା.
ଓଡିଶାକୁ ତୁମେ ପାଉଥିଲ ଭଲ
      ଉନ୍ନତି ପଥରେ ନେଲ
ସବୁ ଓଡ଼ିଆଙ୍କ ହୃଦୟ ଭିତରେ
      ଚୀର ଦିନ ରହିଗଲ.
 ବଳିଷ୍ଠ ଚେହେରା ଦେଖିଦେଲେ ଦୂରୁ
       ଶତ୍ରୁ ଶଙ୍କି ଯାଉଥିଲେ 
ଗାନ୍ଧୀ, ଗୋପବନ୍ଧୁ, ନେହେରୁ, ଇନ୍ଦିରା
     ସାଙ୍ଗେ କାମ କରୁଥିଲେ.
ସତଚାଳିଶିରୁ ସତାନବେ ଯାଏ
     ଦେଶ ମାତୃକା ସେବାରେ
ଲାଗିଥିଲ ତୁମେ ହେ କଳିଙ୍ଗ ବୀର
      ଜନ୍ମମାଟି ଆଜି ଝୁରେ.

       ଜିଲ୍ଲା,, ଯାଜପୁର..

Related posts

ଅପର୍ତ୍ତି ସେଠୀ ଙ୍କ କବିତା !!! ପ୍ରେମ !!!

Sunil Chandra Nayak

ମଧୁମିତା ମିଶ୍ର ଙ୍କ କବିତା // ସନେଟରେ ପ୍ରକୃତ ବନ୍ଧୁ

Sunil Chandra Nayak

ସ୍ୱାଗତିକା ସାହୁ ଙ୍କ କବିତା = କଳିଙ୍ଗ ଷଣ୍ଡ

Sunil Chandra Nayak

Leave a Comment

error: Content is protected !!