ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓକିଲ ସଂଘ ନିର୍ବାଚନ : ନାମାଙ୍କନ ଦାଖଲ ଆରମ୍ଭ

ନବରଙ୍ଗପୁର (ମସିହା) ନବରଙ୍ଗପୁର ଜିଲ୍ଲା ଆଇନଜୀବି ସଂଘର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ୪ ତାରିଖଠାରୁ ଦାଖଲ ପକ୍ରିୟା ଚାଲୁରହିଛି । ପ୍ରଥମ ଦିବସରେ ଉପ ସଭାପତି ପଦବୀରେ ଆଇନଜୀବୀ ହରିନାରାୟଣ ବେହେରା ନାମାଙ୍କନ ଦାଖଲ କରିଥିଲେ । ଦ୍ଵିତୀୟ ଦିବସରେ ସଭାପତି ପଦବୀ ପାଇଁ ବରିଷ୍ଠ ଆଇନଜୀବୀ ନରସିଂହ ନାଥ ତ୍ରିପାଠୀ ଓ ବରିଷ୍ଠ ଆଇନଜୀବୀ ଶ୍ୟାମ ପ୍ରସାଦ ଗନ୍ତାୟତ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ପାଇଁ ସୋମବାର ଅନ୍ତିମ ଦିବସ ରହିଛି । ସୂଚନା ଯୋଗ୍ୟ ଯେ, ଏହି ନିର୍ବାଚନ ଜଣେ ଲେଖାଏଁ ସଭାପତି,ଉପ ସଭାପତି, ସମ୍ପାଦକ , ସହ ସମ୍ପାଦକ, କୋଷାଧ୍ୟକ୍ଷ ଏବଂ ଚାରି ଜଣ କାର୍ଯ୍ୟକାରିଣୀ ସଦସ୍ୟ ପଦବୀ ପାଇଁ ଅନୁଷ୍ଠିତ ହେଉଛି । ଆସନ୍ତା ୧୨ ତାରିଖ ଦିନ ନାମାଙ୍କନ ପ୍ରତ୍ୟାହାର ଦିବସ ରହିଥିବାବେଳେ ଆସନ୍ତା ୨୫ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନକୁ ବରିଷ୍ଠ ଆଇନଜୀବୀ ତଥା ନିର୍ବାଚନ ଅଧିକାରୀ ସି ଏଚ ବାବା ଯୁଗନ୍ଧର, ସହ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର ପଟ୍ଟନାୟକ, ଆଇନଜୀବୀ ତାଜ ଇମ୍ବ୍ରାନ ସରିଫ ପରିଚାଳନା କରୁଛନ୍ତି ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

କାକବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀ ମୃତ୍ୟୁ ଘଟଣା ଅନୁସୂଚିତ ଜାତି ଆୟୋଗଙ୍କ ତରଫରୁ ତକ୍ରାଳ ହସ୍ତକ୍ଷେପ ପାଇଁ ବିଜେଡିର ଦାବି

Sunil Chandra Nayak

ଦୁବୁଲାବେଡା( ଵିକାଶନଗର)ରେ ଧୂମଧାମରେ ଗଜଲକ୍ଷ୍ମୀ ପୂଜା

masiha

ଓଡିଶା ବନ ଉନ୍ନୟନ ନିଗମ ତରଫରୁ ଜଳବନ୍ଦୀ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର

masiha

Leave a Comment

error: Content is protected !!