ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ ମିଳିତ ମଞ୍ଚ ଗଠନ

ନବରଙ୍ଗପୁର–(ମସିହା)ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଅବଲମ୍ବନ କରିବା ପ୍ରତିବାଦରେ ଆଜି ଜିଲ୍ଲା ସ୍ତରୀୟ ସମଭାବାପନ୍ନ ଅମଲା ସଂଘର ପ୍ରତିନିଧି ମାନେ ଏକାଠି ହୋଇ ଏକ ମିଳିତ ମଞ୍ଚ ଗଠନ କରି ଅଛନ୍ତି l ଓଡିଶା ଅମଲା ସଂଘର ରାଜ୍ୟ ସଭାପତି ନାରାୟଣ ଦାସ ଅଧ୍ୟକ୍ଷ ଏବଂ ଚିତରଞ୍ଜନ ତରାସିଆ ଆବାହକ ଭାବେ କାର୍ଯ୍ୟ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା l ଆନ୍ଦୋଳନ କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ସମ୍ପାଦନା କରିବା ପାଇଁ ନିମ୍ନଲିଖିତ ସମଭାବାପନ୍ନ ଅମଲା ସଂଘ ର ବ୍ୟକ୍ତି ବିଶେଷ ଙ୍କୁ ନେଇ ଏକ ରାଜ୍ଯସ୍ତରୀୟ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଗଲା l

ଓଡିଶା ଅମଲା ସଂଘ ପକ୍ଷରୁ ପ୍ରସନ୍ନ କୁମାର ତ୍ରିପାଠୀ, ଜ୍ଞାନରଞ୍ଜନ ଦାସ, ହୃଦୟ ବିହାରୀ ମହାପାତ୍ର, ଲଳିତ ଶତପଥୀ ,ବିରଞ୍ଚି ବରାଳ, ଅରୁଣ କୁମାର ବଳିଆର ସିଂହ, ସୁକାନ୍ତ କୁମାର ମହାପାତ୍ର, ଗୁରୁ ଗୋବିନ୍ଦ ଦଲେଇ ସେହିପରି ଓଡିଶା ରାଜସ୍ୱ ଅମଲା ସଂଘ ପକ୍ଷରୁ ଲୋକେଶ୍ୱର ସାହୁ ,ତ୍ରିପତି ବାଲାଜୀ ସାହୁ ,ନରେଶ ଚନ୍ଦ୍ର ମହାପାତ୍ର ,ନିହାର ରଞ୍ଜନ ଦାସ ,ରମାକାନ୍ତ ସାହୁ ,ବିଭୂତି ଭୂଷଣ ପଟ୍ଟନାୟକ , treasury ସଂଘ ପକ୍ଷରୁ ସମର କାନୁନଗୋ, ଶୁଭେନ୍ଦୁ କୁମାର ରାଉତରାୟ, ରାଜେନ୍ଦ୍ର ମେହେର ଦିବାକର ବେହେରା ବିଭୁଦତ୍ତ ମିଶ୍ର Sub Register ପକ୍ଷରୁ ନଳିନୀକାନ୍ତ ମହାନ୍ତି ଏହି ମିଳିତ ମଞ୍ଚର ସଦସ୍ୟ ଭାବେ ରହିଛନ୍ତି lଆଗାମୀ ମାର୍ଚ ୩୧ ତାରିଖ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ମିଳିତ ମଞ୍ଚର କମିଟି ଗଠନ କରାଯାଇ ବୈଠକ ମାନ ଅନୁଷ୍ଠିତ କରାଯିବ ଏବଂ ପରବର୍ତ୍ତୀ ରାଜ୍ୟ ମିଳିତ ଅମଲା ସଂଘ ର ବୈଠକ ଡକାଯାଇ ଲେଭେଲ-9 ବେତନ ବୃଦ୍ଧି ନେଇ ଆଗାମୀ ଦିନରେ ମିଳିତ ମଞ୍ଚର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍ 

Related posts

ନୂତନ ଜିଲ୍ଲା ବିଜେପି ସଭାପତି ଶିବ ମୁଦୁଲି ଲକ୍ଷ୍ମୀପୁର ବ୍ଲକ କର୍ମୀ ଆଲୋଚନା 

masiha

ଡାବୁଗାଁରେ ରଥକାଠ ଅନୁକୂଳ 

Sunil Chandra Nayak

ବିକାଶ ଗ୍ରୁପ ଅଫ ଇନ୍‌ଷ୍ଟିଚ୍ୟୁସନ ପରିସରରେ “ହୋନର ରୋଲ-୨୦୨୪” ପାଳିତ

masiha

Leave a Comment

error: Content is protected !!