ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ରେ ଯୋଗ ଦେବାପାଇଁ ଆସିଥିବା କର୍ମୀଙ୍କ ବଳକା ଭାତ ଖାଇ ଗାଈ ଗୋରୁ ମୃତ୍ୟ

ଗୋଳାମୁଣ୍ଡା/୭/୩/୨୦୨୩/ ମୁଖ୍ୟ ମନ୍ତ୍ରୀଙ୍କୁ ଦର୍ଶନ ଓ ଶୁଣିବା ପାଇଁ ଆସିଥିବା କର୍ମୀ,ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ଭାତ ଡାଲମା ତିଆରି କରି କର୍ମୀଙ୍କୁ ଖାଦ୍ୟଦେଇ ବଳକା ଖାଦ୍ୟକୁ ଫୋପାଡ଼ି ଦେଇ ଥିବା ଭାତ କୁ ନିଷ୍ପାପ ଗାଈ ଗୋରୁ ଖାଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି।

ଗତ ରବିବାର ତା୫/୩/୨୩ ଦିନ ବିଜୁ ଏକ୍ସପ୍ରେସ ରାସ୍ତାର ଲୋକାର୍ପଣ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବୃନ୍ଦାବାହାଲ ଠାରେ ଅବତରଣ କରିଥିଲେ । ଏହି ସମାବେଶରେ କଳାହାଣ୍ଡି ଜିଲ୍ଲାର ୧୩ଗୋଟି ବ୍ଲକର ସମସ୍ତ କର୍ମଚାରୀ,ବିଜେଡ଼ି କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠି ଦଳ ଗୁଡିକ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଉପସ୍ଥିତ ଜନସାଧାରଣଙ୍କ ପାଇଁ ବିଜେଡ଼ି ଦଳ ପକ୍ଷରୁ ଖାଇବା ପାଇଁ ଭାତ ଡାଲମା ବ୍ୟବସ୍ଥା କରାଯାଇଥିଲା । ବଳକା ଭାତ ଫିଙ୍ଗି ଦେବା ଫଳରେ ବୃନ୍ଦାବାହାଲ ଗ୍ରାମର ଈଶ୍ୱର ରାଉତ, ରାମ ରାଉତ, ଓ ସୁଦର୍ଶନ ରାଉତଙ୍କ ଗାଈ ଗୋରୁ ଖାଇ ମୃତ୍ୟ ହୋଇଥିବା ବେଳେ ଅଧିକାଂଶ ଗାଈ ଗୋରୁ ଗୁରୁତର ହୋଇଥିବା ଅଭିଯୋଗ ହେଉଛି । ମୁଖ୍ୟମନ୍ତ୍ରୀ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଗସ୍ତ କରିଥିବା ବେଳେ ସ୍ଥାନୀୟ ଆୟୋଜକ ଙ୍କ ଦାୟିତ୍ୱ ହିନ କାମ ଯୋଗୁଁ ଅନେକ ନିଷ୍ପାପ ଗାଈ ବଳଦ ବଳୀ ପଡ଼ିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ଅନେକ ଗାଈ ବଳଦଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଚାଷୀଭାଇ ମାନଙ୍କ ଅନେକ କ୍ଷୟକ୍ଷତି ହୋଇଛି ଏଥି ପାଇଁ ସରକାର ଦାୟୀ ନା ପ୍ରଶାସନ ଦାୟୀ । ଏ ନେଇ କଳାହାଣ୍ଡି ଜିଲ୍ଲାପାଳ ଉଚ୍ଚସ୍ତରୀୟ ତଦନ୍ତକରି କ୍ଷୟକ୍ଷତିର ସହାୟତା ରାଶି ଦେବା ସହ ଦୋଷୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

Sunil Chandra Nayak

ଝାଡଗାଁ ବ୍ରାହ୍ମଣ ଶାସନ ଶ୍ରୀ ଧବଳେଶ୍ବର ମନ୍ଦିର ପ୍ରାଙ୍ଗଣରେ ତ୍ରିଦିବସୀୟ ରୁଦ୍ର ମହାଯଜ୍ଞ

masiha

ସଂଯୁକ୍ତ କିସାନ କୃଷି ମର୍ଚା ଓ କେନ୍ଦ୍ରୀୟ ଶ୍ରମିକ ପକ୍ଷରୁ ରାଲି ସହ ଜିଲ୍ଲାପାଳଙ୍କୁ ଦେଲେ ୧୯ ଟି ଦାବି ଦେଲେ

masiha

Leave a Comment

error: Content is protected !!