ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଶିକ୍ଷା ବିଭାଗ ରେ ନୂତନ ଭାବେ ଯୋଗଦେଲେ ଦୁଇ ଅଧିକାରୀ

କୋକସରା,୬/୦୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗରେ ସୋମବାର ଦୁଇ ନୂତନ ଅଧିକାରୀ ଯୋଗ ଦେଇଥିବା ବେଳେ ଶିକ୍ଷକ ସଂଘ ପକ୍ଷରୁ ଦୁଇ ଅଧିକାରୀଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଅତିରିକ୍ତ ଶିକ୍ଷା ଅଧିକାରୀ ଭାବେ ଦୟାନିଧି ପାଢ଼ୀ ଓ ଆଲୋରାଣୀ ହଲଦାର ଯୋଗ ଦେଇଛନ୍ତି। ୟୁପିଟିଏଫ ଶିକ୍ଷକ ସଂଘ ସଭାପତି ଚନ୍ଦ୍ରମୋହନ ପୁଝାରି, ସମ୍ପାଦକ ବେଣୁଧର ନାଏକ, ଏକ୍ସ କେଡ଼ର ସଙ୍ଘ ସଭାପତି ଗଗନ ବିହାରୀ ପଟ୍ଟନାୟକ, ସମ୍ପାଦକ ଦେବୀସିଂ ମାଝୀ, ସତ୍ୟବାନ ପାଣିଗ୍ରାହୀ, ବବୃ ବାହନ ବିଶି, ନବୀନ ମାଝୀ, ତ୍ରିନାଥ ବାଗ, ପଞ୍ଚାନନ ମାଝୀ, ଶିକ୍ଷୟିତ୍ରୀ ଜୟଶ୍ରୀ ଵାଲା ନାଏକ, ରୁନି ନାଏକ ଓ କୋକସରା ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ସମେତ ସମସ୍ତ କ୍ଲଷ୍ଟରର ସିଆରସି ମାନେ ଉପସ୍ଥିତ ରହିଥିଲେ। ମିଳିତ ଶିକ୍ଷକ ସଙ୍ଘର ମିଡ଼ିଆ ସଂଯୋଜକ ଈଶ୍ୱରୀ ପ୍ରସାଦ ଅଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ସରକାରୀ ସ୍ନାତକ ମହାବିଦ୍ୟାଳୟ କୋଷାଗୁମୁଡା ଠାରେ ମହିଳା ଓ ଛାତ୍ରୀ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

କୁମ୍ଭକର୍ଣ୍ଣ ନିଦ୍ରାରେ ୩ ବିଭାଗ  , ବେଧଡ଼କ ଚାଲିଛି ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ 

Sunil Chandra Nayak

ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ ପକ୍ଷରୁ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲାରେ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ.

Sunil Chandra Nayak

Leave a Comment

error: Content is protected !!