ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ବିଦେଶ

ୟୁକ୍ରେନ – ରୁଷ୍ ମଧ୍ୟରେ ଯୁଦ୍ଧ ପରିସ୍ଥିତି, ଫଶିଥିବା ଭାରତୀୟ ଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ

  ୟୁକ୍ରେନ – ରୁଷ୍ ମଧ୍ୟରେ ବିବାଦ ବଢିବାରେ ଲାଗିଛି ଯାହାଦ୍ୱାରା ଯୁଦ୍ଧ ଭଲି ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ୟୁକ୍ରେନ ରେ ଫସିଥିବା ଭାରତୀୟ ଙ୍କୁ ଉଦ୍ଧାର ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ମଙ୍ଗଳବାର ଏୟାର ଇଣ୍ଡିଆ ର ବିମାନ କିଭ ରୁ ଉଡାଣ କରିଛି, ବିମାନ ଟି ରାତି ୧୦ ଟା ୧୫ ରେ ଦିଲ୍ଲୀ ବିମାନବନ୍ଦର ରେ୨୪୨ ଜଣ ଙ୍କୁ ନେଇ ଅବତରଣ କରିବା ସୂଚନା ରହିଛି। ଆଗାମୀ ଫେବୃଆରୀ ୨୪ ଓ ଫେବୃଆରୀ ୨୬ ରେ ମଧ୍ଯ ୟୁକ୍ରେନ ରେ ଫସିଥିବା ଭାରତୀୟ ଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିବ। ପୂର୍ବରୁ କେବେ ୟୁକ୍ରେନ କୁ ଉଡାଣ କରିନଥିବା ଏୟାର ଇଣ୍ଡିଆ ବର୍ତ୍ତମାନ ପ୍ରଥମ ଥର ପାଇଁ ଉଡାଣ କରିଛି। ଆସନ୍ତା ସପ୍ତାହରେ ମଙ୍ଗଳବାର, ଗୁରୁବାର, ଓ ଶନିବାର ଦିନ ଭାରତ ରୁ ୟୁକ୍ରେନ ଅଭିମୁଖେ ୨୫୬ ସିଟ୍ ବିଶିଷ୍ଟ ବୋଇଂ ବିମାନ୭୮୭ ପ୍ରେରଣ କରାଯିବା ଯୋଜନା ରହିଛି। ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ ।

Related posts

ଆମ ସଙ୍ଗେ ଦୁଷ୍କର୍ମ କରନାହିଁ: ‘କାନ୍‌ସ୍‌ ରେଡ୍‌ କାର୍ପେଟ୍‌’ରେ ପ୍ରତିବାଦ ପ୍ରଦର୍ଶନ କଲେ ଅର୍ଦ୍ଧନଗ୍ନ ଯୁବତୀ

ଧର୍ମଗୁରୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ…

Sunil Chandra Nayak

ପ୍ରଥମ ଥର ଜଣେ ୪ ବର୍ଷର ଶିଶୁ ବାର୍ଡ ଫ୍ଲୁରେ ହେଲା ସଂକ୍ରମିତ

Sunil Chandra Nayak

Leave a Comment

error: Content is protected !!