ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନୂଆ ଆଳତୁମା ଗ୍ରାମରେ ଦୋଳ ଯାତ୍ରା 

କାମାକ୍ଷାନଗର (ମନିସ )୦୭/୦୩_ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ନୂଆ ଆଳତୁମା ଗ୍ରାମରେ ଆଜି ଦୋଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଗ୍ରାମର ସଭାପତି ଓ ସମ୍ପାଦକଙ୍କ ତତ୍ଵାବଧାନରେ ଦୋଳ ଯାତ୍ରା ପ୍ରତିବର୍ଷ ପରି ଚଳିତ ବର୍ଷ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି l ରାଧାକୃଷ୍ଣ ଙ୍କୁ ଆଜକୁ ଚାରି ଦିନ ଧରି ପ୍ରତ୍ୟକ ସାହି ସାହି ମଧ୍ଯ ରେ ପରିକ୍ରମା କରାଯାଇଛି l ଦର୍ଶନ କରିବା ନିମନ୍ତେ ମିଠା,କଦଳୀ, ଲଡ଼ୁ, ନଡ଼ିଆ ଓ ଧୂପ ଦୀପ ଦେଇ ଦାଣ୍ଡ ଅଗଣାରେ ପ୍ରତି ଗ୍ରାମବାସୀ ମାନେ ଭଗବାନଙ୍କ ର ଏହି ଦୁର୍ଲଭ ବେଶ୍ ଦର୍ଶନ କରିଛନ୍ତି ଏବଂ ରାଧା କୃଷ୍ଣ ଙ୍କ କୃପାଲାଭ କରିଛନ୍ତି lଗ୍ରାମର ମହାଲଷ୍ମୀ ୟୁଥ କ୍ଲବ ରାଧା କୃଷ୍ଣ ଦୋଳ ଯାତ୍ରା ରେ ଭାଗ ନେଇଛନ୍ତି ଏବଂ କିପରି ଶାନ୍ତି ଶୃଙ୍ଖଳାରେ ଯାତ୍ରା ସୁରୁ ଖୁରୁ ରେ ଚାଲିବ ସେଥିପାଇଁ ଦାୟୀତ୍ବ ନେଇଛନ୍ତି l ସବୁ ବର୍ଷ ବାଦୀଦଣ୍ଡ ହୁଏ କିନ୍ତୁ ଏହି ବର୍ଷ ରାମ ଲୀଳା ଅନୁଷ୍ଠିତ ହେଉଛି, ସେଥିପାଇଁ ଗ୍ରାମବାସୀ ଓ କାମାକ୍ଷାନଗର ବାସୀ ବହୁତ ଖୁସି ଅଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶ୍ରୀରାମ ଧ୍ଵନିରେ ପ୍ରକମ୍ପିତ ହେଲା କୋକସରା ଠାରୁ ଡୋକରୀଚଞ୍ଚରା ମଧୁ ମାଧବ ତୀର୍ଥ

Sunil Chandra Nayak

ଆଜି ଅଗ୍ନିଗଙ୍ଗାମା ଙ୍କ ଉଦଯାପନ ଯାତ୍ରା ଶେଷ 

masiha

ବାହାରପୁର ରେ ମା ଶ୍ୟାମା କାଳୀ ପୂଜା 

Sunil Chandra Nayak

Leave a Comment

error: Content is protected !!