ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବାଲିଆପାଳ ରାଧା ମୋହନ ମନ୍ଦିରରେ ଶ୍ରୀଶ୍ରୀ ଚୈତନ୍ୟ ଦେବଙ୍କ ଜନ୍ମ ଉତ୍ସବ ଓ ହୋଲି ଉତ୍ସବ ପାଳିତ  

 ବାଲିଆପାଳ 9/3 (ମନିସ ) ରଙ୍ଗର ଉତ୍ସବ ଓ ଭାଇଚାରା ର ପର୍ବ ହୋଲି ଉତ୍ସବ ଉପଲକ୍ଷେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିଆପାଳ ପଞ୍ଚାୟତରେ ଥିବା ରାଧା ମୋହନ ମନ୍ଦିର ରେ ମଙ୍ଗଳାବର ଶ୍ରୀଶ୍ରୀ ଚୈତନ୍ୟ ମହାପ୍ରଭୁ ଙ୍କ ୫୩୮ ତମ ଜନ୍ମ ଉତ୍ସବ ସହିତ ଶ୍ରୀ ରାଧା ମୋହନ ଙ୍କ ହୋଲି ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଗୌଡିୟ ବୈଷ୍ଣବ, ଇସ୍କନ୍ ବୈଷ୍ଣବ ଙ୍କ ସହିତ ବାଲିଆପାଳ ଅଞ୍ଚଳର ବହୁ ସନାତନ ଧର୍ମାବଲମ୍ବୀ ମହିଳା ଓ ପୁରୁଷ ଭକ୍ତ ମାନେ ଯୋଗ ଦେଇଥିଲେ। ମଙ୍ଗଳାବର ପ୍ରାତଃ ରେ ମଙ୍ଗଳ ଆଳତୀ ହୋଇ ପୂଜାର୍ଚ୍ଚନା ହେବା ପରେ ଦର୍ଶନ ଆରତୀ ହୋଇଥିଲା। ଅପରାହ୍ନ ପର୍ଯ୍ୟନ୍ତ ଦୈନ ପୂଜାର୍ଚ୍ଚନା ସମାପନ ପରେ ଅପରାହ୍ନ ତିନିଟାରୁ ଭକ୍ତ ମଣ୍ଡଳୀ ନାମ ସଙ୍କୀର୍ତ୍ତନ ସହିତ ଆଖ ପାଖ ଅଞ୍ଚଳ ପରି କ୍ରମା କରିଥଲେ। ନଗର ପରି କ୍ରମା ଶେଷରେ ମନ୍ଦିର ରେ ଅଖଣ୍ଡ ନାମ ସଂକୀର୍ତ୍ତନ ସହିତ ଶ୍ରୀଶ୍ରୀ ଚୈତନ୍ୟ ମହାପ୍ରଭୁ ଙ୍କ ଆବିର୍ଭାବର କିମ୍ବଦନ୍ତୀ ଆଲୋଚନା କରା ଯାଉଥିଲା। ଫଳରେ ଆଖ ପାଖ ଅଞ୍ଚଳ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସନ୍ଧ୍ୟା ସମୟର ଶ୍ରୀଶ୍ରୀ ଚୈତନ୍ୟ ଦେବଙ୍କ ଅଭିଷେକ ପର୍ବ ସମାପନ ପରେ ମହାପ୍ରଭୁ ଙ୍କୁ ବିଭିନ୍ନ ଫଳ ରସ ସହିତ , ଅଘୋର ଚନ୍ଦନ, ଚନ୍ଦନ,ଗଙ୍ଗାଜଳ ମିଶ୍ରଣ ରସରେ ସ୍ନାନ କରଯାଇଥିଲା। ପ୍ରଭୁଙ୍କ ସ୍ନାନ ସମୟ ରେ ମହମନ୍ତ୍ର ର ତାଳେ ତାଳେ ଭକ୍ତିରେ ଭାବ ବିଭୋର ହୋଇ ଅଖଣ୍ଡ ନୃତ୍ୟ କରିଥିଲେ। ଗୌର ଆଳତୀ ଶେଷ ହେବା ପରେ ହରି କଥା ଆଲୋଚନା କରାଯାଇଥିଲା। ପରି ଶେଷ ରେ ରାଧା କୃଷ୍ଣ ଙ୍କ ପାଖରେ ଲାଗିଥିବା ଫଗୁ ଭକ୍ତ ମାନେ ନିଜ ନିଜ ମଧ୍ୟରେ ବୋଳି ହୋଇ ହୋଲି ଖେଳିଥିଲେ। ମନ୍ଦିର ପୂଜକ ବ୍ରହ୍ମଚାରୀ ଜିତେନ୍ଦ୍ର କୃଷ୍ଣ ଦାସ, ମୃତ୍ୟୁଞ୍ଜୟ ଦାସ , ଭାବେଶ ପ୍ରଭୁ, ଧର୍ମାତ୍ମା ପ୍ରଭୁ,ସତ୍ୟ ଗୌର ଦାସ, ଖଗପତି ପ୍ରଭୁ, ମନୋଜ ପ୍ରଭୁ, କାର୍ତ୍ତିକ ପ୍ରଭୁ , ସୁରଥ କୃଷ୍ଣ ଦାସ ଙ୍କ ସହିତ ମନ୍ଦିରର ପ୍ରତିଷ୍ଠତା ଡା. ହରେକୃଷ୍ଣ ଦାସ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କୁ ତଦାରଖ କରିଥିଲେ। ସନ୍ଧ୍ଯା ୭ ଘଟିକା ୩୦ ମିନିଟରେ ଭକ୍ତ ମାନେ ମହା ଆନନ୍ଦରେ ଅନୁକଳ୍ପ ପ୍ରସଦ ସେବନ କରିଥିଲେ।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଅମ୍ବାଦୁଲା ରେ ଟୋକି ପର୍ବ ପାଳିତ

Sunil Chandra Nayak

କୁମ୍ଭାରୀଠାରେ ୫୧ ତମ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଳା ମହୋତ୍ସବ-୨୦୨୩ ପାଳିତ

Sunil Chandra Nayak

ଖାତିଗୁଡା ଦିବ୍ୟ ଜୀବନ ସଂଘ ଶାଖା ର ୪୨ତମ ପ୍ରତିଷ୍ଠା ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!