ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡରା ଗୁଡ଼ାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଚିଲିଗୁଡା ( ମ ନି ସ )  ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ,ମୁଣ୍ଡରା ଗୁଡା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗନାଇଜେସନ ର ମିଳିତ ଆନୁକୂଲ୍ୟରେ ମୁଣ୍ଡରା ଗୁଡା ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି ।ଏହି ଅବସରରେ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ। ସଂଗୀତା ଖର୍ସେଲ ଯୋଗଦାନ କରି ଥିଲେ ।କାର୍ଯ୍ୟକ୍ରମ ରେ ଅଞ୍ଜଳି ମୁଣ୍ଡ ସଭାପତିତ୍ୱ କରିଥିଲେ । ଆଞ୍ଚଳିକ ମଞ୍ଚ ଓ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନେ ଯୋଗଦାନ କରିଥିଲେ ।ଏହି ଅବସରରେ ସଙ୍ଗୀତ ,ଝୋଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏଥିରେ କୃତକାର୍ଯ୍ୟ ହୋଇଥିବା ମହିଳା ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ନାରୀର ବିକାଶରେ ଦେଶର ବିକାଶ ସମନ୍ଦିୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।ଏହାକୁ ବିନୋଦିନି ପଟେଲ ,ପାର୍ବତୀ ସୁନାନୀ ଓ ସସ୍ମିତା ପାତ୍ର ସଂଯୋଜନା କରିଥିଲେ ।କାର୍ଯ୍ୟକ୍ରମ ରେ ସଂଗଠକ ସମ୍ପାଦକ ଅବିନାଶ ମୁଣ୍ଡ ପରିଚାଳନା କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ପଦ୍ମାବତୀ ପଟେଲ ।

ସୁନ୍ଦର ମୋହନ ଛତ୍ରିଆ ଚିଲିଗୁଡା

Related posts

ଓଡ଼ିଶାର ପ୍ରଥମ ପ୍ରତ୍ନତତ୍ତ୍ୱବିତ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ଜୟନ୍ତୀ ଉତ୍ସବ 

Sunil Chandra Nayak

ସିଆରିମାଳିଆ ବାଘମୁଣ୍ଡା ରାସ୍ତାର ଭିତ୍ତି ପ୍ରସ୍ତର

ତେନ୍ତୁଳିଖୁଣ୍ଟି ଥାନା ପାଚେରୀ ନିର୍ମାଣ କାର୍ଯ୍ୟ ନିମ୍ନ ମାନର, ବିଭାଗୀୟ ଯନ୍ତ୍ରୀ ଙ୍କ ଦେଖା ନାହିଁ, ମିସ୍ତ୍ରୀ ଙ୍କ ନିଜ ଇଚ୍ଛାରେ ଚାଲୁଛି କାମ

masiha

Leave a Comment

error: Content is protected !!