ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ସ୍ଵର୍ଗତ ଦେବେନ୍ଦ୍ର ନାଥ ସ୍ବାଇଁଙ୍କ ଶ୍ରଦ୍ଧାଞ୍ଜଳୀ ସଭା

 କଟକ ସଦର,(ମନିସ୍): ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ସ୍ଵର୍ଗତ ଦେବେନ୍ଦ୍ର ନାଥ ସ୍ବାଇଁଙ୍କ ଏକାଦଶାହରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ପୈତୃକ ଗ୍ରାମ ୪୨ମୌଜା ଉପକଣ୍ଠ କଦମପଡା ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ଶରତ ଚନ୍ଦ୍ର ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସ୍ଵର୍ଗତ ସ୍ବାଇଁ ଜଣେ ଉତ୍ତମ ସ୍ୱଭାବ ଓ ସଚ୍ଚୋଟ ବ୍ୟକ୍ତି ଭାବେ ସମାଜରେ ପରିଚିତ ଥିଲେ ବୋଲି ବକ୍ତା ମାନେ ପରିପ୍ରକାଶ କରିଥିଲେ । ଗ୍ରାମ ମହନ୍ତ ପ୍ରମୋଦ କୁମାର ରାଉତ,ଅଧିକାରୀ ମାନସ କୁମାର ସ୍ୱାଇଁ,ମୂରବୀ ସୁନାକର ଖୁଣ୍ଟିଆ,ସୁକାନ୍ତ ଗୋଛାୟତ,କେଦାର ନାଥ ସ୍ବାଇଁ, ସୁବାଷ ଚନ୍ଦ୍ର ଗୋଚ୍ଛାୟତ,ଉମାକାନ୍ତ ରାଉତ,ଲକ୍ଷ୍ମୀଧର ସାହୁ,ସୁଧାକର ଗୋଚ୍ଛାୟତ,ହୃଷୀକେଶ ବୈଠାଳୁ, ବିମଳ କିଶୋର ମହାନ୍ତି,ଶ୍ରୀରାମ ଚନ୍ଦ୍ର ସାହୁ,ପବିତ୍ର ମୋହନ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ଦାଶ,ନକୁଳ ସ୍ବାଇଁ,ବିଭୂତି ଭୂଷଣ ପ୍ରଧାନ,ନିର୍ମଳ ଚନ୍ଦ୍ର ପ୍ରଧାନ, କୃତିବାସ ଜେନା,ଶୁକଦେବ ସାହୁ, ଅଭିରାମ ଦଳାଇ,ଦର୍ଶନ ଗୋଚ୍ଛାୟତ, ପ୍ରଶାନ୍ତ କୁମାର ଜେନା,ବିଶ୍ୱଜିତ୍ ସ୍ବାଇଁ, ସୁମନ ଗୋଛାୟତ,ସତ୍ୟ ସୌଭାଗ୍ୟ ସ୍ବାଇଁ,ଶୁଭ୍ରାଂଶୁ ଶେଖର ସ୍ବାଇଁ ପ୍ରମୁଖ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ୪୨ମୌଜା ବିକାଶ ପରିଷଦ ଉପଦେଷ୍ଠା ସମାଜସେବୀ ବୁଲେଇ ବେହେରା ସଭାକାର୍ଯ୍ୟ ପରିଚାଳନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଡଃ ମୋହନ ରାଓ ଭଗବତଙ୍କ ରାଉରକେଲା ଗସ୍ତ ନେଇ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

୩୭ ତମ ନେସନାଲ ଗେମ୍ସ ରେ ନବରଙ୍ଗପୁର ଖେଳାଳୀଙ୍କ ରୌପ୍ୟ ପଦକ ହାସଲ

masiha

ଏନ୍ ଏସ୍ ଏସ କୋ ୟୁନିଟ୍ ଦ୍ବାରା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠତ

Sunil Chandra Nayak

Leave a Comment

error: Content is protected !!