ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘାଟଗୁଡା ପଂଚାୟତରେ ଚାଉଳ ବଣ୍ଟନରେ ଅନିୟମିତତା ନେଇ ହିତାଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ଠୁଙ୍କିବା ଘଟଣା, ବ୍ଲକ ଉପାଧକ୍ଷଙ୍କ ହସ୍ତକ୍ଷେପ ପରେ ବଣ୍ଟଗଲା ଚାଉଳ

ପାପଡାହାଣ୍ଡି,9/3, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଂଚାୟତରେ ଚାଉଳ ବଣ୍ଟନରେ ଅନିୟମିତତା ନେଇ ଗତ 5ତାରିଖ ଦିନ ହିତାଧିକାରୀ ମାନେ କାର୍ଯ୍ୟାଲୟରେ ତାଲା ଠୁଙ୍କିଥିଲେ | ଗୁରୁବାର ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରାଙ୍କ ହସ୍ତକ୍ଷେପ ପରେ ପୁର୍ନ ବାର ଚାଉଳ ବଣ୍ଟନ କରାଯାଇଛି | ପୁରୁଣା ମାପରେ ଓଜନ କରାଯାଉଥିବା ନିକିତି କୁ ବଦଳାଇ ଯାଇ ନୂତନ ବୈଦୁତିକ ଓଜନ ନିକିତିରେ ଚାଉଳ ଓଜନ କରାଯାଇଥିଲା | ସୂଚନା ମୁତାବକ ଗତ 5 ତାରିଖ ଦିନ ଯୋଗାଣ ସହାୟକ ବଳରାମ ସିଂଘିଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଉଥିଲା | କିଛି ହିତାଧିକାରୀ ଚାଉଳ ଓଜନରେ କମ ଥିବା ଜାଣି ଏହାର ପ୍ରତିବାଦ କରିଥିଲେ | ପରେ କାର୍ଯ୍ୟାଲୟରେ ତାଲା ଠୁଙ୍କି ଥିଲେ | ବିଡ଼ିଓ ଓ ଯୋଗାଣ ଅଧିକାରୀ ପହଁଚି ସମସ୍ୟାର ସମାଧାନ ସହ ଏସଏଚଜି ଗୃପକୁ ଚାଉଳ ବଣ୍ଟନ ଲାଗି ଦାବି କରିଥିଲେ | ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ଗୁରୁବାର କାର୍ଯ୍ୟାଳୟରେ ପହଁଚି ହିତାଧିକାରୀଙ୍କୁ ବୁଝା ସୁଝା କରିବା ସହ ପୁରୁଣା ନିକିତି ବଦଳାଇବା ସହ ନୂତନ ବୈଦୁତିକ ନିକିତିରେ ଓଜନ କରି ଚାଉଳ ବଣ୍ଟନ କରାଯାଇଥିଲା | ଏହି ସମୟରେ ପଂଚାୟତ ଅଧିକାରୀ ଲୋକନାଥ ଦାସ, ସରପଞ୍ଚ, ଯୋଗାଣ ସହାୟକ ପ୍ରମୁଖ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଛାତ୍ରଛାତ୍ରୀମାନଙ୍କୁ ନେଇ ଉଦ୍ୟୋଗୀ ଏବଂ ଜୀବନବ୍ୟାପୀ ସଫଳତା ହାସଲ କରିବା ପାଇଁ ଏକ ‘ଷ୍ଟାର୍ଟଅପ୍ ଏବଂ ନବସୃଜନ କାର୍ଯ୍ୟକ୍ରମ’ ଅନୁଷ୍ଠିତ 

Sunil Chandra Nayak

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ରାୟଗଡା କଲେକ୍ଟେଟ୍ ରେ ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!