= ବିଷାକ୍ତ =
ଉମାକାନ୍ତ ଦାସ
ଏହି ମାଟି ଦିନେ ଥିଲା,ମର୍ଯ୍ୟାଦାର ମାଟି । ଏହି ମାଟି ଦିନେ ଥିଲା ଧର୍ମ ସଂସ୍ଥାପନର ମାଟି।ଏହି ମାଟି ଦିନେ ଥିଲା ଅତିଥି ଦେବୋ ଭବର ମାଟି ।ଏହି ମାଟି ଥିଲା ଦିନେ ପିତୃ ଦେବୋ, ମାତୃଦେବୋ ଭବର ମାଟି । ଆଜି ଏହି ମାଟି ପାଲଟିଛି ବିଷଜ୍ବଳା ବିଷାକ୍ତର ମାଟି ।ଯେଉଁ ମାଟିରେ ପିତୃ ସତ୍ଯ ପାଳନ କରି ସନ୍ତାନ ଚଉଦ ବର୍ଷ ବନବାସ ଦଣ୍ଡରେ ଦଣ୍ଡିତ ହୋଇ ପରେ ଐଶ୍ୱରୀୟ ଭୋଗ କରିଥିଲା ।ଏହି ସେହି ମାଟି ନିଜ ମାଆ,ବାପାଙ୍କୁ ବନ୍ଦୀ ଶାଳାରୁ ମୁକ୍ତି ଦେବା ପାଇଁ ନିଜେ ଭଗବାନ ସେହି ବନ୍ଦୀ ଗୃହରେ ଜନ୍ମ ଗ୍ରହଣ କରି ଭଗବାନ କୃଷ୍ଣ ନାମରେ ପରିଚୟ ଦେଇଥିଲେ । ଏହି ସେହି ମାଟି ଯେଉଁ ମାଟିରେ ନାବାଳକ ଶିଶୁ ବାପ,ମାଆଙ୍କୁ କାନ୍ଧରେ ନେଇ ତୀର୍ଥ କରାଇବାକୁ ଗଲାବେଳେ ରାଜା ଦଶରଥଙ୍କ ଆତ୍ମଘାତୀ ବାଣରେ ପ୍ରାଣ ବିସର୍ଜନ କରିଥିଲା ।ଆଜି ଏହି ମାଟିର ଗୁଣକୁ ଉପସ୍ଥାପନ କରୁଛି ଏକ ଅଖ୍ଯାତ ପଲ୍ଲୀରୁ ।।
ଅନେକାଂଶରେ ଦେଖିବାକୁ ମିଳେ ସହରାଞ୍ଚଳର ପୁଅ,ବୋହୂମାନେ ନିଜର ସମୟ ଅଭାବରୁ ହେଉ ଅଥବା ବଡ଼ଲୋକିଆ ଠାଣିରେ ବାପ ,ମାଆଙ୍କୁ ବୃଦ୍ଧାଶ୍ରମରେ ଛାଡି ଦେଇ ଆସନ୍ତି ।ହେଲେ ଆଜି ଏକ ଅଜବ କାହାଣୀ ଲାଗିଲା ମୋ ହାତରେ, ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଆଖ ପାଖ ଅଞ୍ଚଳ ଲକ୍ଷ୍ମୀପୁର ଗାଁ ,ସେହି ଗାଁରେ ବାସ କରୁଥିଲେ ଲକ୍ଷ୍ମୀଧର ଉପାଧ୍ୟାୟ ଓ ପତ୍ନୀ ଲିଜା ।ତାଙ୍କ କୋଳରେ କୌଣସି ସନ୍ତାନ ସନ୍ତତି ନଥିଲେ । ସମସ୍ତେ ସେ ଦୁହିଁଙ୍କୁ ଅପୁତ୍ରିକ ଦୋଷରେ ଦୋଷାରୋପ କରନ୍ତି ।ସେ କଥାକୁ ଏତେ ଭ୍ରୁକ୍ଷେପ ନକରି ପତି,ପତ୍ନୀ ଦୁହେଁ ପରମ ଶିବ ଭକ୍ତିରେ ନିପୁଣ ରୁହନ୍ତି ଓ ଦୁଃଖୀ, ରଙ୍କିଙ୍କ ସେବା କରି ଚାଲନ୍ତି ।ତାଙ୍କ ସେବା ମନବୃତ୍ତି ଦେଖି ଭୋଳାନାଥ ପ୍ରସନ୍ନ ହୋଇ ଗୋଟିଏ କନ୍ୟା ସନ୍ତାନ ଦେଲେ ।କନ୍ୟାଟିକୁ ପାଇ ନିଜେ ଏବଂ ଗ୍ରାମବାସୀମାନେ ବହୁତ ଖୁସି ହୋଇଗଲେ ତାପରେ ସେ କନ୍ୟାର ନାମ ଲିପା ରଖିଲେ ।ଲିପା ଦେଖିବାକୁ ଯେମିତି ସୁନ୍ଦର ଥିଲା ପାଠ ଏବଂ ଗୁଣରେ ମଧ୍ୟ ସେମିତି ଚତୁର ।ଦଶମ ପରୀକ୍ଷାରେ ଲିପା ୟୁ .ପି ରାଜ୍ୟର ଟପ୍ପର ହେଲା, ସେ ମେଡ଼ିକାଲ ସାଇନ୍ସ ପଢ଼ିବା ପାଇଁ ଦିଲ୍ଲୀ ଜବାହରଲାଲ ନେହେର ବିଶ୍ବ ବିଦ୍ୟାଳୟକୁ ଚାଲି ଆସିଲା ।ଦ୍ବିତୀୟ ବର୍ଷର ପାଠ ପଢ଼ା ଶେଷ ବେଳକୁ ପିତା ଲକ୍ଷ୍ମୀଧରଙ୍କର ସ୍ବର୍ଗବାସ ହୋଇଗଲା ।ପଇସା ବାଲା ଲୋକ କୌଣସି ଅସୁବିଧାରେ ନ ପଡ଼ି ଭଲରେ ଭଲରେ ହିନ୍ଦୁ ରୀତିନୀତି ହିସାବରେ ଦଶାହ କର୍ମ କାଣ୍ଡ ଶେଷ କରି ମାଆ ଲିଜାକୁ ଘରେ ଛାଡି ଲିପା ପୁଣି ଚାଲି ଆସିଲା ତା କଲେଜ କର୍ମଶାଳାକୁ।
ତୃତୀୟ ବର୍ଷର ପାଠ ପଢ଼ିବ କ’ଣ ! ଲିପା ପଡିଗଲା ଗୋଟିଏ ଇସାଇ ସମ୍ପ୍ରଦାୟର ଯୁବକ ପ୍ରେମରେ ।ମାଆ ଲିଜାକୁ ଏ ସବୁ କଥା ଜଣା ନଥାଏ, ବ୍ରାହ୍ମଣିଆ ଲୋକ ପୁର୍ବରୁ ରାଜା ରାଜୁଡାଙ୍କ ସମୟରୁ ଅଚଳାଚଳ ସମ୍ପତ୍ତିର ମାଲିକ୍ ।ଝିଅ ପାଖକୁ ପଇସା ପଠାଇ ଚାଲେ, ଝିଅ ଏଠି ପାଠ ନ ପଢ଼ି ପ୍ରେମ ବ୍ଯବସାୟରେ ଲିପ୍ତ ରୁହେ ।ଧୀରେ ଧୀରେ ତାଙ୍କ ଇସାଇ ସମ୍ପ୍ରଦାୟ ରୀତିନୀତିରେ ଚର୍ଚ୍ଚ ଓ କୋର୍ଟରେ କୋର୍ଟ ମ୍ଯାରେଜ ସରି ଯାଇଥିଲା । କିଛି ଦିନ ପରେ ଲିପା ଫେରି ଯାଇଥିଲା ତା ମାଆ ପାଖକୁ ।ମାଆ କୁ ଭୁଲେଇ ଭାଲେଇ ସମସ୍ତ ସମ୍ପତ୍ତି ନିଜ ନାମରେ ଲେଖାଇ ମାଆ କୁ ନେଇ ଛାଡି ଦେଇ ଥିଲା ଅନିରୁଦ୍ଧା ଆଚାର୍ଯ୍ୟଙ୍କ ବୃଦ୍ଧାଶ୍ରମରେ, ଅନିରୁଦ୍ଧା ଆଚାର୍ଯ୍ୟ ଯେତେ ବୁଝାଇଲେ ମଧ୍ୟ ଝିଅ ଲିପାର ହୃଦୟ ଟିକିଏ ହେଲେ ତରଳି ନ ଥିଲା ଜନ୍ମିତ ମାଆ ପ୍ରତି ।
ଗାଁରେ ସମସ୍ତ ସମ୍ପତ୍ତି ବିକ୍ରି କରି ଦିଲ୍ଲୀରେ ଗୋଟିଏ ଫ୍ଲାଟ ନେଇ ହୁମାଉଁ ସାଗର ଓ ଲିପା ଖୁବ ଆନନ୍ଦରେ କାଳାତିପାତ କଲେ ।ସେଠାରେ ରହିଥିବା ମାଆ ତା ଅପୁତ୍ରିକ ଦୋଷକୁ ବହୁତ ପ୍ରଂଶଂସା କରି ବାହୁନି ହୋଇ କାନ୍ଦି ଉଠୁଥିଲା ମାତୃତ୍ବ ଲାଭ କରିବାର କେତେ ପୁଣ୍ୟ, ‘ଆଜିର ପୁଅ,ଆଉ ଝିଅ କିଛି କମ ନୁହଁନ୍ତି ,ଝିଅ କାଳେ ଚୌରାଅଶି ନର୍କରୁ ବାପ,ମାଆଙ୍କୁ ଉଦ୍ଧାର କରିଥାଏ ,କିନ୍ତୁ ପ୍ରେମ ପାଖରେ ସବୁ ଓଲଟା ,ଯାହା ମୋ ଝିଅ ଲିପା ଆଜି ମୋ ସହିତ କରି ଦେଖାଇ ଦେଇଛି ।ଏହି ଭଳି ଝିଅ ତ କାହାର ପତ୍ନୀ କାହାର ବୋହୂ ହୋଇ କେଉଁମାନଙ୍କୁ ନେଇ ବୃଦ୍ଧାଶ୍ରମରେ ରଖୁଛନ୍ତି ।ସେଥିରେ ବା ପୁରୁଷମାନେ କଣ କରି ପାରନ୍ତେ ।ଆଜିର ସମୟରେ ପରା ନାରୀ ଯଦି ଚିଡିଆଖାନା ସ୍ବାମୀ ପାଲଟି ଯାଉଛି ପଶୁ ।ଯଦି ସେ ପଶୁଙ୍କ ଭିତରୁ କେହି ପ୍ରକୃତ ପୁରୁଷ ବାହାରି ତା ବାପ,ମାଆଙ୍କ ପ୍ରତି ହେଉଥିବା ଅନ୍ଯାୟର ପ୍ରତିବାଦ କରେ,ତେବେ ତାକୁ କାନୁନ ନାରୀ ନିର୍ଯ୍ୟାତନା କେଶରେ ଗୁନ୍ଥି ଆଜୀବନ ଦଣ୍ଡରେ ଦଣ୍ଡିତ କରୁଛି ହେ ଭଗବାନ ତୁମେ ! “ସତରେ କଣ ପଥର, ଯେଉଁ ମାଟିରେ ,ରାମ ,କୃଷ୍ଣ ଜନ୍ମ ନେଇ ପିତା ମାତାଙ୍କ ସ୍ନେହ ଓ ଶ୍ରଦ୍ଧାର ପୁତ୍ର ହୋଇଥିଲେ , ଆଜି କାହିଁକି ଏ ମାଟିର ସନ୍ତାନ, ସନ୍ତତିମାନେ ଏମିତି ? ଆଉ ଏହି ଦୁର୍ବଳତାର ସୁଯୋଗ ନେଇ ସରକାର ଓ ଅନେକ ସ୍ବଚ୍ଛାସେବୀ ସଂଗଠନମାନେ ଗଢି ଚାଲିଛନ୍ତି ମାଳ,ମାଳ ବୃଦ୍ଧାଶ୍ରମ । ସେହି ବୃଦ୍ଧାଶ୍ରମରେ ଆମ ଭଳି ଅନେକ ଲୋକ ପ୍ରାଣ ହରାଇ ବସନ୍ତି । ଆସନ୍ତି ନାହିଁ କେବେ ତାଙ୍କ ପ୍ରିୟଜନମାନେ ଦେଖିବା ପାଇଁ ଥରେ ।
ଏହିଭଳି ଅନେକ ଚିନ୍ତା କରୁଥିଲାବେଳେ ବେହୋସ ହୋଇ ଟଳି ପଡ଼ିଲା ବୁଢ଼ୀ ଲିଜା ।ଏ ଖବର ନେଇ ଆଚାର୍ଯ୍ୟ ଅନିରୁଦ୍ଧା ଯୁବ ବାବାଙ୍କ ପାଖରେ ସେଠାକାର ଖବର ସହଚରୀମାନେ କହିଲେ ।ବାବା ପ୍ରାର୍ଥନା ସଭାରୁ ଉଠି ଆସି ବୁଢ଼ୀ ପାଖରେ ପହଞ୍ଚି ଦେଖି ଦେଇ ବୁଢ଼ୀର ମୁଣ୍ଡକୁ ନିଜ କୋଳରେ ରଖି ଟିକିଏ ତୁଳସୀ ପତ୍ର ସାହାଯ୍ୟରେ ଗଙ୍ଗା ଜଳ ମୁହଁରେ ଦେଇ କହିଲେ, “ମାଆ ଉଠ ତୁମ ସମୟ ହୋଇ ନାହିଁ ତୁମେ ମୋତେ ଏକା କରି ଚାଲି ଯାଅ ନାହିଁ, ।ତୁମ ପରି ମାଆମାନଙ୍କ ସେବା କରିବାକୁ ପରା ମୋର ଜନ୍ମ ।ଏହି ମିଠା ବାଣୀ ପଦକ ଶୁଣି ବୁଢ଼ୀ ରୁଦ୍ଧ କଣ୍ଠରେ କହି ଉଠିଲା, ‘ନାହିଁରେ ବାପ ମୋର ଆଉ ସମୟ ନାହିଁ ସମୟ ସରି ଯାଇଛି କେବଳ ତୋର ଏହି ମିଠା କଥା ପଦକ ଶୁଣିବା ପାଇଁ ଅଟକି ରହିଥିଲି ।ତୋ ଭଳି ପୁଅ ସବୁ ଦୁଃଖୀମାଆଙ୍କ ଭାଗ୍ୟରେ ମିଳୁ ।ଗଲାବେଳେ ଏତିକି କହୁଛି ତୁ ତୋ ଆଶ୍ରମର ବିଧିବିଧାନରେ ମୋ ଶେଷ କାର୍ଯ୍ୟ ସମାପନ କରିବୁ ମୋ ଝିଅକୁ କେବେ ଖବର ଦେବୁ ନାହିଁ ।ଆଉ ତୋ ଆଶ୍ରମକୁ ଯିଏ ମୋଭଳି ଦୁଃଖୀ ବୁଢ଼ା ବାପ,ମାଆ ଆସିବେ ତାଙ୍କୁ ତୁ ଆଦର ସହକାରେ ପାଛୋଟି ନେଇ ତୋ ଆଶ୍ରମରେ ରଖିବୁ ,ତୋର ବହୁତ ଭଲ ହେବ ,ଆଉ ଯେଉଁ ପୁଅ,ଝିଅମାନେ ଆମଭଳି ଲୋକଙ୍କୁ ଏଠାରେ ଛାଡିଯିବେ ସେ ତାଙ୍କ ପରାଭବ ନିଜେ ଭୋଗ କରିବେ” ।ଏହା କହି ବାବା ଅନିରୁଦ୍ଧା ଆଚାର୍ଯ୍ୟ ଙ୍କ କୋଳରେ ଲିଜା ଶେଷ ନିଶ୍ୱାସ ତ୍ଯାଗ କଲା ।
ଜୟ ସିୟାରାମ,ଜୟ ସିୟାରାମ,ସିୟାରାମ
ଯାଜପୁର