ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ତିନି ଦଫା ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର

ତେନ୍ତୁଳିଖୁଣ୍ଟି ୧୦/୦୩/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଆଜି ତିନି ଦଫା ବିଶିଷ୍ଟ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷା ଅଧିକାରୀ ସମରେନ୍ଦ୍ର ଭୌମିକ ଙ୍କ ଜରିଆ ରେ ପ୍ରଦାନ କରିଛନ୍ତି। ଠିକା ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ,କେନ୍ଦ୍ରୀୟ ପ୍ରାଥମିକ ଶିକ୍ଷକ ଙ୍କ ଭଳି 35400 ମୂଳ ଦରମା ହାରରେ ପ୍ରାଥମିକ ଶିକ୍ଷକଙ୍କ ଦରମା ଧାର୍ଯ୍ୟ କରିବାଓପୁରୁଣା ପେନସନ ବ୍ୟବସ୍ଥା ପୁନଃ ଚଳନ କରିବା। ଏହି ତିନି ଦଫା ଦାବି ନେଇ ସତେଇସ ନଭେମ୍ବର ରୁ 30 ନଭେମ୍ବର ପର୍ଯ୍ୟନ୍ତ ରାଜଧାନୀ ରେ ମିଳିତ ଶିକ୍ଷକ ସଂଘ ଧାରଣା ଦେଇଥିଲେ। ସେତେବେଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସହ ଆଲୋଚନା କରି ଏକ କମିଟି ଗଠନ କରି ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପରେ 21 ଡିସେମ୍ବର ସୁଦ୍ଧା କିଛି ପଦକ୍ଷେପ ନିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। କିଛି ନୀତିଗତ ନିଷ୍ପତ୍ତି ନିଆ ଯାଇ ନଥିବାରୁ ନିଜ ନିଜ ଅଞ୍ଚଳର ବିଧାୟକ ଙ୍କ ଜରିଆରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କିଛି ପଦକ୍ଷେପ ନିଆଯାଇ ନଥିବାରୁ ଛ ମାର୍ଚ୍ଚ ରୁ କଳା ବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି। ଚଉଦ ତାରିଖ ମଧ୍ୟରେ ଦାବୀ ପୂରଣ ନ ହେଲେ ପନ୍ଦର ତାରିଖରେ ବିଧାନ ସଭା ଘେରାଉ ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ଚେତାବନୀ ଦେଇଛନ୍ତି। ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତେନ୍ତୁଳିଖୁଣ୍ଟି ବ୍ଲକ ସଭାପତି ସପନ ଖୁରା ,ସମ୍ପାଦକ ଅନୁପମା ନାୟକ ଜିଲ୍ଲା ଉପ ସଭାପତି ସର୍ବେଶ୍ୱର ପତି ମୃତ୍ୟୁଞ୍ଜୟ ମିଶ୍ର , ସବିତା ଧୀର ,ଅଜୟ ହରିଜନ,ସୁରେନ୍ଦ୍ର ହରିଜନ ପ୍ରମୁଖ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଇସ୍ପାତ କାରଖାନା ବିସ୍ଥାପିତ ଥଇଥାନ କାର୍ଯ୍ୟକ୍ରମକୁ ହମିରପୁର ଗ୍ରାମବାସୀଙ୍କ ବିରୋଧ

Sunil Chandra Nayak

ସାଇ ଭ୍ୟାଲି ୱାର୍ଲ୍ଡ ଇନଷ୍ଟିଚ୍ୟୁଟ୍ ରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ ଆରମ୍ଭ ଆୟୋଜନ

Sunil Chandra Nayak

ରାଇରଙ୍ଗପୁର – ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ! ଦଲକି ଛକ ନିକଟ ରେ ଟ୍ରକ ଓ ହାଇୱା ଡମ୍ଫର ଆମନା ସାମନା 

Sunil Chandra Nayak

Leave a Comment

error: Content is protected !!