ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖୁଣ୍ଟିଆ ଗ୍ରାମର ଦାଦନ ଖଟିବାକୁ ଯାଇଥିବା ଯୁବକଙ୍କ ଶବ ହାଇଦ୍ରାବାଦ ନିକଟରେ ଥିବା ଟ୍ରେନ ଲାଇନରୁ ଉଦ୍ଧାର

କୋକସରା,୧୦/୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଖୁଣ୍ଟିଆ ଗ୍ରାମର ଜଣେ ଯୁବକ ଦେବାନନ୍ଦ ପୁଝାରି ଆଜିକୁ ୨ ମାସ ତଳେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ଗୁରୁବାର ସନ୍ଧ୍ୟାରେ ହାଇଦ୍ରାବାଦ ନିକଟରେ ଥିବା ଟ୍ରେନ ଲାଇନରେ ଯୁବକର କ୍ଷତାକ୍ତ ଶବ ପଡି ରହିଥିବା ନେଇ ସେଠିକାର ଜିଆରପି ପୁଲିସ ନିକଟରେ ଖବର ପହଞ୍ଚିବା ପରେ ଜିଆରପି ପୁଲିସ ଶବ ଜବତ କରିଥିବା ଜଣାପଡିଛି। ମୃତ ଯୁବକ ନିକଟରେ ଥିବା ଆଧାର ଓ ପାନ କାର୍ଡରୁ ପରିଚୟ ପାଇ ପରିବାରକୁ ଫୋନ ଯୋଗେ ସୁଚନା ଦେଇଥିଲେ ଜିଆରପି ପୋଲିସ। ଯୁବକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମର ଦେବାନନ୍ଦ ପୁଝାରି ବୟସ ୨୭ ବୋଳି ଜଣାପଡିଛି। ତେବେ କେଉଁ ପରିସ୍ଥିତିରେ ଯୁବକର ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି। ଜୁଆନ ପୁଅର ମୃତ ଖବର ଶୁଣି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ତେବେ ଖବର ମିଳିବା ପରେ ପରିବାର ଲୋକେ ଶବ ଚିହ୍ନଟ ଓ ଆଣିବାକୁ ହାଇଦ୍ରାବାଦ ଯାଇଥିବା ଜଣାପଡିଛି।

ମସିହା ନିଉଜ ସର୍ଭିସ୍ 

Related posts

ମହାଲିଙ୍ଗ ଦାବଜୋର ମୁଖ୍ୟମନ୍ତ୍ରୀ ସଡକ ରାସ୍ତା ଅତି ନିମ୍ନ ମାନର କାମରୁ ଭାଙ୍ଗିଗଲାଣି ରାସ୍ତା , ବିପଦକୁ କରୁଛି ନିମନ୍ତ୍ରଣ

Sunil Chandra Nayak

ବନ୍ଧୁଗାଁ ରେ ପାଞ୍ଚ ଦିନ ହେଲାଣି ବିଏସନାଲ ସେବା ଠପ୍

masiha

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ,ଧର୍ମଗଡ ସ୍ଵଧାର ଗୃହ ପରିସରରେ ମିଳିତ ଯୋଗାଭ୍ୟାସ କଲେ ଅନ୍ତେବାସୀ

Sunil Chandra Nayak

Leave a Comment

error: Content is protected !!