ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପାଳ ସ୍ମୃତି ବିଦ୍ୟାପୀଠର ପ୍ଲାଟିନମ ଜୁବୁଲି ପାଳନ ପାଇଁ ପ୍ରସ୍ତୁତି ବୈଠକ

କଟକ : କଟକ ସଦର ଅଞ୍ଚଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଗୋପାଳ ସ୍ମୃତି ବିଦ୍ୟାପୀଠର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ଲାଟିନମ ଜୁବୁଲି ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନନ୍ତ ଚରଣ ଦଳାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ପୁରାତନ ଛାତ୍ର ସାଧୁ ଜେନା,ଉମେଶ ଚନ୍ଦ୍ର ଜେନା, ପ୍ରାଧ୍ୟାପକ କୃଷ୍ଣଚନ୍ଦ୍ର ମିଶ୍ର,ଶିଳ୍ପପତି କରୁଣାକର ପ୍ରଧାନ,ପ୍ରଣବ କୁମାର ରାଉତରାୟ ଓ ଶିକ୍ଷକ ନିକୁଞ୍ଜ କିଶୋର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିବାବେଳେ ସାମ୍ବାଦିକ ତାପସ ରାଉତରାୟ ସ୍ବାଗତ ଭାଷଣ ଦେଇଥିଲେ । ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ପ୍ଲାଟିନମ ଜୁବୁଲି ପାଳନ ଉତ୍ସବକୁ ଦେଶର ମହାମହିମ ରାଷ୍ଟ୍ରପତି,ଉପରାଷ୍ଟ୍ରପତି,ରାଜ୍ୟର ରାଜ୍ୟପାଳ,ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଓ ରାଜ୍ୟର ମନ୍ତ୍ରୀ ଏବଂ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଆମନ୍ତ୍ରିତ କରାଯିବା ପାଇଁ ଯୋଜନା କରାଯାଇଛି । ଆଗାମୀ ପ୍ରସ୍ତୁତି ଆସନ୍ତା ଏପ୍ରିଲ ମାସ ୭ ତାରିଖରେ ଅନୁଷ୍ଟିତ ହେବ । ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ କରିବା ପାଇଁ ଏକ ଅସ୍ଥାୟୀ କମିଟି ପୁରାତନ ଛାତ୍ର ରଘୁନାଥ ପୃଷ୍ଟିଙ୍କ ନେତୃତ୍ୱରେ ଗଠିତ ହୋଇ ଉମେଶ ଚନ୍ଦ୍ର ଜେନା,ଭରତ ଚନ୍ଦ୍ର ପ୍ରଧାନ,ଅକ୍ଷୟ ଭୂୟାଁ,ବିଭୁ ପ୍ରସାଦ ମହାପାତ୍ର, କରୁଣାକର ପ୍ରଧାନ,ତାପସ ରାଉତରାୟ ,କାଳନ୍ଦୀ ସ୍ୱାଇଁ, ପୀୟୁଷ ରଞ୍ଜନ ପରିଡ଼ା(୨),ପରମାନନ୍ଦ ରାଉତ,ଧନଞ୍ଜୟ ମହାପାତ୍ର, ନିରଞ୍ଜନ ଲେଙ୍କା ଓ ତପନ ଓଝା ପ୍ରମୁଖ ସଭ୍ୟ ଭାବରେ ଅଛନ୍ତି । ଏଥିସହିତ ପ୍ଲାଟିନମ ଜୁବୁଲି “ସ୍ମରଣିକା” ପ୍ରକାଶନ ପାଇଁ ଏକ ସ୍ଥାୟୀ ସମ୍ପାଦନା ମଣ୍ଡଳୀ ଗଠନ କରାଯାଇ କାଳୀ ପ୍ରସାଦ ମହାପାତ୍ର,ପିତାମ୍ବର ମହାପାତ୍ର, ପ୍ରାଧ୍ୟାପିକା ଅଞ୍ଜଳି ରାଉତରାୟ, ଲକ୍ଷ୍ମୀପ୍ରିୟା ଓଝା,ପୀୟୁଷ ରଞ୍ଜନ ପରିଡ଼ା (୧),ରମାକାନ୍ତ ନାୟକ, ମାନସ ରଞ୍ଜନ ସ୍ବାଇଁ ଓ ବ୍ୟଙ୍ଗକବି ପ୍ରତାପ ଚନ୍ଦ୍ର ବେହେରା ପ୍ରମୁଖ ରହିଛନ୍ତି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ବାସନ୍ତୀ ପାଠାଗାରରେ କୃତ୍ରିମ ବୁଦ୍ଧିମତା କାର୍ଯ୍ୟକ୍ରମ

Sunil Chandra Nayak

ବାଘମୁଣ୍ଡ ଆଦିବାସୀ ଭବନ ଭାଙ୍ଗିବା ଘଟଣା ରେ ଅପରାଧୀ କୁ ଗିରଫ ଦାବୀ କଲା ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ 

Sunil Chandra Nayak

ମୃତକଙ୍କ ଘରେ ପହଞ୍ଚି ପରିବାରଙ୍କୁ ସମବେଦନା ଜଣାଇଲେ ସୁଖଦୁଃଖର ସାଥୀ ଅଶୋକ

masiha

Leave a Comment

error: Content is protected !!