ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମହା ଆଡ଼ମ୍ବରରେ ପାଳିତ ହେଲା ମୋଟଙ୍ଗା ର  ଦୋଳ ଯାତ୍ରା

 ଢେ଼ଙ୍କାନାଳ (ମ ସୀ ହା) ଓଡ଼ପଡ଼ା ବ୍ଲକ୍ ଅନ୍ତର୍ଗତ ମେରାମଣ୍ଡଳୀ ନିକଟସ୍ଥ ମୋଟଙ୍ଗା ଗ୍ରାମରେ ଚଳିତ ବର୍ଷ ମହାଆଡ଼ମ୍ବରରେ ପବିତ୍ର ଦୋଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥି ନିମନ୍ତେ ରାଧାକୃଷ୍ଣ ଙ୍କୁ ଦୋଳ ବିମାନ ରେ ବସାଇ ଗ୍ରାମ ପରିକ୍ରମା କରା ଯାଇଥିଲା l ରଙ୍ଗୀନ ଆଲୁଅ, ମନଲୋଭା ତୋରଣ, ବାଜା, ବାଣ ରୋଷଣୀ, ମାଦଳ ବାଜା, ଡିଜେ ସାଉଣ୍ଡ, ଗୋପାଳ ପୁଅ ଙ୍କ ଓଗାଳ ଗାନ,ଲଉଡି ନୃତ୍ୟ, ମହିଳା ସଂକୀର୍ତ୍ତନ ମଣ୍ଡଳୀ ଙ୍କ ମହମନ୍ତ୍ର ଉଚ୍ଚାରଣ, ହରିବୋଲ, ହୁଳହୁଳି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ଗଗନ ପବନ ମୁଖରିତ କରିଥିଲା l ଏହି ମେଳଣ ଦେଖିବା ନିମିତ୍ତ ଆଖ ପାଖ ଗାଆଁ ରୁ ହଜାର ରୁ ଅଧିକ ଶ୍ରଦ୍ଧାଳୁ, ଭକ୍ତ, ପୁରୁଷ ଓ ମହିଳା ଭିଡ ଜମାଇଥିଲେ l ରାତ୍ରୀରେ ଅପେରା କାର୍ଯ୍ୟକ୍ରମ ରହିଛି ବୋଲି ଗ୍ରାମ ସଭାପତି ଓ ସଂପାଦକ ମତ ପ୍ରକାଶ କରିଛନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ରାଇରଙ୍ଗପୁରରେ ରାଇରଙ୍ଗପୁର ବ୍ରାହ୍ମଣ ମହାସଂଘ ଆନୁକୁଲ୍ୟରେ ବିଶ୍ବ କଲ୍ୟାଣ ମହାଯଜ୍ଞ 

Sunil Chandra Nayak

ପ୍ରାଚୀନ ଶୈବପୀଠ : ମୋହନଗିରି ଧଵଳେଶ୍ୱର ମନ୍ଦିରରେ ଜାଗର ମେଳା ଏବଂ ଚଣ୍ଡୀ ପୂଜା ପାଇଁ ପ୍ରସ୍ତୁତି

Sunil Chandra Nayak

ଶ୍ରୀ ରାମ ଲୀଳା ମହୋତ୍ସବ ପ୍ରସ୍ତୁତି ଚୂଡାନ୍ତ , ମନ ମୋହିବ ଆଦ୍ୟ କାଣ୍ଡ ରୁ ଲଙ୍କା କାଣ୍ଡ

Sunil Chandra Nayak

Leave a Comment

error: Content is protected !!