ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଭିନ୍ନ ଦାବି ନେଇ କଂଗ୍ରେସର ପ୍ରତିବାଦ

ନର୍ଲା (ମନିସ) ବିଜେପି ସରକାରର ଲୋକ ମାରଣ ନିତୀ, ବ୍ୟାଙ୍କ ଏବଂ ଏଲ୍ଆଇସିକୁ ଘରୋଇକରଣ ବିରୁଦ୍ଧରେ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି। ନର୍ଲା ବ୍ଳକ କଂଗ୍ରେସ ଦଳ ପକ୍ଷରୁ ଏଥିପାଇଁ ନର୍ଲା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦର ସ୍ବର ଉଠିଥିବା ଦେଖିବାକୁ ମିଳିଛି। ଏଥିରେ ନର୍ଲା ବ୍ଲକ କଂଗ୍ରେସ ସଭାପତି ସମୀର ଚାନ୍ଦଙ୍କ ନେତୃତ୍ବରେ ଯୁବ କଂଗ୍ରେସ ନେତା ଦୀପୁ ପାତ୍ର,ସୁଦାମ ଚରଣ ପଧାନ, ସନ୍ତୋଷ ମାଝୀ, ସୁମନ ମହାନନ୍ଦ,ଅଲେଖ ସେନାପତି, ଜନ୍ମେଜୟ ଭୋଇ, ଭବାନୀ ଶଙ୍କର ପଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବିଜେପି ସରକାରଙ୍କ ଗ୍ୟାସ ସିଲିଣ୍ଡର ଦରଦାମ ବୃଦ୍ଧି ପ୍ରସଙ୍ଗ ଓ ହିଡେନବର୍ଗ ରିପୋର୍ଟର ତଦାରଖ ପାଇଁ ଜେପିସି ଗଠନ ଦାବି ଉପରେ କଂଗ୍ରେସ ନେତା ସମୀର ଚାନ୍ଦ ମତାମତ ରଖି ଦୃଢ଼ ପ୍ରତିବାଦ କରିଥିଲେ।

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଶଙ୍ଖ ଭବନରେ ବନ୍ଧୁଗାଁ ବ୍ଲକର ସରପଞ୍ଚ, ସମିତି ମେମ୍ବର ଓ ଶତାଧିକ ସମର୍ଥକଙ୍କ ସହ କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀ ଓ ବ୍ଲକ ଉପାଧ୍ୟକ୍ଷାଙ୍କ ବିଜେଡିରେ ସାମିଲ 

masiha

ତୁରିଗଡିଆରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ବିଜେଡିରେ ସାମିଲ ହେଲେ ଦୁଇ ଆଦିବାସୀ ନେତା ଚାଂଚେର ଓ ପରମାନନ୍ଦ ମାଝୀ

masiha

Leave a Comment

error: Content is protected !!