ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

ପାପଡାହାଣ୍ଡି,11/3, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ରୁ ମିରିଗୁଡା ରାସ୍ତାର ମଝିରେ ଥିବା ପଥର କୁଆଁରୀ ନିକଟରେ ଶନିବାର ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି | ତାଙ୍କ ନାମ ଦିବାକର ପ୍ରଧାନୀ | ଘର ବାଘ ସିଉନି | ପୋଲିସ କେସ ନମ୍ବର 41/23 ରେ ମାମଲା ରୁଜୁ କରି ଶବ ବ୍ୟାବଛେଦ ପାଇଁ ପଠାଇଛି | ତାଙ୍କୁ କୌଣସି ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିବା ଜଣାପଡିଛି | ଦିବାକର ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡିରହିଥିବା ବେଳେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲା | ପ୍ରାଥମିକ ତଦନ୍ତରୁ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିବା ପୋଲିସ ସନ୍ଦେହ କରି ବିଭିନ୍ନ ଛକ ରାସ୍ତା ଆଦି ଯାଞ୍ଚ ଆରମ୍ଭ କରିଛି | ଘଟଣା ସ୍ଥଳରେ ପାପଡାହାଣ୍ଡି ଏସ୍ଡ଼ିପିଓ ଆଦିତ୍ୟ ସେନ, ଆଇଆଇସି ଦୀପକ ଜେନା, ଏସ ଆଇ ଶିବଜି ପଣ୍ଡା, ଏଏସଆଇ ହରିହର ଭତରା, ଏଏସଆଇ ଲାବନ୍ୟ ବେମାଲ ପ୍ରମୁଖ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଓଡିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ଖାଦ୍ୟ ଦିବସ ଓ ବିଭିନ୍ନ ପ୍ରତିଯୋଗୀତା କାର୍ଯ୍ୟକ୍ରମ 

Sunil Chandra Nayak

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ ବିଶ୍ୱକୁନ୍ତଳ ଶିଶୁଗୃହର ଅନ୍ତେବାସୀଙ୍କ ସହିତ ମହୁଲପଡାର ଜୁଆଙ୍ଗ ସାହିର ଲୋକମାନଙ୍କ ସହିତ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ବରା ଦିବସ -୨୦୨୬ ପାଳନ

Sunil Chandra Nayak

ଉତ୍କଳ ପରିଷଦର ଉତ୍କଳ ଦିବସରେ କବିତା ପାଠ

masiha

Leave a Comment

error: Content is protected !!