ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

ପାପଡାହାଣ୍ଡି,11/3, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ରୁ ମିରିଗୁଡା ରାସ୍ତାର ମଝିରେ ଥିବା ପଥର କୁଆଁରୀ ନିକଟରେ ଶନିବାର ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି | ତାଙ୍କ ନାମ ଦିବାକର ପ୍ରଧାନୀ | ଘର ବାଘ ସିଉନି | ପୋଲିସ କେସ ନମ୍ବର 41/23 ରେ ମାମଲା ରୁଜୁ କରି ଶବ ବ୍ୟାବଛେଦ ପାଇଁ ପଠାଇଛି | ତାଙ୍କୁ କୌଣସି ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିବା ଜଣାପଡିଛି | ଦିବାକର ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡିରହିଥିବା ବେଳେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲା | ପ୍ରାଥମିକ ତଦନ୍ତରୁ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିବା ପୋଲିସ ସନ୍ଦେହ କରି ବିଭିନ୍ନ ଛକ ରାସ୍ତା ଆଦି ଯାଞ୍ଚ ଆରମ୍ଭ କରିଛି | ଘଟଣା ସ୍ଥଳରେ ପାପଡାହାଣ୍ଡି ଏସ୍ଡ଼ିପିଓ ଆଦିତ୍ୟ ସେନ, ଆଇଆଇସି ଦୀପକ ଜେନା, ଏସ ଆଇ ଶିବଜି ପଣ୍ଡା, ଏଏସଆଇ ହରିହର ଭତରା, ଏଏସଆଇ ଲାବନ୍ୟ ବେମାଲ ପ୍ରମୁଖ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଭାଲୁ ଆକ୍ରମଣରେ ଚାଷୀ ଗୁରୁତର

Sunil Chandra Nayak

ବିଂଝାରପୁର ରେ ରକ୍ଷା ବନ୍ଧନ ଉତ୍ସଵ ପାଳିତ

Sunil Chandra Nayak

ଇଣ୍ଡିଆ ମେଣ୍ଟ ପକ୍ଷରୁ ଜଳେଶ୍ୱର ବଞ୍ଚାଅ ଆନ୍ଦୋଳନ ଆରମ୍ଭ  ୮ ଦଫା ଦାବି ନେଇ ଜଳେଶ୍ୱର ତହସିଲଦାର ଓ ବିଡିଓ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!